Posted inଜାତୀୟ

ପତ୍ନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଜଳନ୍ତା ଜୁଇକୁ ଡେଇଁଲେ ସ୍ବାମୀ

ବମ୍ବେ,୨୩।୬: ତିନି ମାସର ଗର୍ଭବତୀ ପତ୍ନୀ କୂଅକୁ ଡେଇଁ ଆତ୍ମହତ୍ୟା କରିବା ପରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ସ୍ବାମୀ ସ୍ତ୍ରୀଙ୍କ ଜୁଇରେ ପଶିଯିବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ଜୁଇ ନିଆଁରୁ ବାହାର କରିବା ପରେ ସେ ଏକ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ଘଟିଛି।

ଚନ୍ଦ୍ରପୁରର ଗୋଣ୍ଡିପୁର ତହସିଲର ଭଙ୍ଗରାମ ତୋଡି ଗ୍ରାମରେ ରୁହନ୍ତି କିଶୋର ଖଟିକ। ସେ ଲକ୍‌ଡାଉନ୍‌ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୧୯ ତାରିଖରେ ୨୦ ବର୍ଷୀୟ ରୁଚିତାଙ୍କୁ ବିବାହ କରିଥିଲେ। କିଶୋର ଚନ୍ଦ୍ରପୁରର ଆରଟିଓ କାର୍ଯ୍ୟାଳୟର ଡ୍ରାଇଭର ତାଲିମ କେନ୍ଦ୍ରରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଥିଲେ। ବିବାହ ପରେ ରୁଚିଟା ତିନିମାସ ଗର୍ଭବତୀ ହୋଇଥିଲେ ଏବଂ ସେ ଚାରି ଦିନ ପୂର୍ବରୁ ତାଙ୍କ ବାପଘର ଭଙ୍ଗରାମ ତଲୋଧିକୁ ଆସିଥିଲେ।

ରବିବାର  ରୁଚିତା ଘର ବାହାରକୁ ଶୌଚ ପାଇଁ ଯାଇଥିଲେ। ହେଲେ ଅଧିକ ସମୟ ଧରି ନ ଫେରିବା ପରେ ଘରଲୋକେ ପରେ ତାଙ୍କୁ ଖୋଜିବା ଆରମ୍ଭ କଲେ କରିଥିଲେ। ଗାଁ ବାହାରେ ଥିବା ଏକ କୂଅ ନିକଟରେ ତାଙ୍କର ଚପଲ ଏବଂ କିଛି ଜିନିଷ ପଡ଼ିଥିବା ଦେଖାଯାଇଥିଲା। ପରିବାରଲୋକେ କିଛି ଅଘଟଣ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ କୂଅରୁ ରୁଚିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଗ୍ରାମବାସୀଙ୍କ ସହାୟତାରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଚନ୍ଦ୍ରପୁର ଜିଲା ଡାକ୍ତରଖାନାକୁ ପଠାଇବା ସହ ରୁଚିତାଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ତାହା ଅନୁଧ୍ୟାନ କରୁଛି।

ଅପରପକ୍ଷେ ବ୍ୟବଚ୍ଛେଦ ପରେ ସୋମବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଭଙ୍ଗରାମ ଟୋଡି ଗାଁର ଶବଦାହ ସ୍ଥଳରେ ରୁଚିତାଙ୍କ ଅନ୍ତିମ ସଂସ୍କାର କରି ପରିଜନ ଫେରିବା ସମୟରେ ହଠାତ୍‌ ରୁଚିତାଙ୍କ ସ୍ବାମୀ କିଶୋର ଦୌଡ଼ିଯାଇ ଜଳୁଥିବା ଜୁଇ ଉପରକୁ ଡେଇଁ ପଡ଼ିଥିଲେ। କିଶୋରଙ୍କ ଏହି କାର୍ଯ୍ୟ ଦେଖି ସେଠାରେ ଉପସ୍ଥିତ ପରିବାର ଏବଂ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ କୌଣସି ପ୍ରକାରେ କିଶୋରଙ୍କୁ ଜଳୁଥିବା ଚିତାରୁ ବାହାର କରିଥିଲେ। ଏଥିରେ କିଶୋର ସାମାନ୍ୟ ପୋଡି ଯାଇଥିଲେ। ପରେ କିଶୋର ଲୋକମାନଙ୍କଠାରୁ ଧକ୍କା ଦେଇ କରି ନିକଟସ୍ଥ କୂଅକୁ ଡେଇଁପଡି ଆତ୍ମହତ୍ୟା କରିଦେଇଛନ୍ତି।

ଗୋଟିଏ ପଟେ ରୁଚିତାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ କିଶୋରଙ୍କ ମୃତ୍ୟୁ ପୋଲିସକୁ ଚକିତ କରିଛି। ପରିବାରଲୋକଙ୍କୁ ଏ ବିଷୟରେ ପଚରାଉଚରା କରାଯାଉଛି। ତେବେ କିଶୋର ରୁଚିତାଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ସେ ତାଙ୍କ ପତ୍ନୀଙ୍କ ମୃତ୍ୟୁକୁ ସହି ପାରି ନ ଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?