ଜାତୀୟ

ଭାଜପାରେ ସାମିଲ ହେଲେ ତେଲୁଗୁ ଅଭିନେତ୍ରୀ ବିଜୟା ଶାନ୍ତି

ନୂଆଦିଲ୍ଲୀ,୭।୧୨-ଭାଜପାରେ ସାମିଲ ହେଲେ ତେଲୁଗୁ ଫିଲ୍ମ ଅଭିନେତ୍ରୀ ବିଜୟା ଶାନ୍ତି। ନୂଆଦିଲ୍ଲୀଠାରେ ଭାଜପା ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କ ଉପସ୍ଥିତିରେ ବିଜୟା ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସେ ରବିବାର ସାରେ ସାକ୍ଷାତ କରିଥିଲେ।…

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭ୍ୟାନକୁ ଧକ୍କା ଦେଲା ଟ୍ରେଲର, ୫ ମୃତ, ୧୦ ଗୁରୁତର

ଭିଲଓ୍ବାଡ଼ା,୭।୧୨-ରାଜସ୍ଥାନର ଭିଲଓ୍ବାଡ଼ା ଜିଲା ଜହାଜପୁର-ଶାହପୁରା ରାସ୍ତାରେ ରବିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ସହ ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ…

ସ୍ତ୍ରୀକୁ ମାରିଦେଇ ମୃତଦେହ ପାଖରେ ଗେମ୍‌ ଖେଳୁଥିଲେ ସ୍ବାମୀ

ଯୋଧପୁର,୭।୧୨: ରାଜସ୍ଥାନର ଯୋଧପୁରର ମହାମନ୍ଦିର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହ ପାଖରେ ମୋବାଇଲ୍‌ରେ ଗେମ୍‌ କରୁଥିଲେ। ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ନିଜେ ପୋଲିସ…

ଭାରତକୁ ଚୋରା ସୁନା ଚାଲାଣ: ଦୁବାଇରୁ ବିହାର ପର୍ଯ୍ୟନ୍ତ ଲମ୍ବିଛି ଚେର

ନୂଆଦିଲ୍ଲୀ,୭।୧୨: ଭାରତକୁ ଦୁବାଇ ଏବଂ ମ୍ୟାନ୍‌ମାରରୁ ଚୋରା ସୁନା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଚୋରା ସୁନା ଚାଲାଣ ପାଇଁ କାର୍ଯ୍ୟ କରୁଥିବା ର଼୍ୟାକେଟର ଚେର ଦୁବାଇରୁ ବିହାର ପର୍ଯ୍ୟନ୍ତ ଚେର ଲମ୍ବିଛି। ବିହାର ବାଟେ ଚୋରା ସୁନା ଭାରତର ବିଭିନ୍ନ…

କରୋନା ମହାମାରୀ ସମ୍ପର୍କିତ ଦୁର୍ନୀତି: କେନ୍ଦ୍ର ସରକାରଙ୍କ ପାଖରେ ୪୦ ହଜାର ଅଭିଯୋଗ

ନୂଆଦିଲ୍ଲୀ,୭।୧୨: କରୋନା ମହାମାରୀ ଦେଶରେ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ଚିକିତ୍ସା ତଥା ଅନ୍ୟ କେତେକ କ୍ଷେତ୍ରରେ ଦୁର୍ନୀତି ବଢ଼ିବାରେ ଲାଗିଛି। କରୋନା ମହାମାରୀକୁ ନେଇ ଦୁର୍ନୀତି ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକାଶ ପାଇଛି। ଇତିମଧ୍ୟରେ କେନ୍ଦ୍ର…

‘କିଷାନ ଯାତ୍ରା’ ଆରମ୍ଭ ପୂର୍ବରୁ ଅଖିଳେଶ ଅଟକ

ଲକ୍ଷ୍ନୌ,୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଉତ୍ତରପ୍ରଦେଶ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ସମାଜବାଦୀ ପାର୍ଟି ପକ୍ଷରୁ ସ୍ଥିତିରୁ ଫାଇଦା ଉଠାଇବାର ଉଦ୍ୟମ ଆରମ୍ଭ ହୋଇଛି। ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କନୌଜରେ ‘କିଷାନ ଯାତ୍ରା’ ଆରମ୍ଭ ପାଇଁ ଯୋଜନା…

ଶହୀଦ୍‌ଙ୍କ ପରିବାରର କଲ୍ୟାଣ ପାଇଁ ଦାନ କରିବା ପ୍ରତି ଭାରତୀୟଙ୍କ କର୍ତ୍ତବ୍ୟ: ମୋଦି

ନୂଆଦିଲ୍ଲୀ,୭।୧୨: ଦେଶ ସୁରକ୍ଷା କ୍ଷେତ୍ରରେ ଶହୀଦ୍‌ଙ୍କର ଅବଦାନ ଅତୁଳନୀୟ। ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତି ଭାରତୀୟ ସାଧ୍ୟ ମୁତାବକ ଦାନ କରିବା ଆବଶ୍ୟକ ବୋଲି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ…

ଉଗ୍ରବାଦୀ ସଂଗଠନକୁ ସହାୟତା ଯୋଗାଉଛି ଚାଇନା: କୁନ୍‌ମିଙ୍ଗ ସହରରୁ ଟ୍ରେନ୍‌ରେ ଆସୁଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୭।୧୨: ଭାରତ ମ୍ୟାନ୍‌ମାର ସୀମାରେ ଚାଇନା ଜାଣିଶୁଣି ଉଗ୍ରବାଦୀ କାର୍ଯ୍ୟ କଳାକଳାପକୁ ପ୍ରୋତ୍ସାହିତ କରୁଛି। ଏଠାରେ ସକ୍ରିୟ ଥିବା ଉଗ୍ରବାଦୀ ସଂଗଠନକୁ ଚାଇନା ଆବଶ୍ୟକ ସହାୟତା ଯୋଗାଇଦେବା ସହିତ ସୀମାପାର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଭାରତୀୟ ଗୋଇନ୍ଦା ବିଭାଗ…

ସୁସ୍ଥ ଗଣତନ୍ତ୍ର ପାଇଁ ବାକ୍‌ ସ୍ବାଧୀନତା-ସୋସିଆଲ ମିଡ଼ିଆ ଉପରେ ରୋକ ଲଗାଇବା ଅନୁଚିତ: ଆଟର୍ନି ଜେନେରାଲ

ନୂଆଦିଲ୍ଲୀ, ୭।୧୨: ଦେଶରେ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ବଜାୟ ରଖିବା ପାଇଁ ବାକ୍‌ ସ୍ବାଧୀନତା ଏବଂ ସୋସିଆଲ ମିଡ଼ିଆ ଉପରେ ରୋକ ଲଗାଇବା ଅନୁଚିତ ବୋଲି ଆଟର୍ନି ଜେନେରାଲ କେ.କେ. ଭେନୁଗୋପାଳ କହିଛନ୍ତି। ଏକ ସାକ୍ଷାତ୍‌କାରରେ ସେ ଏଭଳି ମତପୋଷଣ କରିଛନ୍ତି।…

ନୂଆ ସଂସଦ ଭବନ ନିର୍ମାଣରେ ବାଧା: ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ କାମକୁ ଅଟକାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୭।୧୨: ନୂଆ ସଂସଦ ଭବନ ନିର୍ମାଣରେ ଏବେ ବାଧା ସୃଷ୍ଟି ହୋଇଛି। ସୁପ୍ରିମ୍‌କୋର୍ଟ ପକ୍ଷରୁ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ କାମ ଉପରେ ସୋମବାର ରୋକ ଲଗାଯାଇଛି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ହୁଏଥ ଏଠାରେ ଶିଳାନ୍ୟାସ କରାଯିବା ସହିତ ଅନ୍ୟ ଆନୁସଙ୍ଗିକ…

ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରି ଭୋଟ ପାଉ ଥିବା ଏନ୍‌ଡିଏ ସରକାର ଅନ୍ନଦାତାଙ୍କ ସମ୍ମୁଖରେ ଅସହାୟ: ଶିବସେନା

ମୁମ୍ବାଇ, ୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଶିବସେନା ପକ୍ଷରୁ କୁହାଯାଇଛି ଯେ, ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରି ଭୋଟ ପାଉ ଥିବା ଭାଜପା ନେତୃତ୍ୱାଧିନ ଏନ୍‌ଡିଏ ସରକାର ଅନ୍ନଦାତାଙ୍କ ସମ୍ମୁଖରେ ଅସହାୟ ହୋଇପଡ଼ିଛି। ଅନ୍ନଦାତାଙ୍କ ସମସ୍ୟାର ସମାଧାନ…

ପିପିଇ କିଟ୍‌ ପିନ୍ଧି କୋଭିଡ୍‌ ସେଣ୍ଟରରେ ବିବାହ କଲେ ବରକନ୍ୟା

ଜୟପୁର,୭ା୧୨: ବିବାହ ଦିନ ବରକନ୍ୟାଙ୍କ କରୋନା ଟେଷ୍ଟ୍‌ କରାଯିବା ପରେ ସେମାନେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତେଣୁ ବିବାହ ଉତ୍ସବକୁ ଅଟକା ନ ଯାଇ ପିପିଇ କିଟ୍‌ ପିନ୍ଧି କରୋନା କଟକଣା ମାନି ରବିବାର ସନ୍ଧ୍ୟାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?