ଜାତୀୟ

ପଙ୍ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ହଟାଉ ଚାଇନା: ସେନା ଅଧିକାରୀସ୍ତରୀୟ ଆଲୋଚନାରେ ଭାରତର ଦାବି

ନୂଆଦିଲ୍ଲୀ,୬ା୬(ପି.ଟି./ଆଇଏଏନ୍‌ଏସ୍‌)-ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ମାସେ ହେଲା ଅଚଳାବସ୍ଥା ଲାଗି ରହିଥିବାବେଳେ ଏହାର ସମାଧାନ ପାଇଁ ପ୍ରଥମ ବଡ଼ ପଦକ୍ଷେପ ସ୍ବରୂପ ଶନିବାର ଭାରତ ଓ ଚାଇନା ସୈନ୍ୟବାହିନୀର ଲ୍ୟୁଟ୍‌ନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଲେହସ୍ଥିତ ୧୪…

ସେଲୁନ ମାଲିକଙ୍କ ଝିଅ ହେଲେ ୟୁଏନ୍‌ଏଡିଏପିର ଗୁଡ୍‌ ଓ୍ବିଲ ଆମ୍ବାସଡର

ଚେନ୍ନାଇ,୬।୬: କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଗରିବଙ୍କ ସେବା କରିଥିବା ଜଣେ ସେଲୁନ ମାଲିକଙ୍କ ଝିଅ ଏବେ ୟୁନାଇଟେଡ ନେଶନ୍ସ ଆସୋସିଏଶନ ଫର୍‌ ଡେଭଲପମେଣ୍ଟ ଆଣ୍ଡ ପିସ୍‌(ୟୁଏନ୍‌ଏଡିଏପି)ର ‘ଗୁଡଓ୍ବିଲ ଆମ୍ବାସଡର ଟୁ ଦି ପୁଅର’ ଭାବେ ନିଯୁକ୍ତ…

ସ୍ବର୍ଣ୍ଣମନ୍ଦିରରେ ଖଲିସ୍ତାନ ସ୍ଲୋଗାନ୍‌: ବ୍ଲୁଷ୍ଟାର ଅପରେଶନ୍‌ର ୩୬ତମ ବାର୍ଷିକୀ ପାଳନ

ଅମୃତସର,୬।୬: ପଞ୍ଜାବ ଅମୃତସରରେ ଥିବା ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ବ୍ଲୁଷ୍ଟାର ଅପରେଶନକୁ ଶନିବାର ୩୬ବର୍ଷ ପୂରଣ ହୋଇଛି। ଏହି ଅବସରରେ ସ୍ବର୍ଣ୍ଣମନ୍ଦିର ପରିସରରେ ଥିବା ଅକାଳ ତଖତ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇମନ୍‌ ସିଂ ମନ୍‌ଙ୍କ ନେତୃତ୍ୱରେ ୧୦୦ରୁ ଅଧିକ କର୍ମୀ ଯୋଗଦେଇ…

କେରଳ ଘଟଣାର ପୁନରାବୃତ୍ତି: ହାତୀ ପରେ ଗର୍ଭବତୀ ଗାଈକୁ ବିସ୍ଫୋରକ ଖୁଆଇଲେ ଦୁର୍ବୁତ୍ତ !

ବିଳାସପୁର,୬।୬: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଗର୍ଭବତୀ ଗାଈର ପାଟିରେ ଗଭିର ଆଘାତ ଲାଗିଥିବା ଦେଖାଯାଇଛି। ତେବେ ଗାଈର ମାଲିକ ଗୁରଦିଆଲ ସିଂ କହିଛନ୍ତି କେହି ଦୁର୍ବୁତ୍ତ ତାଙ୍କ ଗର୍ଭିଣୀ ଗାଈକୁ ବିସ୍ଫୋରକ…

ଦାଉଦ ଇବ୍ରାହିମ୍‌ଙ୍କ ମୃତ୍ୟୁ ନେଇ ଚର୍ଚ୍ଚା ଜାରି

ନୂଆଦିଲ୍ଲୀ, ୬।୬: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ମୃତ୍ୟୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜୋର୍‌ ଧରିଛି। କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା କେତେକ କହୁଛନ୍ତି। ଶୁକ୍ରବାର ଖବର ମିଳିଥିଲା ଯେ, ଦାଉଦ ଏବଂ ତାଙ୍କ ସ୍ତ୍ରୀ…

ଚାଇନା ସାମଗ୍ରୀ ବହିଷ୍କାର କରିବାକୁ କହିଲେ ରାମଦେବ

ନୂଆଦିଲ୍ଲୀ, ୬।୬: ଭାରତ-ଚାଇନା ସୀମାରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଏବେ ଯୋଗଗୁରୁ ବାବା ରାମଦେବଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାମଦେବ କହିଛନ୍ତି ଯେ, ଚାଇନାକୁ ବୁଦ୍ଧି ଶିଖାଇବା ପାଇଁ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ନାହିଁ। ଭାରତର ଲୋକେ ଚାଇନା ସାମଗ୍ରୀ…

ରାଜଧାନୀର ଘରୋଇ ହସ୍ପିଟାଲକୁ କେଜରିଓ୍ବାଲଙ୍କ ଚେତାବନୀ

ନୂଆଦିଲ୍ଲୀ,୬।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଓ ସଂକ୍ରମିତଙ୍କର ଠିକ୍‌ ଚିକିତ୍ସା କରିବାକୁ ସରକାରଙ୍କ ତତ୍ପରତା ଦେଖିବାକୁ ମିଳିଛି। ଘରୋଇ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ପୁଣିଥରେ…

ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଶ୍ରଦ୍ଧାଳୁଙ୍କ କରୋନା ଯାଞ୍ଚ ରହିବ ବାଧ୍ୟତାମୂଳକ

ଅନନ୍ତନାଗ,୬।୬: କରୋନା ଲକ୍‌ଡାଉନ ମଧ୍ୟରେ ଅମରନାଥ ଯାତ୍ରାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ଥର ଅମରନାଥ ଯାତ୍ରା ଜୁଲାଇ ୨୧ରୁ ଅଗଷ୍ଟ ୩ମଧ୍ୟରେ ଆରମ୍ଭ ହେବ। ଏହି ଯାତ୍ରା କେବଳ ୨ସପ୍ତାହ ଅର୍ଥାତ୍‌ ୧୫ ଦିନ ଯାଏଁ ଚାଲିବ…

୩୦ ଏପ୍ରିଲ୍‌ ମଧ୍ୟରେ ହୋଇଥିବା ନମୁନା ପରୀକ୍ଷା: ୭୦ ପ୍ରତିଶତଙ୍କ ତଥ୍ୟ ହୋଇନି ସଂରକ୍ଷିତ

ନୂଆଦିଲ୍ଲୀ, ୬।୬: କରୋନା ସଂକ୍ରମଣ ଲଢ଼େଇ ଭାରତରେ ଜୋର୍‌ଦାର ହେବାରେ ଲାଗିଛି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ଏବଂ ପବ୍ଲିକ୍‌ ହେଲଥ୍‌ ଫାଉଣ୍ଡେଶନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଦର୍ଶାଯାଇଛି ଯେ, ଗତ ୩ ମାସ ମଧ୍ୟରେ ହୋଇଥିବା ନମୁନା ପରୀକ୍ଷା…

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ୫ ଜଣ କରୋନା ପଜିଟିଭ

ନୂଆଦିଲ୍ଲୀ,୬।୬: ରାଜଧାନୀ ଦିଲ୍ଲୀର ଲୋକ ନାୟକ ଭବନ, ଖାନ ମାର୍କେଟରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ମୁଖ୍ୟକାର୍ଯ୍ୟାଳୟରେ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଉକ୍ତ କୋଠାକୁ ସାନିଟାଇଜ କରାଯିବା ସହ ୨ଦିନ ପାଇଁ ଏହାକୁ ସିଲ୍‌ କରି ଦିଆଯାଇଛି।…

ଡେରାଡୁନରେ ୨ ଦିନିଆ ସଟ୍‌ଡାଉନ୍‌

ଡେରାଡୁନ,୬।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ଡେରାଡୁନରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ ଘୋଷଣା କରାଯାଇଛି। ଶନିବାର ଓ ରବିବାର ସଟ୍‌ଡାଉନ ଘୋଷଣା କରାଯାଇଥିବାରୁ ଶନିବାର ଡେରାଡୁନ ସହରରେ ଲୋକଙ୍କ ଯାତାୟତ କମ୍‌ ରହିଥିଲା। କେବଳ ଜରୁରୀ ସେବା ଯୋଗାଉଥିବା…

କରୋନା ସଂକ୍ରମଣ: ଇଟାଲୀକୁ ପଛରେ ପକାଇ ଆଉ ଗୋଟିଏ ପାହାଚ ଉପରକୁ ଗଲା ଭାରତ

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏବେ ୨୪ ଘଣ୍ଟାରେ ୧୦ ହଜାର ଛୁଇଁବାକୁ ଗଲାଣି ସଂକ୍ରମିତଙ୍କ ସଂଖ୍ୟା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?