Posted inଜାତୀୟ

ଉଗ୍ରବାଦୀ ସଂଗଠନକୁ ସହାୟତା ଯୋଗାଉଛି ଚାଇନା: କୁନ୍‌ମିଙ୍ଗ ସହରରୁ ଟ୍ରେନ୍‌ରେ ଆସୁଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୭।୧୨: ଭାରତ ମ୍ୟାନ୍‌ମାର ସୀମାରେ ଚାଇନା ଜାଣିଶୁଣି ଉଗ୍ରବାଦୀ କାର୍ଯ୍ୟ କଳାକଳାପକୁ ପ୍ରୋତ୍ସାହିତ କରୁଛି। ଏଠାରେ ସକ୍ରିୟ ଥିବା ଉଗ୍ରବାଦୀ ସଂଗଠନକୁ ଚାଇନା ଆବଶ୍ୟକ ସହାୟତା ଯୋଗାଇଦେବା ସହିତ ସୀମାପାର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସୂଚିତ କରାଯାଇଛି। ମ୍ୟାନମାର୍‌ରେ ସକ୍ରିୟ ରହିଥିବା ୟୁନାଇଟେଡ୍‌ ଓ୍ବା ଷ୍ଟେଟ୍‌ ଆର୍ମି ଏବଂ ଆରାକାନ୍‌ ଆର୍ମି ଉଗ୍ରବାଦୀ ସଂଗଠନକୁ ଦକ୍ଷିଣ ଚାଇନାର କୁନ୍‌ମିଙ୍ଗ ସହରରୁ ଟ୍ରେନ୍‌ରେ ଅସ୍ତ୍ରଶସ୍ତ୍ର ଯୋଗାଣ କରାଯାଉଛି। ଅକ୍ଟୋବରରେ ୪ ଉଗ୍ରବାଦୀ ନେତା ଚାଇନାର ଏହି ସହରରେ ଲୁଚି ବସିଥିବା ଗୋଇନ୍ଦା ରିପୋର୍ଟରେ ଦର୍ଶଯାଇଛି। ସୀମାରେ ୩ ନାଗା ଉଗ୍ରବାଦୀ ସଂଗଠନ ସକ୍ରିୟ ରହିଛି। ଏହି ସଂଗଠନଗୁଡ଼ିକ ଭାରତ ଏବଂ ମ୍ୟାନମାର ସୀମାରେ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଷଡ଼ଯନ୍ତ୍ର ରଚିଥିବା ରିପୋର୍ଟ ପ୍ରକାଶ ପାଇଛି। ଉଗ୍ରବାଦୀ ସଂଗଠନର ନେତା ଚାଇନାର ଅବସରପ୍ରାପ୍ତ ମିଲିଟାରୀ ଅଧିକାରୀ ତଥା କାର୍ଯ୍ୟରତ ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହିବା ସହିତ ଗୁପ୍ତ ସୂଚନା ପ୍ରଦାନ କାର୍ଯ୍ୟ ଜାରି ରଖିଛନ୍ତି। ଏହି ରିପୋର୍ଟକୁ ଚାଇନା ପକ୍ଷରୁ ବିଭିନ୍ନ ସମୟରେ ଖଣ୍ଡନ କରାଯାଉଛି। ମାତ୍ର ଏଭଳି କାର୍ଯ୍ୟ ଦ୍ୱାରା ଚାଇନା ଭାରତ ବିରୋଧରେ ଛାୟା ଯୁଦ୍ଧ ଜାରି ରଖିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଠକୁଛନ୍ତି ପେଟ୍ରୋଲ ପମ୍ପ

ନୂଆଦିଲ୍ଲୀ,୧୨।୨:ଦେଶ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବଢ଼ିଚାଲିଛି। ଏବେ ଇନ୍ଧନ ଦର ସର୍ବୋଚ୍ଚ ସ୍ତରରେ ରହିଛି। ଏଭଳି ସ୍ଥିତିରେ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର...

୧୨୦ ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟାହେବ ନିଜାମଙ୍କ ସମ୍ପତ୍ତି

ହାଇଦ୍ରାବାଦ,୪-୧୦:ଦେଶୀୟ ରାଜ୍ୟ ହାଇଦ୍ରାବାଦର ଶେଷ ନିଜାମ ମିର୍‌ ଓସ୍‌ମାନ ଅଲି ଖାନଙ୍କର ନାଟ୍‌ଓ୍ବେଷ୍ଟ ବ୍ୟାଙ୍କରେ ୧୯୪୮ରୁ ଜମା ଥିବା ୩୫ ନିୟୁତ ପାଉଣ୍ଡ (୩୦୬ କୋଟି...

ଗର୍ଭବତୀଙ୍କ ଚିକିତ୍ସା କରିବାକୁ ମନାକଲେ ୮ ହସ୍ପିଟାଲ: ୧୩ ଘଣ୍ଟାପରେ ଆମ୍ବୁଲାନ୍ସ୍‌ରେ ଘଟିଲା ମୃତ୍ୟୁ

ନୋଏଡ଼ା, ୭।୬: ଦେଶରେ କରୋନା ସଂକ୍ରମଣ ନେଇ ଲୋକେ ଏଭଳି ଆତଙ୍କିତ ହୋଇ ପଡ଼ିଛନ୍ତି ଯେ, ସେମାନଙ୍କ ମଧ୍ୟରେ ଥିବା ସାଧାରଣ ମାନବିକତା ମଧ୍ୟ ଏବେ...

ପହଞ୍ଚିଲାନି ଆମ୍ବୁଲାନ୍ସ୍‌ ଅନ୍ତିମ ସଂସ୍କାର ପାଇଁ ଟ୍ରଲିରେ ଗଲା ମୃତଦେହ

ଚେନ୍ନାଇ,୨।୮: ଦେଶରେ କରୋନା ମହାମାରୀ ଆତଙ୍କଯୋଗୁ ଠିକ୍‌ ସମୟରେ ସମସ୍ତଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇବା ସମ୍ଭବ ହୋଇ ପାରୁନି। କେଉଁଠି ଆମ୍ବୁଲାନ୍ସ୍‌କୁ ଫୋନ୍‌ କରିବାର...

ଦାଦନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ଶାହା

ନୂଆଦିଲ୍ଲୀ,୨୯ା୩(ପି.ଟି.): ୨୧ ଦିନିଆ ଲକ୍‌ଡାଉନ ବେଳେ ଦାଦନ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଶନିବାର କହିଛନ୍ତି।...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ସଲମାନଙ୍କ ଭଉଣୀ!

ମଣ୍ଡି,୨୨।୬: ମାୟାନଗରୀ ମୁମ୍ବାଇରୁ ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କ ଭଉଣୀ ଅର୍ପିତା ଓ ତାଙ୍କ ସ୍ବାମୀ ଆୟୁଷ ଶର୍ମା ଓ ୨ସନ୍ତାନଙ୍କ ସହ ହିମାଚଳ ପ୍ରଦେଶର...

ରାଜଧାନୀରେ ହାଇଭୋଲଟେଜ୍‌ ଡ୍ରାମା: ଚାଲାଣ କଟିବା ଡରରେ ଆତ୍ମହତ୍ୟା ଧମକ ଦେଲେ ଯୁବତୀ

ନୂଆଦିଲ୍ଲୀ,୧୬।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଆରମ୍ଭ ହୋଇଛି। ପ୍ରତିଦିନ ଲୋକଙ୍କ ଚାଲାଣ କଟାଯାଉଥିବା ବେଳେ କିଏ ୨୦ ହଜାର ତ...

ଗେହଲଟଙ୍କ ଗେମ୍‌ ପ୍ଲାନ୍‌: ମନ୍ତ୍ରିମଣ୍ଡଳରେ ୨ ଉପମୁଖ୍ୟମନ୍ତ୍ରୀ

ଜୟପୁର, ୧୫।୭: ରାଜସ୍ଥାନରେ ଶାସକ କଂଗ୍ରେସ ସରକାର କ୍ଷମତା ଚ୍ୟୁତ ହେବା ପୂର୍ବରୁ ଷଡ଼ଯନ୍ତ୍ର ଫସର ଫାଟିଯାଇଛି। ଏବେ ଦଳର ସମସ୍ତ ସଦସ୍ୟତାରୁ ବିଦ୍ରୋହୀ ସଚିନ...

Advertisement
Archives

Model This Week