Posted inଜାତୀୟ

ଅନ୍ନଦାତାଙ୍କୁ ଟ୍ୟାକ୍ସି ମହାସଂଘର ସମର୍ଥନ: ଡିସେମ୍ବର ୩ରେ ‘ଦିଲ୍ଲୀ ଚଲୋ’ ଡ଼ାକରା

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପୀ ଅନ୍ନଦାତାମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନକୁ ସର୍ବଭାରତୀୟ ଟ୍ୟାକ୍ସି ମହାସଂଘ ପକ୍ଷରୁ ସମର୍ଥନ କରାଯାଇଛି। ଆସନ୍ତା ୨ ଦୁଇଦିନ ମଧ୍ୟରେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନ କଲେ ଡିସେମ୍ବର ୩ରେ ଟ୍ୟାକ୍ସି ମହାସଂଘ ପକ୍ଷରୁ ‘ଦିଲ୍ଲୀ ଚଲୋ’ ଡ଼ାକରା ଦିଆଯାଇଛି। ଏନେଇ ମହାସଂଘର ସଭାପତି ବଲଓ୍ବନ୍ତ ସିଂ ଭୁଲ୍ଲର ସୂଚନା ଦେଇଛନ୍ତି। କର୍ପୋରେଟ ସେକ୍ଟର ଆମକୁ ନଷ୍ଟ କରି ଚାଲିଛି ବୋଲି ସେ କହିଛନ୍ତି। କୃଷି ଆଇନକୁ ଫେରାଇ ନେବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଅନୁରୋଧ କରିଛନ୍ତି। ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଖୋଲା ଆକାଶ ତଳେ ଭୋକ ଉପାସରେ ଚାଷୀମାନେ ପଡ଼ି ରହିଛନ୍ତି। ସେମାନଙ୍କ ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିବା ଆବଶ୍ୟକ। ନଚେତ ଟ୍ୟାକ୍ସି ମହାସଂଘ ମଧ୍ୟ ଧାରଣା ଦେବ ବୋଲି ଭଲ୍ଲର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍କିମରେ ଭୂକମ୍ପ ଅନୁଭୂତ

ଗ୍ୟାଙ୍ଗଟକ୍‌,୧୩।୨: ସିକ୍କିମରେ ସୋମବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୪.୧୫ ରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା। ଜାତୀୟ...

୧୦ ଲକ୍ଷରେ ପହଞ୍ଚିପାରେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ,୮।୧: ଓମିକ୍ରନ୍‌ ଯୋଗୁ ଦେଶରେ କୋଭିଡ୍‌ର ତୃତୀୟ ଲହର ଆସିଛି। ଏହା ଜାନୁୟାରୀ ଶେଷ ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ଦୈନିକ ସଂକ୍ରମଣ ୧୦ ଲକ୍ଷରେ...

କୋଭାକ୍ସିନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଲା ହୁ’

ନୂଆଦିଲ୍ଲୀ,୩।୪: କରୋନା ଟିକା କୋଭାକ୍ସିନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)। ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ଭାରତ ବାୟୋଟେକ ଦ୍ୱାରା ନିର୍ମିତ...

ଆତ୍ମହତ୍ୟାରେ ଶେଷ ଯୌତୁକ ଯନ୍ତ୍ରଣା

ଅହମଦାବାଦ, ୪ା୩: ଗତ ଫେବୃୟାରୀ ୨୫ରେ ସାବରମତୀ ନଦୀକୁ ଲମ୍ଫ ମାରି ଆତ୍ମହତ୍ୟା କରିଥିଲେ ଗୁଜରାଟ ଅହମଦାବାଦର ଆୟେଶା। ଏହା ପୂର୍ବରୁ ସେ ଏକ ଭିଡିଓ...

ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ଆତଙ୍କବାଦୀମାନେ ଜଣେ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ସ୍ଥାନୀୟ କାକପୋରାଠାରେ ଥିବା ଏକ ଇଟା ଭାଟିରେ ଶ୍ରମିକ କାମ କରୁଥିଲେ। ତାଙ୍କ...

ସନ୍ଧ୍ୟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ!

ଭୋପାଳ,୨୩।୩: କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଏପଟେ ମଧ୍ୟପ୍ରଦେଶ ରାଜନୀତି ହୋଇଛି ସରଗରମ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା...

ନାଥୁରାମ ଗଡ୍‌ସେଙ୍କୁ ପ୍ରଶଂସା କରିଥିବା ଆଇଏଏସ୍‌ ଅଧିକାରୀଙ୍କ ଉପରେ ଖପ୍ପା ହେଲା କଂଗ୍ରେସ

ନୂଆଦିଲ୍ଲୀ,୨।୬: କଂଗ୍ରେସ ପ୍ରବକ୍ତା ରଣଦୀପ ସିଂ ସୁରଜଓ୍ବୋଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ଆଇଏଏସ୍‌ ଅଧିକାରୀ ନିଧି ଚୌଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।...

ଦିନେ ପିଓକେ ହେବ ଭାରତର…

ନୂଆଦିଲ୍ଲୀ,୨୭।୧୦: ଦିନେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶ ବିଶେଷ ହେବ। ଭାରତୀୟ ସେନା ଏହି ଲକ୍ଷ୍ୟ ନିଶ୍ଚିତ ପୂରଣ କରିବ। ବାୟୁସେନା କମାଣ୍ଡିଂ-ଇନ-ମୁଖ୍ୟ...

Advertisement
Archives

Model This Week