Posted inଜାତୀୟ

ପଙ୍ଗପାଳ ଦମନରେ ଧର୍ମବିଶ୍ୱାସ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧ା୬: ମଧ୍ୟପ୍ରଦେଶର ପାନ୍ନା ଅଞ୍ଚଳରେ ଗତ ସପ୍ତାହରେ ବାଜିିଥିଲା ପୋଲିସ ସାଇରନ। ହେଲେ ତାହା ଚୋରଙ୍କୁ ଗୋଡ଼ାଇବା ଲାଗି ନୁହେଁ ବରଂ ମାରାତ୍ମକ କୀଟ ପଙ୍ଗପାଳ ଦଳଠାରୁ ରକ୍ଷା ପାଇଁ। ଏହି ବିଧ୍ୱଂସକ ବିଦେଶାଗତ କୀଟ ପ୍ରତିଦିନ ତା’ ଓଜନର ତାଜା ଖାଦ୍ୟ ଖାଇପାରେ। ତେଣୁ ୧ ବର୍ଗ କିଲୋମିଟର ବ୍ୟାପ୍ତ ଦଳରେ ରହୁଥିବା ପ୍ରାୟ ୧୫ କୋଟି ପଙ୍ଗପାଳ କେତେ ଫସଲ ନଷ୍ଟ କରିଦେବେ ତାହା ସହଜେ ଅନୁମେୟ। ବର୍ତ୍ତମାନ ରାଜସ୍ଥାନ, ଗୁଜରାଟ, ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଏରିୟଲ ସ୍ପ୍ରେୟର ବ୍ୟବହାର କରାଯାଉଛି। ବିଶେଷକରି ଅପହଞ୍ଚ ଅଞ୍ଚଳରେ ଡ୍ରୋନ ଦ୍ୱାରା ରାସାୟନିକ ସିଞ୍ଚନ କରାଯାଉଛି। କୃଷକମାନେ ନିଜ ଉପାୟରେ ଏହି କୀଟକୁ ଘଉଡ଼ାଇବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଏପରି କି ସେମାନେ ବିବାହ ଉତ୍ସବରେ ବ୍ୟବହୃତ ଡ୍ରମ୍‌ ବାଜା, ଡିଜେ(ବହୁ ଲାଉଡ୍‌ ସ୍ପିକର ସଂଲଗ୍ନ) ଥାଳି ଓ ଅନ୍ୟାନ୍ୟ ବାସନକୁସନ ମଧ୍ୟ ବଜାଉଛନ୍ତି। ପଙ୍ଗପାଳଙ୍କୁ ଭୟଭୀତ କରି ଦୂରେଇବା ପାଇଁ ଉଚ୍ଚ ଶବ୍ଦ ଅନ୍ୟତମ ଉପାୟ ହୋଇପାରିଛି। ହେଲେ ଏହି ଲଢ଼େଇ ଏବେକାର ନୁହେଁ। ୨୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଆସିଛି ଫସଲ ବଞ୍ଚାଇବା ଅଭିଯାନ। କିନ୍ତୁ ଲୋକଙ୍କ ଖାଦ୍ୟାଭ୍ୟାସ, ଧାର୍ମିକ ଓ ଅନ୍ଧବିଶ୍ୱାସ ଅନେକ ସମୟରେ ପଙ୍ଗପାଳ ଦମନ କାର୍ଯ୍ୟରେ ପ୍ରତିବନ୍ଧକ ସାଜିଥିବାର ନଜିର ରହିଛି।
ପଙ୍ଗପାଳ ମୁକାବିଲା କରିବାରେ ଭାରତର ଯଥେଷ୍ଟ ଅଭିଜ୍ଞତା ରହିଛି। ୧୮୧୨ରୁ ୧୮୮୯ ମଧ୍ୟରେ ଭାରତରେ ୮ଥର ପଙ୍ଗପାଳ ପ୍ରକୋପ ଦେଖିବାକୁ ମିଳିଥିବା ସରକାରୀ ରେକର୍ଡରୁ ଜଣାପଡ଼ିଛି। ପଙ୍ଗପାଳଙ୍କ ୯ମ ଆକ୍ରମଣ ୧୮୯୬-୧୮୯୭ରେ ହୋଇଥିଲା। ସେହିପରି ୧୯୨୬ ରୁ ୧୯୩୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ପଙ୍ଗପାଳଙ୍କ ଆକ୍ରମଣରେ ୨ କୋଟି ଟଙ୍କାର ଫସଲ ହାନି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ୧୯୩୦ରେ କେନ୍ଦ୍ରୀୟ ପଙ୍ଗପାଳ ବ୍ୟୁରୋ ପ୍ରତିଷ୍ଠା କରାଯାଇଥିଲା। ୧୯୩୯ରେ ବ୍ୟୁରୋକୁ ପଙ୍ଗପାଳ ଚେତାବନୀ ସଂଗଠନ (ଏଲ୍‌ଡବ୍ଲ୍ୟୁଓ) ଭାବେ ପରିବର୍ତ୍ତନ କରାଯାଇଥିଲା। ଦିଲ୍ଲୀରେ ତାହାର ମୁଖ୍ୟାଳୟ ଏବଂ କରାଚୀରେ ଏକ ସବ୍‌ଷ୍ଟେଶନ କରାଯାଇଥିଲା। ରାଜସ୍ଥାନର ବିଶାଳ ମରୁଭୂମି ଅଞ୍ଚଳ, ଗୁଜରାଟ ଏବଂ ହରିୟାଣାରେ ‘ମରୁଭୂମି ପଙ୍ଗପାଳ’ ଉପରେ ନଜର ରଖିବା ଓ ନିୟନ୍ତ୍ରଣ କରିବା ଏଲ୍‌ଡବ୍ଲ୍ୟୁଓ ଦାୟିତ୍ୱ ଥିଲା। କିନ୍ତୁ ଦଳବଦ୍ଧ ହୋଇ ଉଡ଼ିଆସୁଥିବା କୀଟଙ୍କୁ ଟ୍ରାକ କରିବା ସବୁବେଳେ ସହଜ ନୁହେଁ। ୧୯୬୧ରେ ରାଜସ୍ଥାନର ଜୟସାଲମେର୍‌ରେ କାର୍ଯ୍ୟରତ ପଙ୍ଗପାଳ ବୈଷୟିକ ଅଧିକାରୀ ଡ. ହରିଶ ଚନ୍ଦ୍ର ଏଲ୍‌ଡବ୍ଲ୍ୟୁଓର ୫୦ ବର୍ଷର ଇତିହାସ ସମ୍ପର୍କିତ ଏକ ପୁସ୍ତକ ରଚନା କରିଛନ୍ତି, ଯାହା ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍‌ଏଓ) ଦ୍ୱାରା ପ୍ରକାଶ ପାଇଛି। ସେଥିରେ ଜିପ୍‌ରେ ଓ୍ବୟାରଲେସ୍‌ ଯନ୍ତ୍ର ଲଗାଇ କିଭଳି ପଙ୍ଗପାଳ ଦଳକୁ ଟ୍ରାକ୍‌ କରାଯାଉଥିଲା ତାହା ଉଲ୍ଲେଖ ରହିଛି। ପଙ୍ଗପାଳ ମୁକାବିଲା କରିବା ପାଇଁ କ୍ୟାମ୍ପ କରାଯାଉଥିଲା। କ୍ୟାମ୍ପରେ ଅଧିକାରୀମାନେ କୀଟନାଶକ ଓ ଅନ୍ୟାନ୍ୟ ଉପକରଣ ସହ ପ୍ରସ୍ତୁତ ରହୁଥିଲେ। ପଙ୍ଗପାଳ ଦଳକୁ ଟ୍ରାକ୍‌ କରୁଥିବା ଅଧିକାରୀମାନେ କ୍ୟାମ୍ପରେ ଥିବା ଅଧିକାରୀମାନଙ୍କୁ ସବିଶେଷ ତଥ୍ୟ ଦେଉଥିଲେ। ବିଶେଷକରି ପଙ୍ଗପାଳ ଦଳର ଆକାର, ରଙ୍ଗ ଓ ଅବସ୍ଥିତି ଜଣାଉଥିଲେ। ହରିଶ ଉଲ୍ଲେଖ କରିଛନ୍ତି ଯେ, ବେଳେବେଳେ ସେମାନଙ୍କୁ ଅଜବ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ୁଥିଲା। ପଙ୍ଗପାଳଙ୍କୁ ମାରିବା ପାଇଁ ନିୟୋଜିତ ଅଧିକାରୀମାନଙ୍କୁ ସ୍ଥାନୀୟ ଆଦିବାସୀମାନେ ପ୍ରତିରୋଧ କରୁଥିଲେ। କାରଣ ସେମାନେ ତାହାକୁ ଖାଦ୍ୟ ଭାବେ ଉପଭୋଗ କରୁଥିଲେ। ସେହିପରି ଲେହରେ ସ୍ଥାନୀୟ ଲୋକମାନେ ଧାର୍ମିକ କାରଣରୁ କୀଟ ହତ୍ୟାକୁ ପ୍ରତିରୋଧ କରିଥିଲେ। କୀଟବିଜ୍ଞାନ (ଏଣ୍ଟୋମୋଲୋଜି)ର ଡେପୁଟି ଡାଇରେକ୍ଟର ଡ. ଜେ. ଏନ୍‌. ଠାକୁର ୨୦୦୬ ଅଗଷ୍ଟର ଏକ ଘଟଣାକୁ ମନେ ପକାଇଛନ୍ତି। ସେହି ସମୟରେ ଭାରତ-ଚାଇନା ସୀମାବର୍ତ୍ତୀ ଅଞ୍ଚଳ ଡେମ୍‌ଚୌକରେ କୀଟନାଶକ ସିଞ୍ଚିବାକୁ ଦିଆଯାଇ ନ ଥିଲା। ସ୍ଥାନୀୟ ଅଧିବାସୀଙ୍କ ନିବେଦନ ଥିଲା ଯେ, କୀଟ ମଧ୍ୟ ସେମାନଙ୍କ ପିଲାମାନଙ୍କ ପରି। କୀଟମାନେ ଉପଯୁକ୍ତ ପରିବେଶ ପାଇବା ସେମାନଙ୍କର ଅଧିକାର। ହେଲେ କୀଟଙ୍କଠାରୁ କିପରି ଫସଲକୁ ରକ୍ଷା କରାଯାଇପାରିବ ବୋଲି ପଚରାଯିବାରୁ, କିଛି ଆଧ୍ୟାତ୍ମିକ କାର୍ଯ୍ୟ କରିବେ, ଯାହା କୀଟଙ୍କୁ ରୋକିହେବ ବୋଲି ସେମାନେ ଉତ୍ତର ଦେଇଥିଲେ।
ସୂଚନାଥାଉ କି, ପାକିସ୍ତାନର ଓକରା ଜିଲାରେ କୃଷକମାନେ ପଙ୍ଗପାଳକୁ ଫାଶରେ ପକାଇ ବିକ୍ରୟ କରନ୍ତି। ତାହାକୁ ହାଇ ପ୍ରୋଟିନ୍‌ ଚିକେନ୍‌ ଫିଡ୍‌ ଭାବେ ବ୍ୟବହାର କରାଯାଏ। ଏହା ସେମାନଙ୍କ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ଅନ୍ୟପକ୍ଷରେ ଚାଇନା ବତକମାନଙ୍କୁ ‘ବାୟୋଲୋଜିକାଲ ଓ୍ବାରଫେର୍‌’ ଭାବେ ବ୍ୟବହାର କରୁଥିଲା, କାରଣ ବତକମାନେ ପଙ୍ଗପାଳ ଖାଉଥିଲେ। ପଡ଼ୋଶୀ ପାକିସ୍ତାନକୁ ଫସଲ ହାନିରୁ ରକ୍ଷା କରିବା ପାଇଁ ସହାୟତା ଭାବେ ବତକ ସେନା ପଠାଇବା ପାଇଁ ମଧ୍ୟ ଚାଇନା ଯୋଜନା କରିଥିଲା। କିନ୍ତୁ ଶୁଷ୍କ ଅବସ୍ଥା ଯୋଗୁ ବୈଜ୍ଞାନିକମାନେ ଏହି ଯୋଜନାକୁ ରୋକି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଡି ମୋ ସ୍ବାମୀଙ୍କୁ ହଇରାଣ କରୁଛନ୍ତି, ସେ ବହୁତ ଅସୁସ୍ଥ ଅଛନ୍ତି:ସୁନୀତା

ନୂଆଦିଲ୍ଲୀ,୨୮।୩: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି ଏବଂ ତାଙ୍କୁ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ...

ଅନ୍ୟକୁ ଡରାଇବା ଧମକାଇବା କଂଗ୍ରେସର ସଂସ୍କୃତି…ଓକିଲଙ୍କ ଚିଠିକୁ ନେଇ ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଅନ୍ୟମାନଙ୍କୁ ଭୟଭୀତ କରିବା ହେଉଛି କଂଗ୍ରେସର ପୁରୁଣା ସଂସ୍କୃତି। ମାତ୍ର ୫ଦଶନ୍ଧି ପୂର୍ବରୁ ସେ ଏକ ‘ପ୍ରତିବଦ୍ଧ...

ଭାଜପାରେ ମିଶିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ,୨୮।୩: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ(୮୪) ଭାଜପାରେ ସାମିଲ ହୋଇଛନ୍ତି। କିଛି...

ଅଗ୍ନିବୀର ଯୋଜନାକୁ ନେଇ ସରକାର ନେବେ ବଡ ନିଷ୍ପତ୍ତି? ରାଜନାଥ ଦେଲେ ସୂଚନା

ନୂଆଦିଲ୍ଲୀ,୨୮।୩: ଅଗ୍ନିବୀର ଯୋଜନା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆବଶ୍ୟକତା ପଡେ ତେବେ...

ଛିଣ୍ଡିଲା କଥା! ମହାମେଣ୍ଟରେ ସମାଧାନ ହେଲା ସିଟ ଶେୟାରିଂ ପ୍ରସଙ୍ଗ, କାଲି ଘୋଷଣା

ପାଟନା,୨୮।୩: ବିହାରରୁ ଏକ ବଡ ଖବର ଆସିଛି, ଯେଉଁଠାରେ ଗ୍ରାଣ୍ଡ ଆଲାଇନ୍ସରେ ସିଟ ବଣ୍ଟନ ବିଷୟରେ ଆଲୋଚନା ହୋଇଛି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଏହି ବିଷୟରେ...

ଜିତିବାକୁ ନୁହେଁ ଏହି ବ୍ୟକ୍ତିଙ୍କୁ ପସନ୍ଦ ନିର୍ବାଚନରେ ହାରିବାକୁ

ମେଟ୍ଟୁରା,୨୮।୩: ବିଶ୍ୱର ଯେକୌଣସି ବ୍ୟକ୍ତି କେବଳ ଜିତିବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, କିନ୍ତୁ ତାମିଲନାଡୁରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିର୍ବାଚନରେ କେବଳ ହାରିବା...

ମୁଁ ଇଡିକୁ ଧନ୍ୟବାଦ ଦେବାକୁ ଚାହୁଁଛି… କୋର୍ଟରେ କାହିଁକି ସିସୋଡିଆଙ୍କ କଥା ଉଠାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୁରୁବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ତାଙ୍କର ୬ ଦିନିଆ ଅଟକ...

ଶିବସେନାରେ ସାମିଲ ହେଲେ ଗୋବିନ୍ଦା, ଏହି ଆସନରୁ ଲଢିବେ ନିର୍ବାଚନ

ମୁମ୍ବାଇ,୨୮।୩: ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା। ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି। ଶିନ୍ଦେଙ୍କ ଦଳ ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri