ଜାତୀୟ

ସ୍ପଷ୍ଟ କଲେ ସରକାର: ସମସ୍ତ ଦେଶବାସୀଙ୍କୁ ଦିଆଯିବ ନାହିଁ କରୋନା ଟିକା

ନୂଆଦିଲ୍ଲୀ,୧।୧୨: ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୪୬,୨୮,୦୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୩୭୬୨୧ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏପରିସ୍ଥଳେ କୋଭିଡ୍‌ ଟିକା କାହାକୁ ଦିଆଯିବ ଅବା ନାହିଁ ସେ ନେଇ ବିଭିନ୍ନ ମନ୍ତବ୍ୟ ପ୍ରକାଶ ପାଉଥିଲା। ଏପରିକି ଭାରତର ପ୍ରତିଟି…

କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ପଦ ଛାଡ଼ିଲେ ଏମ୍‌ଏଲ୍‌ଏ

ଚଣ୍ଡିଗଡ଼, ୧।୧୨ : ନୂଆ କୃଷି ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ବହୁ ସଂଖ୍ୟାରେ କୃଷକ। ଏହି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ହରିୟାଣା ଏମ୍‌ଏଲଏ ସୋମବୀର ସାଙ୍ଗଓ୍ବାନ ରାଜ୍ୟର ପଶୁଧନ ବିକାଶ ବୋର୍ଡର ଅଧ୍ୟକ୍ଷ…

ଲାଠିଚାର୍ଜ କରିଥିବା ପୋଲିସଙ୍କୁ ପ୍ରସାଦ ଦେଲେ ଅନ୍ନଦାତା

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଅନ୍ନଦାତା ଆନ୍ଦୋଳନ କରିଛନ୍ତି। ଅନ୍ନଦାତାଙ୍କ ବିରୋଧରେ ପୋଲିସମାନେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହିତ ପ୍ରବଳ ଥଣ୍ଡାରେ ପାଣି ବର୍ଷା କରିଛନ୍ତି। ସେହିପରି ଆନ୍ଦୋଳନକାରୀଙ୍କୁ ଘଉଡ଼େଇବା ପାଇଁ ପୋଲିସମାନେ ଲାଠିଚାର୍ଜ ମଧ୍ୟ କରିଛନ୍ତି।…

ମିଶନ ଫିଲ୍ମ ସିଟି: ମୁମ୍ବାଇ ପହଞ୍ଚିଲେ ଆଦିତ୍ୟନାଥ

ମୁମ୍ବାଇ,୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶରେ ଏକ ଫିଲ୍ମ ସିଟି ନିର୍ମାଣ ପାଇଁ ସେ ବଲିଉଡ୍‌ର କେତେକ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ସହିତ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏପରି କରି ଭାଜପା ମହାରାଷ୍ଟ୍ରରେ…

ସୀମା ବିବାଦ ମଧ୍ୟରେ ପରୀକ୍ଷା ହେଲା ଆଣ୍ଟି ଶିପ୍ ଭର୍ସନ ବ୍ରହ୍ମୋସ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୧ ।୧୨: ସୀମାରେ ଚାଇନା ସହ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ମଙ୍ଗଳବାର ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଶାଇଲର ଆଣ୍ଟି ଶିପ୍ ଭର୍ସନ ବା ଜାହାଜ ରୋଧି ସଂସ୍କରଣର ପରୀକ୍ଷା କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପରୁ ଏହା ପରୀକ୍ଷା…

ଶିବସେନାରେ ସାମିଲ୍‌ ହେଲେ ଉର୍ମିଳା

ମୁମ୍ବାଇ,୧।୧୨: ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣି ରାଜନୀତିକୁ ଫେରିଛନ୍ତି। ରାଜନୀତିରେ ତାଙ୍କର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି। ମଙ୍ଗଳବାର ସେ ଶିବସେନାରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ୍‌ ହୋଇଛନ୍ତି। ଏବେ ସେ ବିଧାନ…

