Posted inଜାତୀୟ

ରାହୁଲଙ୍କ ଟୁଇଟ୍‌କୁ ନେଇ ଉଠିଲା ଝଡ଼

ନୂଆଦିଲ୍ଲୀ,୨୮ ।୧୦: ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟ୍ରାୟ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଥିବା ବେଳେ ଏବେବି କମିନି ରାଜନୈତିକ ଉଷ୍ମତା । ନିର୍ବାଚନକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଏକ ଟୁଇଟ୍ କରିଥିବା ବେଳେ ଏବେ ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ରାହୁଲଙ୍କ ଉପରେ ଖୁବ୍ ବର୍ଷିଛି । ଭାଜପା କହିଛି ସେ ଏହି ଟୁଇଟ୍ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ । ଟୁଇଟ୍‌ରେ ରାହୁଲ ମହାମେଣ୍ଟକୁ ଭୋଟ ଦେବାକୁ ଅପିଲ କରିଥିଲେ । ଏବେ ଭାଜପାର କହିବା କଥା ହେଲା ଭୋଟ ଗ୍ରହଣ ସମୟରେ ନିଜ ପକ୍ଷରେ ଭୋଟ ଦେବାକୁ କହିବା ଅର୍ଥ ଆଚାର ସଂହିତାର ଉଲ୍ଲଘଂନ କରିବା । ସୂଚନାଯୋଗ୍ୟ, ରାହୁଲ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି, ଏଥର ନ୍ୟାୟ, ରୋଜଗାର, କୃଷକ-ଶ୍ରମିକଙ୍କ ପାଇଁ ଆପଣଙ୍କ ଭୋଟ କେବଳ ମହାମେଣ୍ଟକୁ ଯାଉ । ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆପଣମାନଙ୍କୁ ସ୍ୱାଗତ । ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣର ବୁଧବାର ସକାଳୁ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ପ୍ରାୟ ୧୫.୭୬ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିବା ଜଣାପଡିଛି । କରୋନା ମହାମାରୀ ସଂକ୍ରମଣ ପରେ ବି ଲୋକେ ବହୁ ସଂଖ୍ୟାରେ ଭୋଟ ଦେବାକୁ ବୁଥ୍ ବାହାରେ ଲାଇନ୍‌ରେ ଠିଆ ହୋଇଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଂଗଠନରେ ବଡ଼ ଅଦଳବଦଳ: ୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା: ଓଡ଼ିଶାର ଏହି ନେତାଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୦।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ୭ଟି ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଏଥିରେ ଓଡ଼ିଶାର ବରିଷ୍ଠ ନେତା…

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୦।୯: ପ୍ରଜ୍ଞା (PRAGYA)ର କାର୍ଯ୍ୟ ଏବେ ବିଦ୍ୟୁତ ଉତ୍ପାଦନ କରିବା ନୁହେଁ। ଏହା ଏକ ପ୍ରକାରର ପରୀକ୍ଷଣ ଯନ୍ତ୍ର (ଟେଷ୍ଟ ମେସିନ), ଯାହା ଉପରେ କମ୍ପାନୀ କ୍ରମାଗତ…

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri