ଜାତୀୟ

କରୋନାର ଭୟଙ୍କର ଚିତ୍ର: ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଯୋଗୁ ଆମ୍ବୁଲାନ୍ସ ଛାଡ଼ି ପଳାଇଲେ ସ୍ବାସ୍ଥ୍ୟକର୍ମୀ

ପାଟଣା,୨।୮: ମହାମାରୀ କରୋନା ଭୟରେ ଲୋକଙ୍କ ମଧ୍ୟରୁ ମାନବିକତା ହଜିବାକୁ ବସିଲାଣି। ବିହାରର ସୁପୌଲରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟକର୍ମୀମାନେ ଆମ୍ବୁୂଲାନ୍ସ ଛାଡ଼ଇ ଫେରାର ହୋଇଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି…

ବୁଦ୍ଧି ଶିଖିବ ଚାଇନା: ଏବେ ଏସବୁ ସଂସ୍ଥା ଉପରେ ମୋଦି କରିବେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୨।୮: ଭାରତ ସରକାର ଚାଇନାର ୧୦୦ରୁ ଅଧିକ ଆପ୍‌କୁ ବ୍ୟାନ୍‌ କରିଛନ୍ତି। ଏହା ସହିତ ଚାଇନା କମ୍ପାନୀକୁ ଦିଆଯାଇଥିବା ବହୁ ଠିକାକୁ ମଧ୍ୟ ରଦ୍ଦ କରାଯାଇଛି। ଏବେ ଚାଇନାକୁ ବୃଦ୍ଧି ଶିଖାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଣ୍ଟା ଭିଡ଼ିଛନ୍ତି। ଚାଇନା…

ବିବାହ ନ କଲେ ଆଣିବି ମିଥ୍ୟା ବଳାତ୍କାର ଅଭିଯୋଗ, ଧମକ ଦେଲେ ଯୁବତୀ

ଲକ୍ଷ୍ନୌ,୨।୮: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ତାଙ୍କଠାରୁ ୧୦ ବର୍ଷ ସାନ ଯୁବକଙ୍କୁ ବିବାହ ପାଇଁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଲ୍ଲୀଗଡ଼ ବିଶ୍ୱ ବିଦ୍ୟାଳୟରେ ବିଏସ୍‌ସି ପଢୁଥିବା ୧୯ ବର୍ଷ ବୟସ୍କ ଅଦିଲ୍‌ ଉଲାହଙ୍କୁ…

ଶବ ସଂରକ୍ଷଣ ଗୃହରେ ଥିଲା ମୃତଦେହ: ଓଠ, କାନ ଖାଇଗଲେ ମୂଷା, ପରେ ଘଟିଲା ଏମିତି…

ଅମୃତସର,୨ା୮: ପଞ୍ଜାବର ମୋହାଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଡେରାବସିସ୍ଥିତ ଇଣ୍ଡସ୍‌ ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଜଣେ ମହିଳାଙ୍କ ମୃତଦେହରୁ ଓଠ ଏବଂ କାନକୁ ମୂଷା ଖାଇଯାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।…

ଏସବୁ ରାଜ୍ୟରେ ହୋଇଛି କରୋନା ଗୋଷ୍ଠୀ ସଂକ୍ରମଣ…

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ମହାମାରୀ ଥମୁନି। ଦେଶରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଯେ, କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି। ବିଦେଶର ବହୁ ବିଶେଷଜ୍ଞ ଏନେଇ ମତପୋଷଣ କରିଛନ୍ତି। ତେବେ କେନ୍ଦ୍ର ସରକାର ଗୋଷ୍ଠୀ…

ମାଡ଼ି ଆସୁଛି ସଙ୍କଟ: ୬ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ଛୁଇଁବା ଆଶଙ୍କା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨।୮: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳରେ ଆମେରିକାର ବିଶେଷଜ୍ଞଙ୍କ ପକ୍ଷରୁ କରାଯାଇଥିବା ଦାବୀ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଏବେ ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି।…

ପହଞ୍ଚିଲାନି ଆମ୍ବୁଲାନ୍ସ୍‌ ଅନ୍ତିମ ସଂସ୍କାର ପାଇଁ ଟ୍ରଲିରେ ଗଲା ମୃତଦେହ

ଚେନ୍ନାଇ,୨।୮: ଦେଶରେ କରୋନା ମହାମାରୀ ଆତଙ୍କଯୋଗୁ ଠିକ୍‌ ସମୟରେ ସମସ୍ତଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇବା ସମ୍ଭବ ହୋଇ ପାରୁନି। କେଉଁଠି ଆମ୍ବୁଲାନ୍ସ୍‌କୁ ଫୋନ୍‌ କରିବାର ଦିନେ ଦୁଇଦିନ ପରେ ମଧ୍ୟ ଏହା ଲୋକଙ୍କ ପାଖରେ ପହଞ୍ଚିପାରୁନି। ଏହାର ସଦ୍ୟତମ ଉଦାହରଣ…

ଆଉ ଗୋଟିଏ ଦିନପରେ ୧୮ ଲକ୍ଷ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଆଉ ଗୋଟିଏ ଦିନ ପରେ ସୋମବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ଛୁଇଁବାର ଆଶଙ୍କା ଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ସୁଦ୍ଧା ଦେଶରେ ମୋଟ…

କରୋନାରେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପରଲୋକ

ଲକ୍ଷ୍ନୌ,୨।୮: କରୋନାରେ ଆକ୍ରାନ୍ତଙ୍କ ହୋଇ ଉତ୍ତରପ୍ରଦେଶ କ୍ୟାବିନେଟ୍‌ ମନ୍ତ୍ରୀ କମଳା ରାଣୀ ବରୁଣଙ୍କ ପରଲୋକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ କମଳା ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଏକାଦଶ ଏବଂ ଦ୍ୱାଦଶ ଲୋକସଭାରେ…

ଗୁଣି ଗାରେଡ଼ି ପୂଜାପାଠ ପାଇଁ ସୁଶାନ୍ତଙ୍କ ଆକାଉଣ୍ଟ୍‌ ଖାଲି କରିଦେଇଛନ୍ତି ଗର୍ଲ ଫ୍ରେଣ୍ଡ ରିୟା

ମୁମ୍ବାଇ, ୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ସୁଶାନ୍ତଙ୍କ ଆକାଉଣ୍ଟ ତାଙ୍କ ଗର୍ଲ ଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଖାଲି କରିଦେଇଥିବା କୁହାଯାଉଛି। ରିୟା ଗୁଣି ଗାରେଡ଼ି ଏବଂ ପୂଜାପାଠ କରିବାକୁ କହି…

ଆଡଭାନୀ, ଜୋଷୀଙ୍କୁ ନିମନ୍ତ୍ରଣ ନାହିଁ

ନୂଆଦିଲ୍ଲୀ, ୨ା୮: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜନ ଉତ୍ସବ ଧୁମ୍‌ଧାମରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରର ଶିଳାନ୍ୟାସ କରିବାକୁ ଥିବାବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଉତ୍ସବରେ ଯୋଗଦେବେ। ଉତ୍ସବରେ ଯୋଗଦେବା…

ଉତ୍ତେଜନା ବଢ଼ାଉଛି ନେପାଳ

ନୂଆଦିଲ୍ଲୀ, ୨ା୮: ଭାରତର ୩ଟି ସୀମାନ୍ତ ଅଞ୍ଚଳକୁ ନିଜର ବୋଲି ଦାବି କରୁଥିବା ନେପାଳ ପୁଣି ଥରେ ଉତ୍ତେଜନା ବଢ଼ାଇଛି। ଉକ୍ତ ୩ ଅଞ୍ଚଳକୁ ନେଇ ପ୍ରସ୍ତୁତ ସଂଶୋଧିତ ମାନଚିତ୍ରକୁ ଜାତିସଂଘ ଓ ଗୁଗଲ ନିକଟକୁ ପଠାଇବା ପାଇଁ କାଠମାଣ୍ଡୁ ଯୋଜନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri