ଜାତୀୟ

ସ୍ପେଶାଲ୍‌ ଟ୍ରେନ୍‌ରେ ୨ ଲକ୍ଷରୁ ଅଧିକ ଯାତ୍ରୀ କଲେ ଟିକଟ ବୁକିଂ: ୪୫ କୋଟି ୩୦ ଲକ୍ଷ ଭଡ଼ା ଆଦାୟ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁଲୋକ ଘରଠାରୁ ଦୂରରେ ଅଟକି ରହିଛନ୍ତି। ସେମାନଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ଗ୍ରହଣ…

ବର୍ଷକ ପାଇଁ ଦରମାର ୩୦ ପ୍ରତିଶତ ଛାଡ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସଂକ୍ରମଣର ମୁକାବିଲା କରିବାକୁ ଗତ ମାର୍ଚ୍ଚ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପିଏମ୍‌ କେୟାର୍ସ ଫଣ୍ଡକୁ ତାଙ୍କର ଗୋଟିଏ ମାସର ଦରମା ଦାନ କରିଥିଲେ। ଏବେ ସେ ଗୋଟିଏ ବର୍ଷ ପାଇଁ ନିଜ ଦରମାର ୩୦ ପ୍ରତିଶତ…

ମେ ଶେଷ ସୁଦ୍ଧା ମନରେଗାରେ ୫୦ ଲକ୍ଷ ପାଇବେ ନିଯୁକ୍ତି: ଯୋଗୀ

ଲକ୍ଷ୍ନୌ,୧୪।୫: ମେ ଶେଷ ସୁଦ୍ଧା ଉତ୍ତରପ୍ରଦେଶରେ ୫୦ ଲକ୍ଷ ଲୋକଙ୍କୁ ମନରେଗା ଅନ୍ତର୍ଗତ ନିଯୁକ୍ତି ପ୍ରଦାନ କରାଯିବ। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ସରକାର ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର କହିଛନ୍ତି। ଏହି ଯୋଜନାରେ ବୁଧବାର ୨୫ ଲକ୍ଷ…

ଆୟୁର୍ବେଦ ମାଧ୍ୟମରେ ହେବ କରୋନାର ଚିକିତ୍ସା !

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଦିନକୁ ଦିନ ଏହା କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ଅତିକମ୍ର କରିଥିବା ବେଳେ ଏହାର ସଠିକ୍‌ ଚିକିତ୍ସା…

ମେ ୩୧ ପୂର୍ବରୁ ଦିନକୁ ହେବ ଲକ୍ଷେ କରୋନା ଟେଷ୍ଟ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଭାରତରେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ଜାରି ରହିଛି। ଆସନ୍ତା ମେ ୩୧ ପୂର୍ବରୁ ଦିନକୁ ଲକ୍ଷେ କରୋନା ଟେଷ୍ଟ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି। ଦେଶରେ ଗୁରୁବାର କରୋନା…

ମହାରାଷ୍ଟ୍ରରେ ୧,୦୦୦ରୁ ଅଧିକ ପୋଲିସ କରୋନା ପଜିଟିଭ୍‌: ୮ ମୃତ

ମୁମ୍ବାଇ,୧୪।୫: ମହାରାଷ୍ଟ୍ର ପୋଲିସ ବିଭାଗରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। କରୋନା ଲଢ଼େଇରେ ଆଗଧାଡ଼ିରେ ଥିବା କରୋନା ଯୋଦ୍ଧାଙ୍କ ସଂକ୍ରମଣ ଯୋଗୁ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟର ୧,୦୦୧ ପୋଲିସଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛିି। ସେମାନଙ୍କ ମଧ୍ୟରୁ ଇତିମଧ୍ୟରେ…

ହ୍ୟାକ ହେଲା ‘ଆରୋଗ୍ୟ ସେତୁ’

ବେଙ୍ଗାଲୁରୁ,୧୪।୫: କୋଭିଡ-୧୯ର ମୁକାବିଲା କରିବାକୁ ଭାରତ ସରକାରଙ୍କ ଦ୍ୱାରା ଆସିଥିବା ଆରୋଗ୍ୟ ସେତୁ ଆପ୍‌ ଏବେ ହ୍ୟାକ୍‌ ହୋଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁର ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର ଏହାକୁ ହ୍ୟାକ୍‌ କରିଛନ୍ତି। ଏବେ ଭାରତରେ ଏହାକୁ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିବା…

ଲକ୍‌ଡାଉନ୍‌ ଯୋଗୁ ବଢୁଛି ଅବସାଦ: ସୃଷ୍ଟି ହେଉଛି ଆତ୍ମହତ୍ୟା ପ୍ରବୃତ୍ତି

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକେ ବହୁ ଦିନ ଧରି ଘରେ ବନ୍ଦ ରହିଛନ୍ତି। ତେବେ ଏହାର ନକାରାତ୍ମକ ପ୍ରଭାବ ଧୀରେଧୀରେ ଲୋକଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ଆଗାମୀ…

ଅପରାହ୍ନରେ ଅର୍ଥମନ୍ତ୍ରୀ କରିବେ ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଅପରାହ୍ନ ୪ଟାରେ କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସେ ଏହି ଘୋଷଣା…

କେଉଁଠି ରଖିବେ କରୋନା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ବାସନ, ଲୁଗାପଟା

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୂରେଇବା ପାଇଁ ହେଲେ ମୁଖ୍ୟତଃ ସଫା ସୁତୁରା ରହିବା ସହ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବାକୁ କୁହାଯାଉଛି। ଏବେ କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା ହସ୍ପିଟାଲରେ କରାଯାଉଥିବା…

କରୋନା ସଂକ୍ରମଣ: ପୃଥିବୀର ୧୫ ଶୀର୍ଷ ଦେଶ ତାଲିକାରେ ଭାରତର ସ୍ଥାନ ୧୨

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ହୋଇଥିବା ୧୫ ଶୀର୍ଷ ଦେଶ ତାଲିକାରେ ଭାରତର ସ୍ଥାନ ୧୨ରେ ରହିଛି। ଇତିମଧ୍ୟରେ ପୃଥିବୀରେ କରୋନା ସଂକ୍ରମିତଙ୍କ…

ଲକ୍‌ଡାଉନ୍‌ ଯୋଗୁ ୨୧ ରାଜ୍ୟର ୯୭,୧୦୦ କୋଟି କ୍ଷତି: ଗୁଜରାଟର ସର୍ବାଧିକ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାଯୋଗୁ ଏପ୍ରିଲ୍‌ ମାସରେ ୨୧ଟି ରାଜ୍ୟର ମୋଟ ୯୭,୧୦୦ କୋଟି ଟଙ୍କା କ୍ଷତି ହୋଇଛି। ଏନେଇ ଇଣ୍ଡିଆ ରେଟିଙ୍ଗ୍ସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?