ଜାତୀୟ

ଅପରାଧ ରେକର୍ଡ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାର କାରଣ କହିବ ଦଳ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୨: ଆପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ କାହିଁକି ଟିକେଟ ଦିଆଯାଇଛି ସେ ସମ୍ପର୍କରେ ଓ୍ବେବସାଇଟ ମାଧ୍ୟମରେ ଜଣାଇବାକୁ ରାଜନୈତିକ ଦଳଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଗତ ପ୍ରାୟ ୪ଟି ନିର୍ବାଚନରେ ଅପରାଧୀ ପ୍ରାର୍ଥୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବାକୁ ନେଇ କୋର୍ଟ…

ଆଜିର ଦିନରେ ରାଜଧାନୀ ମାନ୍ୟତା ପାଇଥିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୩।୨: ୧୯୩୧, ଫେବୃୟାରୀ ୧୩ ଅର୍ଥାତ୍‌ ୮୯ ବର୍ଷ ପୂର୍ବେ ଠିକ୍‌ ଆଜିର ଦିନରେ ଦିଲ୍ଲୀ ଦେଶର ରାଜଧାନୀ ଭାବେ ମାନ୍ୟତା ପାଇଥିଲା। ତେଣୁ ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅଭୁଲା ଦିନ। ଯଦିଓ ୧୯୧୧, ଡିସେମ୍ବର ୧୧ରେ…

ଭାଙ୍ଗି ପଡିଲା ଫୁଟ୍‌ ଓଭର ବ୍ରିଜ୍‌

ଭୋପାଳ,୧୩।୨: ମଧ୍ୟପ୍ରଦେଶ ଭୋପାଳ ରେଲଓ୍ବେ ଷ୍ଟେଶନର ଫୁଟ୍‌ ଓଭର ବ୍ରିଜ୍‌ ଗୁରୁବାର ସକାଳେ ଭୂଷୁଡି ପଡିଥିବା ସୂଚନା ମିଳିଛି। ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ଲାଟ ଫର୍ମ ନମ୍ବର ୩ରେ…

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଆସନ୍ତା ୧୬ରେ ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାମ ଲିଳା ମଇଦାନରେ କେଜରିଓ୍ବାଲଙ୍କ ସହ ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ ବୋଲି ସୂଚନା…

ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳିବ ଆଇପ୍ୟାଡ

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୁବ୍‌ଶୀଘ୍ର ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କୁ ଆଇପ୍ୟାଡସ୍‌ ଯୋଗାଇ ଦିଆଯିବ। ଏମାନେ ଲାଟେଷ୍ଟ ଟେକ୍ନୋଲୋଜି ସହ ଅପ୍‌ଡେଟ୍‌ ରହିବା ପାଇଁ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ଆସନ୍ତା କ୍ୟାବିନେଟ…

ଫିଲ୍ମ ଗୀତ ମାଧ୍ୟମରେ ନୀତିଶଙ୍କ ଉପରେ ବର୍ଷିଲେ ଲାଲୁ

ରାଞ୍ଚି, ୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ବିଭିନ୍ନ ରାଜନୈତିକ ଦଳର ନଜର ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ରହିଛି। ଚଳିତବର୍ଷ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟର ଦୁଇ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)…

ଦିଲ୍ଲୀର ୫୨ ବିଧାୟକ କୋଟିପତି

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀର ନବ ନିର୍ବାଚିତ ୭୦ ବିଧାୟକଙ୍କ ମଧ୍ୟରୁ ୫୨ ଜଣ କୋଟିପତି ଥିବାବେଳେ ୪୩ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନେ କରିଥିବା ସତ୍ୟପାଠରେ ଏହା ଦର୍ଶାଯାଇଛି। କୋଟିପତି ବିଧାୟକଙ୍କ ମଧ୍ୟରେ ଏଏପିର ୪୫ ଜଣ ଥିବାବେଳେ ଭାଜପାର ୭…

ଗୃହମନ୍ତ୍ରୀ ପଦରୁ ଭାଇଙ୍କୁ ବିଦାକଲେ ମେଘାଳୟ ମୁଖ୍ୟମନ୍ତ୍ରୀ

ଶିଲଂ,୧୩ା୨(ପି.ଟି.): ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ କେ. ସଙ୍ଗ୍‌ମା ବୁଧବାର ତାଙ୍କ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ସେ ତାଙ୍କ ଭାଇ ଜେମ୍ସ କେ. ସଙ୍ଗ୍‌ମାଙ୍କୁ ଗୃହମନ୍ତ୍ରୀ ପଦରୁ ହଟାଇଦେଇଛନ୍ତି। ଏଥିସହିତ ତାଙ୍କ ହାତରୁ ଜିଲାପରିଷଦ ବ୍ୟାପାର ବିଭାଗକୁ ମଧ୍ୟ କାଢ଼ିନିଆଯାଇଛି। ଜେମ୍ସଙ୍କୁ…

ପିଲାଙ୍କୁ ଜେଲ୍‌ରେ ରଖାଯାଇପାରିବନି

ନୂଆଦିଲ୍ଲୀ,୧୩ା୨(ଆଇଏଏନ୍‌ଏସ୍‌): ଜାମିନ ନ ମିଳିଲେ ମଧ୍ୟ ପିଲାଙ୍କୁ ଜେଲ୍‌ କିମ୍ବା ପୋଲିସ ହାଜତରେ ରଖାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେମାନଙ୍କୁ ପର୍ଯ୍ୟବେକ୍ଷଣ ଗୃହ କିମ୍ବା ନିରାପଦ ସ୍ଥାନରେ ରଖିବାକୁ ହେବ। ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ କେବଳ ନୀରବ ଦର୍ଶକ ସାଜିପାରିବେ…

ପି.ସି. ଚାକୋଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୩ା୨(ପି.ଟି.): ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଦୟନୀୟ ପ୍ରଦର୍ଶନକୁ ନେଇ ଏଆଇସିସି ଦିଲ୍ଲୀ ଦାୟିତ୍ୱରେ ଥିବା କଂଗ୍ରେସ ନେତା ପି.ସି. ଚାକୋ ନିଜକୁ ଦାୟୀ କରିବା ସହ ନୈତିକତା ଦୃଷ୍ଟିରୁ ବୁଧବାର ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ନିଜର ଇସ୍ତଫାପତ୍ର କଂଗ୍ରେସ…

ଅହମଦାବାଦରେ ହେବ ‘କେମ୍‌ ଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୩ା୨(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଗାମୀ ୨୪ ଓ ୨୫ ତାରିଖରେ ଭାରତ ଗସ୍ତରେ ଆସୁଥିବାବେଳେ ତାଙ୍କୁ ଗୁଜରାଟରେ ରେଡ୍‌ କାର୍ପେଟ ସ୍ବାଗତ ଲାଗି ବ୍ୟାପକ ଆୟୋଜନ ହେଉଥିବା ଜଣାପଡିଛି। ଗତବର୍ଷ ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଗତ ଲାଗି…

ଫେଶନ ଡିଜାଇନର ରୋଡ୍ରିକ୍ସଙ୍କ ପରଲୋକ

ପଣଜୀ,୧୩ା୨: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ଖ୍ୟାତନାମା ଫେଶନ ଡିଜାଇନର ତଥା ଲେଖକ ଓ୍ବେଣ୍ଡେଲ୍‌ ରୋଡ୍ରିକ୍ସଙ୍କର ବୁଧବାର ତାଙ୍କ ଗୋଆ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୯ ବର୍ଷ ହୋଇଥିଲା। ବଲିଉଡ୍‌ ସେଲିବ୍ରିଟିମାନଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଥିଲା। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri