ଜାତୀୟ

ଆଉଜଣେ ଫୁଡ ଡେଲିଭରି ବୟ କରୋନା ପଜିଟିଭ

ହାଇଦ୍ରାବାଦ,୨୦।୪: ଦିଲ୍ଲୀ ପରେ ଏବେ ଚିନ୍ତାରେ ପଡିଯାଇଛନ୍ତି ହାଇଦ୍ରାବାଦ ବାସିନ୍ଦା। ରବିବାର ଏଠାରେ ଜଣେ ଫୁଡ୍‌ ଡେଲିଭରି ବୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅନ୍‌ଲାଇନ୍‌ ଖାଦ୍ୟ ମଗାଉଥିବା ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। କମ୍ପାନୀ ପକ୍ଷାରୁ କୁହାଯାଇଛି...

ପରଲୋକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା

ଲକ୍ଷ୍ନୌ,୨୦।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କର ସୋମବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେ ଭେଣ୍ଟିଲେଟରରେ ଥିଲେ।...

୨୪ ଘଣ୍ଟାରେ ଦେଶରେ ୧,୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ: ମୃତକଙ୍କ ସଂଖ୍ୟା ୫ଶହ ଟପିଲା

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ନେଇ ଗୋଟିଏ ପଟେ ଦେଶର ଲକ୍‌ଡାଉନ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହଠାତ୍‌ ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୫୩...

୨ହଜାର ଅତିକ୍ରମ କଲା ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା: ହେବ ର଼୍ୟାପିଡ ଟେଷ୍ଟ

ନୂଆଦିଲ୍ଲୀ,୨୦।୪: ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଚିହ୍ନଟ ହେଲେ ୧୧୦ କରୋନା ସଂକ୍ରମିତ। ଏହାକୁ ନେଇ ଏବେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୨,୦୦୩ରେ। ଯାହା ଦିଲ୍ଲୀ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଠାରେ କରୋନା...

ବହୁରୂପୀ କରୋନା: ସେଥିପାଇଁଁ ଅଧିକ ସତର୍କତା ଜରୁରୀ

ନୂଆଦିଲ୍ଲୀ,୨୦।୪: ବିଶ୍ୱର ମୁଣ୍ଡ ବିଗାଡିଲାଣି ଚାଇନାରୁ ଆସିଥିବା କରୋନା ଭାଇରସ। ଏହି ଭାଇରସ ସଂକ୍ରମଣରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏମିତିକି ଆମେରିକା ଭଳି ଶକ୍ତିଶାଳୀ...

କରୋନା ସଂକ୍ରମଣ ରୋକିବାକୁ ସକ୍ଷମ କି କ୍ଲୋରିନ୍‌ ଡାଇଅକ୍ସାଇଡ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଏପରିସ୍ଥଳେ କେତେକ ଲୋକ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ବହୁ ଗୁଜବ ସୃଷ୍ଟିକାରୀ ଭିଡ଼ିଓ ଏବଂ ଲେଖାମାନ ପ୍ରକାଶିତ କରୁଛନ୍ତି। ସମ୍ପ୍ରତି...

ଖୁସି ଖବର: ଗୋଆ, ମଣିପୁର ହେଲା କରୋନା ମୁକ୍ତ ରାଜ୍ୟ

ନୂଆଦିଲ୍ଲୀ,୨୦।୪: ଦେଶରେ କେରାନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗୋଆ ଓ ମଣିପୁରରୁ ଆସିଛି ଖୁସି ଖବର। ଏହି ୨ ରାଜ୍ୟ କରୋନା ମୁକ୍ତ ଘୋଷଣା କରାଯାଇଛି। ଗୋଆରେ ୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ...

ଶ୍ରମିକଙ୍କୁ ଆନ୍ତଃ ରାଜ୍ୟ ଯାତାୟାତ ମନା

ନୂଆଦିଲ୍ଲୀ,୨୦ା୪(ପି.ଟି.): ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକଙ୍କୁ ସେହି ରାଜ୍ୟରେ କାର୍ଯ୍ୟ କରିବା ଲାଗି ସୁଯୋଗ ପ୍ରଦାନ କରାଯିବ। ସେମାନେ କେତେକ ସର୍ତ୍ତରେ ଉକ୍ତ ରାଜ୍ୟ ମଧ୍ୟରେ କାମ ପାଇଁ ବିଭିନ୍ନ ସ୍ଥାନକୁ ଯିବାକୁ ଅନୁମତି...

ଆସିପାରେ କରୋନା ବଜେଟ

ନୂଆଦିଲ୍ଲୀ,୨୦ ।୪: କରୋନା ବିରୋଧୀ ଲଢ଼େଇରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପଜଗତ ଲାଗି ଏବେ ଯାଏ କୌଣସି ବିଶେଷ ପ୍ୟାକେଜ ଘୋଷଣା ହୋଇଛନ୍ତି। ସରକାରଙ୍କ ଏ...

ଡିବିଟିରେ ୩୬,୬୫୯ କୋଟି

ନୂଆଦିଲ୍ଲୀ,୨୦।୪: ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଦ୍ୱାରା ଦେଶର ୧୬.୦୧ କୋଟି ଲୋକଙ୍କ ପାଖକୁ ସରକାର ୩୬,୬୫୯ କୋଟି ଟଙ୍କା ପଠାଇଛନ୍ତି। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ(ପିଏଫ୍‌ଏମ୍‌ଏସ୍‌)ରେ ମାର୍ଚ୍ଚ ୨୪ରୁ ଏପ୍ରିଲ ୧୭ ମଧ୍ୟରେ ଏହି ଅର୍ଥ ଲୋକଙ୍କ ବ୍ୟାଙ୍କଖାତାରେ ସିଧାସଳଖ...

ବିନା ମାସ୍କରେ ମିଳିବନି ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୨୦।୪: ପେଟ୍ରୋଲିୟମ ଡିଲର୍ସ ଆସୋସିଏଶନ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଆସୋସିଏଶନର ଅଧ୍ୟକ୍ଷ ଅଜୟ ବଂଶଲ କହିଛନ୍ତି ଯେ, ପେଟ୍ରୋଲ ପମ୍ପଗୁଡିକରେ କାମ କରୁଥିବା କର୍ମଚାରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବିନା ମାସ୍କରେ ଆସୁଥିବା ଗ୍ରାହଙ୍କୁ ପେଟ୍ରୋଲ ପମ୍ପରେ...

କରୋନା ଦେଖେନି ଧର୍ମ-ବର୍ଣ୍ଣ-ଜାତି: ଏକଜୁଟ ହୋଇ ଆମେ ଲଢ଼ିବା ଭାରତବାସୀ; କହିଲେ ମୋଦି

ନୂଆଦିଲ୍ଲୀ,୧୯।୪: କରୋନା ସଂକ୍ରମଣ ଧର୍ମ, ବର୍ଣ୍ଣ, ଜାତି ଦେଖେନି। ଏହା ଯେ କୌଣସି ଲୋକଙ୍କୁ ମଧ୍ୟ ସଂକ୍ରମିତ ହୋଇପାରେ। ଏହା ବିରୋଧରେ ଆମେ ଭାରତବାସୀ ଏକଜୁଟ ହୋଇ ଲଢ଼ିବାର ଆବଶ୍ୟକତା ରହିଛି। କରୋନା ଲଢ଼େଇ ପାଇଁ ଆମ ମଧ୍ୟରେ ଭାଇଚାରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri