ଭାରତରେ କରୋନା ମୃତ୍ୟୁ ୧୭୯କୁ ବୃଦ୍ଧି
ନୂଆଦିଲ୍ଲୀ,୯।୪: କ୍ରମଶଃ ଭାରତରେ କାୟାବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ଅଦ୍ୟାବଧି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫,୯୧୬କୁ ବୃଦ୍ଧିପାଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୧୭୯ରେ ପହଞ୍ଚିଛି। ଦିନକରେ ୫୬୫ ନୂଆ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ…
କରୋନାରେ ୧୪ ମାସ ଶିଶୁର ମୃତ୍ୟୁ
ଗାନ୍ଧୀନଗର,୯ା୪(ଆଇଏଏନ୍ଏସ୍): ଗୁଜରାଟରେ କରୋନା ସଂକ୍ରମଣରେ ୧୪ ମାସର ଶିଶୁର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୯ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚତ୍ଛି। କୋଭିଡ୍-୧୯ରେ ସଂକ୍ରମିତ ଶିଶୁଟି ଜାମନଗରର ଜିଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସମସ୍ତ ଉଦ୍ୟମ…
ଉଦ୍ଧବଙ୍କ ଚୌକିରେ କରୋନା ଗ୍ରହଣ
ମୁମ୍ବାଇ,୯ା୪: ମହାରାଷ୍ଟ୍ରରେ ଗୋଟିଏ ପଟେ ଲକ୍ଡାଉନ୍ ଅବଧି ବଢ଼ାଇବାର ସଙ୍କେତ ମିଳୁଥିବାବେଳେ ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଚୌକି ଉପରେ ସଙ୍କଟର କଳାବାଦଲ ଘନେଇବାରେ ଲାଗିଛି। ଉଦ୍ଧବ ମହାରାଷ୍ଟ୍ରର କୌଣସି ସଦନର ସଦସ୍ୟ ହୋଇ ନ ଥିବାବେଳେ ତାଙ୍କ କାର୍ଯ୍ୟକାଳକୁ…
ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷିତ ରଖିବାକୁ ହେବ
ନୂଆଦିଲ୍ଲୀ,୯ା୪(ପି.ଟି.): କରୋନା ମହାମାରୀ ବିରୋଧୀ ଲଢ଼େଇରେ ଡାକ୍ତର ଓ ସ୍ବାସ୍ଥ୍ୟସେବା କର୍ମଚାରୀମାନେ ହେଉଛନ୍ତି ଯୋଦ୍ଧା। ସେମାନଙ୍କୁ ସୁରକ୍ଷିତ ରଖିବାକୁ ହେବ ବୋଲି ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସେମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା…
‘୧୪ରେ ଲକ୍ଡାଉନ୍ ହଟାଇବା ଅସମ୍ଭବ’
ନୂଆଦିଲ୍ଲୀ,୯ା୪: ସମ୍ପ୍ରତି ଭାରତରେ ସୋସିଆଲ ଏମର୍ଜେନ୍ସି ବା ‘ସାମାଜିକ ଜରୁରୀ ପରିସ୍ଥିତି’ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏହି ଘାତକ ଭୂତାଣୁରେ ୫,୯୧୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୭୯ ଜଣଙ୍କ ଜୀବନ ଚାଲିଗଲାଣି। ଏହାର ମୁକାବିଲା…
ବଢ଼ିପାରେ ଲକ୍ଡାଉନ୍ ଅବଧି: ମୋଦି ଦେଲେ ସଙ୍କେତ
ନୂଆଦିଲ୍ଲୀ,୮।୪: ସାରା ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ କେନ୍ଦ୍ର ସରକାର ୨୧ ଦିନ ଯାଏଁ ଲକ୍ଡାଉନ୍ ଘୋଷଣା କରିଥିଲେ। ଏହାର ଅବଧି ଏପ୍ରିଲ ୧୪କୁ ଶେଷ ହେଉଥିବା…
କାର୍ରେ ଜୀବନ ବିତାଉଛନ୍ତି ଏହି ଡାକ୍ତର
ଭୋପାଳ,୮।୪: ସାରା ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ ଓ ସଫେଇ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଏମାନଙ୍କୁ ବଡ଼ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି। କାରଣ…
ଉତ୍ତରପ୍ରଦେଶରେ ୧୫ଟି ଜିଲାର ହଟ୍ସ୍ପଟ୍ ହେବ ସିଲ୍
ଲକ୍ଷ୍ନୌ,୮।୪: ମହାମାରୀ କରୋନା ସାରା ଦେଶରେ ସଙ୍କଟ ସୃଷ୍ଟି କରିଛି। ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ରେ ୫୧୯୪ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୧୪୯ଜଣଙ୍କର ମୃତ୍ୟୁ…
୨ ଝିଅଙ୍କ ପରେ ପ୍ରଯୋଜକ କରୀମ କରୋନାରେ ଆକ୍ରାନ୍ତ
ମୁମ୍ବାଇ,୮।୪: ମହାମାରୀ କରୋନା ଭାଇରସ୍ ସାରା ଦେଶରେ ଆତଙ୍କ ଖେଳାଇଛି। କରୋନା କବଳରୁ ସାଧାରଣଙ୍କଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟି ପର୍ଯ୍ୟନ୍ତ କେହି ଏଥିରୁ ବର୍ତ୍ତି ପାରୁନାହାନ୍ତି। ପୂର୍ବରୁ ବଲିଉଡ୍ ଗାୟିକା କନିକା କପୁର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ…
ଟ୍ରମ୍ପ୍ଙ୍କୁ ପଚାରିଲେ ଥରୁର୍: ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ତ ନେଲ; ପ୍ରତିଷେଧକ ଟୀକା ପ୍ରଥମେ ଆମକୁ ଦେବ ତ !
ନୂଆଦିଲ୍ଲୀ,୮।୪: କରୋନା ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅନୁରୋଧ ରକ୍ଷାକରି ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟ୍ୟାବଲେଟ୍ ପଠାଇଛି। ଏନେଇ କଂଗ୍ରେସ ପକ୍ଷରୁ ଶଶି ଥରୁର୍ ଟ୍ରମ୍ପ୍ଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି। ଶଶି ଟୁଇଟ୍ କରି କହିଛନ୍ତି ଯେ, ଆମଠାରୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍…
ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ: ଲକ୍ଡାଉନ୍ ଯୋଗୁ ପହଞ୍ଚି ପାରିଲେନି ପୁଅ !
ଚନ୍ଦୌଲି,୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ଚନ୍ଦୌଲିର ବବୁରୀ ଅଞ୍ଚଳରେ ବାସ କରୁଥିବା ସନ୍ତୋଷ ଜୟସ୍ବାଲ୍ଙ୍କର ଜିଲା ହସ୍ପିଟାଲରେ ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। ଲକ୍ ଡାଉନ୍ ଯୋଗୁ…
ସାନିଟାଇଜର୍ ସ୍ପ୍ରେ ଯୋଗୁ ପରିବେଶ ସନ୍ତୁଳନ ବିଗିଡ଼ିଯିବାର ଆଶଙ୍କା !
ନୈନିତାଲ,୮।୪: କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ସଚେତନତା ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ଭୂତାଣୁକୁ ନଷ୍ଟ କରିବା ଲାଗି ରାସ୍ତାଘାଟରେ ସାନିଟାଇଜର୍ ସ୍ପ୍ରେ କରାଯାଉଛି। ତେବେ ଏହାଦ୍ୱାରା ଆଗାମୀ ଦିନରେ ପରିବେଶ ସନ୍ତୁଳନ ବିଗିଡ଼ିଯିବାର ଆଶଙ୍କା ଦେଖାଦେଇଥିବା ଏକ ରିପୋର୍ଟରେ…
Archives


