ଆଦିବାସୀ ନୃତ୍ୟରେ ସାମିଲ ହେଲେ ରାହୁଲ
ରାୟପୁର,୨୭।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଛି। ରାହୁଲ ଏଥର ଆଦିବାସୀଙ୍କ ସହ ମିଶି ପାରମ୍ପରିକ ନୃତ୍ୟ କରୁଥିବା ଦେଖାଯାଇଛି। ଶୁକ୍ରବାର ରାହୁଲ ଛତିଶଗଡ଼ ଗସ୍ତରେ ଥିବା ବେଳେ ସେଠାରେ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ...
ଲଣ୍ଡନ, ପ୍ୟାରିସ୍ ଭଳି ସଫାସୁତରା ହେବ ଦିଲ୍ଲୀ: କେଜରିଓ୍ବାଲ
ନୂଆଦିଲ୍ଲୀ, ୨୭।୧୨: ଆଗାମୀ ୫ ବର୍ଷ ମଧ୍ୟରେ ଲଣ୍ଡନ, ଟୋକିଓ ଏବଂ ପ୍ୟାରିସ୍ ଭଳି ରାଜଧାନୀ ଦିଲ୍ଲୀକୁ ସଫାସୁତରା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିଓ୍ବାଲ କହିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଦୁଇ ସପ୍ତାହ ମଧ୍ୟରେ...
ବିଦାୟ ନେଲା କାର୍ଗିଲ ଯୁଦ୍ଧର ‘ହିରୋ’ ମିଗ୍-୨୭ ବିମାନ
ଯୋଧପୁର, ୨୭।୧୨: କାର୍ଗିଲ ଯୁଦ୍ଧର ହିରୋ ଲଢୁଆ ବିମାନ ମିଗ୍-୨୭କୁ ଶୁକ୍ରବାର ଭାରତୀୟ ବାୟୁସେନାରୁ ବିଦାୟ ଦିଆଯାଇଛି। ଏହି ଲଢୁଆ ବିମାନଟି ଦୀର୍ଘ ୩ ଦଶନ୍ଧି ଧରି ଭାରତୀୟ ବାୟୁସେନାର ଶକ୍ତି ପାଲଟିଥିଲା। ଭାରତୀୟ ବାୟୁସେନାର ‘ବାହାଦୁର’ ନାମରେ ପରିଚିତ...
ପରଲୋକରେ ଅଭିନେତା କୁଶଲ ପଞ୍ଜାବୀ
ମୁମ୍ବାଇ,୨୭।୧୨: ଟେଲି କଳାକାର କୁଶଲ ପଞ୍ଜାବୀଙ୍କର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୁକ୍ରବାର ଦ୍ୱିପ୍ରହରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ଗୁରୁବାର ରାତିରେ କୁଶଲଙ୍କ ଘରୁ...
ଉତ୍ତରପ୍ରଦେଶରେ ହାଇଆଲର୍ଟ: ୧୫ ଜିଲାରେ ଇଣ୍ଟରନେଟ ବନ୍ଦ, ଲକ୍ଷ୍ନୌରେ ଏସଏମ୍ଏସ୍ ସେବା ଉପରେ ଲାଗିଲା କଟକଣା
ଲକ୍ଷ୍ନୌ,୨୭।୧୨: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ଦେଶରେ ଉତ୍ତେଜନା ଥମିବାର ନାଁ ନେଉନି। ଶୁକ୍ରବାର ନମାଜ ପାଠକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ନମାଜ ପାଠ ପୂର୍ବରୁ ରାଜ୍ୟର ୧୫ଟି ଜିଲାରେ ଇଣ୍ଟରନେଟ...
ଉତ୍ତର ଭାରତରେ ପ୍ରବଳ ଶୀତଲହରୀ: ଟ୍ରେନ ସେବା ବ୍ୟାହତ
ନୂଆଦିଲ୍ଲୀ,୨୭।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତଲହରୀ ଅନୁଭୂତ ହେଉଛି। ରାଜଧାନୀ ନୂଆଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବାବେଳେ ସର୍ବାଧିକ ୧୩.୪ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ପ୍ରବଳ ଥଣ୍ଡା ଏବଂ...
ଆନ୍ଧ୍ରପ୍ରଦେଶର ୩ ରାଜଧାନୀ ଫର୍ମୁଲା: ଆଜି ଲାଗିପାରେ ମୋହର, ଅମରାବତୀରେ ୧୪୪ ଧାରା ଜାରି
ହାଇଦ୍ରାବାଦ,୨୭।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସରକାର ରାଜ୍ୟରେ ତିନି ରାଜଧାନୀ କରିବାର ଯୋଜନା ଉପରେ ଶୁକ୍ରବାର ମୋହର ଲଗାଇପାରନ୍ତି। ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୩ ରାଜଧାନୀ ଉପରେ ମୋହର...
୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ
ମୁମ୍ବାଇ,୨୭-୧୨: ଆଗାମୀ ଡିସେମ୍ବର ୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯିବ। ସେହିଦିନ ମୋଟ ୩୬ ମନ୍ତ୍ରୀ ଶପଥଗ୍ରହଣ କରିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ମନ୍ତ୍ରିମଣ୍ଡଳରେ ୬ ଜଣ ମନ୍ତ୍ରୀ ଅଛନ୍ତି। ପ୍ରଦେଶ କଂଗ୍ରେସ...
‘ଲୋକଙ୍କୁ ବିଭ୍ରାନ୍ତ କରୁଛି କଂଗ୍ରେସ’
ନୂଆଦିଲ୍ଲୀ,୨୭-୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ନେଇ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଦ୍ୱନ୍ଦ୍ୱ ସୃଷ୍ଟିକରିବା ସହ ଲୋକଙ୍କୁ ବିଭ୍ରାନ୍ତ କରି ରାଜଧାନୀର ବାତାବରଣକୁ ନଷ୍ଟ କରୁଛନ୍ତି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଅଭିଯୋଗ କରିଛନ୍ତି। ଗୁରୁବାର ଦିଲ୍ଲୀ...
ମୋଦିଙ୍କୁ ‘ମିଛର ସର୍ଦ୍ଦାର’କହିଥିବା ରାହୁଲଙ୍କୁ ଭାଜପାର ସମାଲୋଚନା:ଉପା ଅମଳରେ ଗଢ଼ାହୋଇଥିଲା ଅଟକ କେନ୍ଦ୍ର
ନୂଆଦିଲ୍ଲୀ,୨୭-୧୨(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ମିଛର ସର୍ଦ୍ଦାର’ କହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭାଜପା ସମାଲୋଚନା କରିଛି। ଅଟକ କେନ୍ଦ୍ର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ବୋଲି ରାହୁଲ ଟୁଇଟ୍ କରିଥିଲେ। ରାହୁଲଙ୍କୁ ସମାଲୋଚନା କରି ଭାଜପା ମୁଖପାତ୍ର ସମ୍ବିତ୍...
ହିଂସାରେ ମୃତ ମୁସଲମାନ ଯୁବକଙ୍କ ପରିବାରକୁ ଭେଟିଲେନି ମନ୍ତ୍ରୀ
ବିଜ୍ନୋର,୨୭-୧୨(ପି.ଟି.):ଉତ୍ତରପ୍ରଦେଶର ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ କପିଲଦେବ ଅଗ୍ରଓ୍ବାଲ ଗୁରୁବାର ହିଂସା ପ୍ରଭାବିତ ବିଜ୍ନୋର ଜିଲା ଗସ୍ତରେ ଯାଇଥିଲେ। ଗତ ଶୁକ୍ରବାର ସିଏଏ ବିରୋଧୀ ବିକ୍ଷୋଭ ବେଳେ ହିଂସାରେ ପ୍ରାଣ ହରାଇଥିବା ୨ ମୁସଲମାନ ଯୁବକଙ୍କ ପରିବାର...
ଗୁଜରାଟରେ ପାକ୍ ପଙ୍ଗପାଳ ଆତଙ୍କ
ବଡୋଦରା, ୨୬ା୧୨: ପାକିସ୍ତାନରୁ ଦଳ ଦଳ ପଙ୍ଗପାଳ ଗୁଜରାଟର ବିଭିନ୍ନ ଜିଲାରେ ପ୍ରବେଶ କରିବା ଫଳରେ ଚାଷୀଙ୍କ ନିଦ ହଜାଇ ଦେଲେଣି। ଏମାନେ ବ୍ୟାପକ ଫସଲ ଖାଇ ନଷ୍ଟ କରିଦେଉଥିବାରୁ ତା’ର ପ୍ରତିକାର ପାଇଁ କେନ୍ଦ୍ର ସରକାର ସେଠାକୁ ୧୧ଟି...
Archives