୫ କୋଟି ଚାରା ରୋପଣ କରିବେ ନୀତିଶ ସରକାର

ପାଟନା,୧।୧୨: ବିହାରରେ ୨୦୨୧ରେ ୫ କୋଟି ଚାରା ରୋପଣ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସବୁଜ ମିଶନ ଅନ୍ତର୍ଗତ ଅଢ଼େଇ କୋଟି ଚାରା ରୋପଣ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ…

ଲକ୍‌ଡ଼ାଉନ୍‌ ଶିଖାଇ ଦେଲା ଦାମ୍ପତ୍ୟ ଜୀବନର ଗୁରୁତ୍ୱ: ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ସ୍ତ୍ରୀ

ଭୋପାଳ,୧।୧୨: ଦାମ୍ପତ୍ୟ ଜୀବନରେ କେତେକ ଭୁଲ ବୁଝାମଣା ଏବଂ ସନ୍ଦେହରୁ ଝଡ଼ ଦେଖାଦେଇଥାଏ। ମଧ୍ୟପ୍ରଦେଶରେ ଏଭଳି ଏକ ଘଟଣାରେ ଜଣେ ସ୍ତ୍ରୀ ନିଜ ଭାଇ, ଭାଉଜ ଏବଂ ପରିବାର ସଦସ୍ୟଙ୍କ କଥାରେ ପଡ଼ି ସ୍ବାମୀଙ୍କ ବିରୋଧରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ।…

ଅନ୍ନଦାତାଙ୍କୁ ଟ୍ୟାକ୍ସି ମହାସଂଘର ସମର୍ଥନ: ଡିସେମ୍ବର ୩ରେ ‘ଦିଲ୍ଲୀ ଚଲୋ’ ଡ଼ାକରା

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପୀ ଅନ୍ନଦାତାମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନକୁ ସର୍ବଭାରତୀୟ ଟ୍ୟାକ୍ସି ମହାସଂଘ ପକ୍ଷରୁ ସମର୍ଥନ କରାଯାଇଛି। ଆସନ୍ତା ୨ ଦୁଇଦିନ ମଧ୍ୟରେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନ କଲେ…

କୃଷି ଆଇନ ନେଇ ଏନ୍‌ଡିଏରେ ଫାଟ: ଶାହାଙ୍କୁ ଚିଠି ଲେଖିଲେ ଆର୍‌ଏଲ୍‌ପି ଅଧ୍ୟକ୍ଷ

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଏନ୍‌ଡ଼ିଏରେ ଫାଟ ସୃଷ୍ଟି ହୋଇଛି। ଏନ୍‌ଡ଼ିଏର ସହଯୋଗୀ ଦଳ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହି ଆଇନକୁ ଫେରାଇ ନେବା ଉପରେ ଗୁରୁତ୍ୱାରୋପ କରିବା ଆରମ୍ଭ କରିଛନ୍ତି। ଏନ୍‌ଡିଏ ସହଯୋଗୀ ଥିବା…

ସଡ଼କରେ ଭୋକ ଉପାସରେ ଅନ୍ନଦାତା, ଟିଭିରେ ସରକାର ଦେଉଛନ୍ତି ମିଥ୍ୟା ଭାଷଣ: ରାହୁଲ

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପୀ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏପରିସ୍ଥଳେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଙ୍ଗଳବାର ଟୁଇଟ୍‌ କରି କହିଛନ୍ତି ଯେ,…

ସୀମାରେ ଡିଆର୍‌ଡିଓ ଲ୍ୟାବ୍‌: ଏଲ୍‌ଓସି-ଏଲ୍‌ଏସି ଉପରେ ରହିବ କଡ଼ା ନଜର

ନୂଆଦିଲ୍ଲୀ,୧।୧୨: ସୀମାରେ ଗବେଷଣା ଜାରି ସହିତ ଏଲ୍‌ଓସି-ଏଲ୍‌ଏସି ଉପରେ କଡ଼ା ନଜର ରଖିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାରେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ )ର ଥିବା ୨ଟି ଲ୍ୟାବ୍‌କୁ ମିଶାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?