ଜାତୀୟ

ଶିଶୁ କଲ୍ୟାଣ ଅଧିକାରୀଙ୍କୁ ପିଟିଲେ ଅନ୍ତେବାସୀ

ରାଏବରେଲୀ,୧୩।୧୧: ସାଧାରଣତଃ ପ୍ରାୟ ସମୟରେ ଶିକ୍ଷକଙ୍କ ଦ୍ୱାରା ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହୋଇଥିବା ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଉତ୍ତରପ୍ରଦେଶ ରାଏବରେଲୀରେ ଏହାର ଓଲଟା ଦୃଶ୍ୟ ସାମ୍ନାକୁ ଆସିଛି। ସେଠାକାର ଛାତ୍ରମାନେ ମହିଳା ଶିଶୁ କଲ୍ୟାଣ ଅଧିକାରୀଙ୍କୁ ନିସ୍ତୁକ ମାଡ...

ସୀମାରେ ଭାରତୀୟ ସେନାଙ୍କ ଶକ୍ତି ପ୍ରଦର୍ଶନ: ଯୁଦ୍ଧାଭ୍ୟାସ ସୁଦର୍ଶନ-୭

ଜୟପୁର,୧୩।୧୧: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନର ବାଡ଼ମେର୍‌ ଏବଂ ଜୟସେଲ୍‌ମେର୍‌ରେ ଭାରତୀୟ ସେନା ପକ୍ଷରୁ ବଡ଼ ଧରଣର ଯୁଦ୍ଧାଭ୍ୟାସ ସୁଦର୍ଶନ-୭ର ଅୟୋଜନ କରାଯାଇଛି। ଏଥିରେ ୪୦ ହଜାର ସୈନ୍ୟ ଯୋଗାଦେବେ।...

୯୭ ବର୍ଷ ହେବ ବଢିନି ଏହି ଗାଁର ଜନସଂଖ୍ୟା

ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଏହାକୁ ନେଇ ସରକାର ଚିନ୍ତାପ୍ରକଟ କରୁଥିବାବେଳେ ମଧ୍ୟପ୍ରଦେଶରେ ଏକ ଏମିତି ଗାଁ ଅଛି, ଯେଉଁଠି ଗତ ୯୭ ବର୍ଷ ହେବ ଜନସଂଖ୍ୟା ବଢୁନି। ବୈତୁଲ ଜିଲାର ଧନୋରା ଗ୍ରାମରେ ୯୭ ବର୍ଷ...

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆର୍‌ଟିଆଇ ପରିସରଭୁକ୍ତ ହେବ

ନୂଆଦିଲ୍ଲୀ,୧୩।୧୧: ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର (ଆର୍‌ଟିଆଇ) ପରିସର ଭୁକ୍ତ ହେବ। ଏନେଇ ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ତେବେ ଏଥିରେ କେତେକ ସର୍ତ୍ତ ରହିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ...

ମଦ୍ରାସାରେ ଦିଆଯିବ ଏନ୍‌ସିସି ଏବଂ ଏନ୍‌ଏସ୍‌ଏସ୍‌ ପ୍ରଶିକ୍ଷଣ

ଲକ୍ଷ୍ନୌ,୧୩।୧୧: ଏଣିକି ଉତ୍ତରପ୍ରଦେଶର ସମସ୍ତ ମଦ୍ରାସାରେ ଏନ୍‌ସିସି ଏବଂ ଏନ୍‌ଏସ୍‌ଏସ୍‌ ପ୍ରଶିକ୍ଷଣ ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ମଦ୍ରାସା ଶିକ୍ଷାର୍ଥୀଙ୍କୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। ଏନେଇ ବୁଧବାର ରାଜ୍ୟ ମଦ୍ରାସା ବୋର୍ଡ ରେଜିଷ୍ଟାର...

ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ: ସଞ୍ଜୟ ରାଉତ

ମୁମ୍ବାଇ,୧୩।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ। ଏନେଇ ଆଲୋଚନା ଜାରି ରହିଛି ବୋଲି ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ହସ୍ପିଟାଲରୁ ବାହାରିବା ପରେ ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ ୬ ମାସ ପରେ ବିଧାନସଭା ନିର୍ବାଚନ ହେବ...

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ଜଣଙ୍କ ଜୀବନ ଗଲା, ୨ ଗୁରୁତର

ନାଳନ୍ଦା,୧୩।୧୧: ବିହାରର ନାଳନ୍ଦାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗିରିୟକ ଥାନା ଅଞ୍ଚଳରେ ଏକ ଟ୍ରକ୍‌ ଅଟୋକୁ ଧକ୍କା ଦେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଟ୍ରକ୍‌ଟି ସନ୍ତୁଳନ...

ଏବେ ବି ଆଇସିୟୁରେ ଅଛନ୍ତି ସୁରସମ୍ରାଜ୍ଞୀ ଲତା ମଙ୍ଗେସ୍‌କର, ଆରୋଗ୍ୟ କାମନା କଲେ ପ୍ରଶଂସକ

ମୁମ୍ବାଇ: ଭାରତରତ୍ନ ତଥା ସୁରସମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୯୦ ବର୍ଷ ବୟସ୍କ ମଙ୍ଗେସକର ସୋମବାର ବ୍ରିଚ...

ଗୁରୁବାର ସାବରିମାଲା ଓ ରାଫାଲର ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ,୧୩।୧୧: ସୁପ୍ରିମ୍‌କୋର୍ଟ ଗୁରୁବାର ସାବରିମାଲା ଓ ରାଫାଲର ଚୂଡ଼ାନ୍ତ ରାୟ ଦେବେ। ଏହି ଦୁଇ ମାମଲାର ପୁନର୍ବିଚାର ପାଇଁ ଆବେଦନ ଦାଖଲ କରାଯାଇଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ରାୟ ଦେବେ। ଫ୍ରାନ୍ସର ରାଫାଲ...

ଉପନିର୍ବାଚନ ଫଳାଫଳ ପରେ ବହୁମତ ପାଇଁ ୟେଦୁରପ୍ପା ସରକାର ଆବଶ୍ୟକ କରିବେ ୬ ବିଧାୟକଙ୍କ ସମର୍ଥନ

ବେଙ୍ଗାଲୁରୁ,୧୩।୧୧: କର୍ନାଟକର ୧୫ଟି ବିଧାନସଭା ଆସନରେ ଡିସେମ୍ବର ୫ରେ ଉପନିର୍ବାଚନ ହେବ। ସମ୍ପ୍ରତି କର୍ନାଟକରେ ମୋଟ ବିଧାୟକ ସଂଖ୍ୟା ୨୦୭ ରହିଛି। ସରକାର ଗଠନ ପାଇଁ ଆବଶ୍ୟକ କୁହୁକ ସଂଖ୍ୟା ୧୦୪ ଥିବାବେଳେ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପାଙ୍କ ପାଖରେ ୧୦୬ ବିଧାୟକଙ୍କ...

ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଲଢ଼ିପାରିବେ ନିର୍ବାଚନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩।୧୧: କର୍ନାଟକର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ନିର୍ବାଚନ ଲଢ଼ିପାରିବେ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଏହି ଘଟଣାରେ ବାଚସ୍ପତିଙ୍କ ନିଷ୍ପତ୍ତି ଠିକ୍‌ ଥିବା କୋର୍ଟ କହିଛନ୍ତି। ଫଳରେ ଅଯୋଗ୍ୟ ଘୋଷିତ ବିଧାୟକାମାନେ ଆଶ୍ୱସ୍ତ ହୋଇଛନ୍ତି। କୋର୍ଟଙ୍କ ରାୟ...

ରାଜୌରୀରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୩।୧୧: ନିୟନ୍ତ୍ରଣ ରେଖାଠାରେ ଉତ୍ତେଜନା ସୃଷ୍ଟି ଲାଗି ପାକିସ୍ତାନ ଲଗାତାର ପ୍ରୟାସ ଜାରି ରଖିଛି। ବୁଧବାର ପାକିସ୍ତାନ ପୁଣି ଥରେ ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଲକ୍ଷ୍ୟ କରି ଭାରତୀୟ ପୋଷ୍ଟଗୁଡିକ ଉପରେ ମୋର୍ଟାର ଶେଲିଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri