ପ୍ରଶିକ୍ଷଣ ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ
ଭୋପାଳ,୪ା୧(ଆଇଏଏନ୍ଏସ୍): ମଧ୍ୟପ୍ରଦେଶର ସାଗର ସହରରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ ବିମାନର ୨ ପାଇଲଟ ପ୍ରାଣ ହରାଇଥିବା ଜଣାପଡ଼ିଛି। ଚିମେସ୍ ଏକାଡେମୀର ଏହି ପ୍ରଶିକ୍ଷଶ ବିମାନ ଘନ କୁହୁଡ଼ି ଯୋଗୁ ଏଭଳି ଦୁର୍ଘଟଣାର…
ଭାରତ ଛାଡିବେ ରୋହିଙ୍ଗ୍ୟା ଶରଣାର୍ଥୀ
ଜମ୍ମୁ,୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଲାଗୁ ହେବା ପରେ ରୋହିଙ୍ଗ୍ୟା ଶରଣାର୍ଥୀ ଭାରତ ଛାଡିବେ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଜମ୍ମୁରେ ଅନୁଷ୍ଠିତ ଏକ କର୍ମଶାଳାରେ ଯୋଗ ଦେଇ ସେ ଏହି ସୂଚନା ଦେଇଛନ୍ତି। ସିଏଏ ଦ୍ୱାରା ରୋହିଙ୍ଗ୍ୟାମାନେ ଭାରତର…
ଦିନକ ପରେ ଖୋଲିବ ଜାମିଆ ମିଲିଆ ଇସଲାମିଆ
ନୂଆଦିଲ୍ଲୀ,୪।୧: ଆସନ୍ତା ସେମାବାର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ସୂଚନା ମିଳିଛି। ଗତ ଡିସେମ୍ବର ୧୬ରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ ସେବେଠାରୁ ବିଶ୍ୱବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ଏହାପରେ ସମସ୍ତ…
ଶିଶୁ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସଚ୍ଚିନ
ନୂଆଦିଲ୍ଲୀ,୪।୧: ରାଜସ୍ଥାନର କୋଟାରେ ଶିଶୁ ମୃତ୍ୟୁ କମିବାର ନାଁ ନେଉନାହିଁ। ଶନିବାର ସୁଦ୍ଧା କୋଟାର ଜେକେ ଲୋନ ହସ୍ପିଟାଲରେ ପ୍ରାୟ ୧୦୭ଜଣ ଶିଶୁଙ୍କର ମୃତ୍ୟୁ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଶନିବାର ଏହି ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ…
ସିଏଏ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା
ମୁଜଫରନଗର,୪।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ ମୁଜଫରନଗର ଗସ୍ତ କରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ହିଂସାର ଶିକାର ହୋଇଥିବା ପୀଡ଼ିତଙ୍କୁ ଓ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଶନିବାର ରୁକେୟା ପରଓ୍ବିନ ନାମକ ଯୁବତୀଙ୍କୁ ସେ ଭେଟିଥିଲେ। ଆଗକୁ…
ତାମିଲନାଡୁ ବିଧାନସଭାର ପୂର୍ବତନ ବାଚସ୍ପତିଙ୍କ ପରଲୋକ
ଚେନ୍ନାଇ,୪।୧: ତାମିଲନାଡୁ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଏଆଇଏଡିଏମ୍କେ ନେତା ପିଏଚ୍ ପାଣ୍ଡିଆନଙ୍କ ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ତାମିଲନାଡୁର ଥିରୁନେଲଭେଲି ଜିଲାରେ ପାଣ୍ଡିଆନଙ୍କ ଜନ୍ମ…
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ
ଶ୍ରୀନଗର,୪।୧: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା ସିଆର୍ପିଏଫ୍ ଶିବିର ଉପରେ ଶନିବାର ଆତଙ୍କବାଦୀମାନେ ଗ୍ରେନେଡ୍ ଆକ୍ରମଣ କରିଛନ୍ତି। କୋଡରା ଚକରେ ଥିବା ଟ୍ରାନ୍ସଫରମର ନିକଟରେ ଏମାନେ ଗ୍ରେନେଡ ମାଡ କରିଥିବା ସୂଚନା ମିଳିଛି। ଏହାପରେ ସେମାନେ କାଓ୍ବଡାରା ଅଞ୍ଚଳରେ ମଧ୍ୟ ଆଉ ଏକ…
ହିନ୍ଦୁ-ମୁସ୍ଲିମ ବିଭାଜନକାରୀଙ୍କୁ ଭୋଟ ଦିଅନାହିଁ: କେଜରିଓ୍ବାଲ
ନୂଆଦିଲ୍ଲୀ,୪।୧: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ଯେଉଁମାନେ ହିନ୍ଦୁ-ମୁସଲମାନ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଭୋଟ ଦିଅନାହିଁ।…
ବୀର ସଭରକରଙ୍କ ନାତି ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ,୪।୧: ବିନାୟକ ଦାମୋଦର ସଭରକରଙ୍କ ନାତି ରଞ୍ଜିତ ସଭରକରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗଡ଼ିଯାଇଛି। ଉଚ୍ଚ ରକ୍ତଚାପ ବଢ଼ିଯିବାରୁ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇସ୍ଥିତ ରହେଜା ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।…
ଉଦ୍ଧବ ଠାକରେଙ୍କୁ ଝଟ୍କା: ଶିବସେନା ଛାଡିଲେ ଅବଦୁଲ
ମୁମ୍ବାଇ,୪।୧: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଗଢାଯାଇଥିବା ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳରେ କିଛି ଠିକ୍ ଚାଲୁ ନ ଥିବା ଆଲୋଚନା ହେଉଛି। କାରଣ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ମନ୍ତ୍ରୀ ପଦ ନ ମିଳିଥିବା ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କ ମଧ୍ୟରୁ…
ଶ୍ରୀନଗରରୁ କୁଖ୍ୟାତ ଆତଙ୍କବାଦୀ ଗିରଫ
ଶ୍ରୀନଗର,୪।୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଶ୍ରୀନଗର ପୋଲିସକୁ ବଡ଼ ସଫଳତା ମିଳିଛି। ଶନିବାର ସୁରକ୍ଷାକର୍ମୀ ଓ ଶ୍ରୀନଗର ପୋଲିସର ମିଳିତ ଅଭିଯାନରେ ଜଣେ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏଥିସହ ତାଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶ୍ରୀନଗରରେ କୁଖ୍ୟାତ…
ବିହାରରେ ଲାଗି ରହିଛି ପୋଷ୍ଟର ଓ୍ବାର
ପାଟନା,୪।୧: ବିହାରରେ ଚଳିତ ବର୍ଷ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଏବେଠାରୁ ବିଭିନ୍ନ ଦଳ ଲାଗି ପଡିଲେଣି। ଏହାକୁ ନେଇ ଏବେ ବିହାରର ମୁଖ୍ୟ ରାଜନୈତିକ…
Archives


