କମ୍ ଖର୍ଚ୍ଚରେ ମିଳିବ ଡାକ୍ତରୀ ଶିକ୍ଷା
ନୂଆଦିଲ୍ଲୀ,୧।୧୧(ପିଆଇବି): କମ୍ ଖର୍ଚ୍ଚରେ ଯେପରି ଡାକ୍ତରୀ ଶିକ୍ଷା ଉପଲବ୍ଧ ହୋଇପାରିବ ସେ ଦିଗରେ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନ୍ୟାଶନାଲ ମେଡିକାଲ କମିଶନ (ଏନ୍ଏମ୍ସି) ନୂତନ ନିୟମାବଳୀ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ‘ବାର୍ଷିକ ଏମ୍ବିବିଏସ୍ ନାମଲେଖା ନିୟମାବଳୀ…
ବିଜ୍ଞାପନରେ ସରକାର ଖର୍ଚ୍ଚ କରିଛନ୍ତି ୭୧୩.୨୦ କୋଟି
ନୂଆଦିଲ୍ଲୀ,୧।୧୧(ଆଇଏଏନ୍ଏସ୍): କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ବିଜ୍ଞାପନ ବାବଦରେ ୭୧୩.୨୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ଅର୍ଥାତ୍ ଦିନକୁ ବିଜ୍ଞାପନ ବାବଦରେ ହାରାହାରି ୧.୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ଅଧିକ ଭାଗ ଇଲେକ୍ଟ୍ରୋନିକ୍ ମିଡିଆକୁ ମିଳିଛି। ଆର୍ଟିଆଇ…
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କମଲନାଥ
ନୂଆଦିଲ୍ଲୀ,୩୧ା୧୦: ଷ୍ଟାର କ୍ୟାମ୍ପେନର ତାଲିକାରୁ ହଟାଯିବା ପରେ ବରିଷ୍ଠ କଂଗ୍ରେସ ନେତା କମଲନାଥ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଯୋଗୁ ଶୁକ୍ରବାର ନିର୍ବାଚନ କମିଶନ କମଲନାଥଙ୍କ ଷ୍ଟାର୍ କ୍ୟାମ୍ପେନର ମାନ୍ୟତା ପ୍ରତ୍ୟାହାର କରିଥିଲେ। ଏହି ନିଷ୍ପତ୍ତି ବିରୋଧରେ…
ଭାଷଣ ଦେବାବେଳେ ମଞ୍ଚ ଭୁଶୁଡିଲା: ପପୁ ଯାଦବଙ୍କ ହାତ ଭାଙ୍ଗିଲା
ମୁଜଫରପୁର,୩୧।୧୦-ବିହାର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର ମୁଜଫରପୁର ଜିଲାର ମୀନାପୁରରେ ଜନ ଅଧିକାର ପାର୍ଟି ପକ୍ଷରୁ ଏକ ଜନସଭା ଆୟୋଜନ କରାଯାଇଥିଲା। ମଞ୍ଚରେ ଜନ ଅଧିକାର ପାର୍ଟିର ମୁଖ୍ୟ ପପୁ…
ଭାରତୀୟ ବିମାନ ସେବାରେ ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହେଲେ ହରପ୍ରୀତ୍
ନୂଆଦିଲ୍ଲୀ,୩୧ା୧୦: ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଛନ୍ତି ହରପ୍ରୀତ୍ ଏ.ଡି.ସିଂହ। ହରପ୍ରୀତ୍ ଏଲାୟନ୍ସ ଏୟାରର ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଏୟାର ଇଣ୍ଡିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି। ଏଆଇର ସବୁଠାରୁ ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରେ…
ମୁଣ୍ଡରୁ ବାହାର କରିବାକୁ ପଡ଼ିବ ବାବୁ ପଣିଆ: ପ୍ରୋବେସନାରୀ ଆଇଏଏସ୍ ଅଫିସରଙ୍କୁ ମୋଦିଙ୍କ ପରାମର୍ଶ
ଅହମଦାବାଦ,୩୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତରେ ପ୍ରୋବେସନାରୀ ଆଇଏଏସ୍ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ନିୟମ ଏବଂ ଭୂମିକା ମଧ୍ୟରେ ସନ୍ତୁଳନ ରଖିବା ଅପରିହାର୍ଯ୍ୟ ବୋଲି ମୋଦି କହିଛନ୍ତି। ଲୋକଙ୍କ ସେବା ପାଇଁ ମୁଣ୍ଡରୁ ବାବୁ ପଣିଆ ବାହାର କରିବାକୁ…
କୋଲକାତାରେ ହେବ ଟାୟାର ପାର୍କ
କୋଲକାତା,୩୧।୧୦: ପଶ୍ଚିମବଙ୍ଗର କୋଲକାତାରେ ଏକ ଟାୟାର ପାର୍କ ପ୍ରତିଷ୍ଠା ହେବ। ଅଦରକାରୀ ଟାୟାରରୁ ଏଠାରେ ବିଭିନ୍ନ କଳାକୃତି ନିର୍ମାଣ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି। ସ୍ଥାନୀୟ ଇସପ୍ଲାନେଡ୍ ଅଞ୍ଚଳର ଏଭଳି ଅନନ୍ୟ ପାର୍କ ପ୍ରତିଷ୍ଠା କରାଯିବ। ପାର୍କରେ ଫାଷ୍ଟ ଫୁଡ୍ ଦୋକାନ…
ଭାଜପାର ମାଗଣା କରୋନା ଟିକା ପ୍ରତିଶ୍ରୁତି ଯୋଗୁ ହୋଇନି ଆଚାର ସଂହିତା ଉଲ୍ଲଂଘନ: ନିର୍ବାଚନ କମିଶନ
ନୂଆଦିଲ୍ଲୀ,୩୧।୧୦: ବିହାର ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ ଜାରି ହୋଇଥିବା ଘୋଷଣା ପତ୍ରରେ ମାଗଣା କରୋନା ଟିକା ପ୍ରତିଶ୍ରୁତି ଦିଆଯାଇଛି। ଏହାକୁ ନେଇ ସୂଚନା ଅଧିକାର କର୍ମୀ ସାକେତ ଗୋଖଲେ ନିର୍ବାଚନ କମିଶନଙ୍କ ନିକଟରେ ଭାଜପା ଦ୍ୱାରା ଆଚାର ସଂହିତା ଉଲ୍ଲଂଘନ…
କେଓ୍ବଡ଼ିଆରୁ ସାବରମତି ସି-ପ୍ଲେନ୍ ସେବା ଆରମ୍ଭ: ଉଡ଼ିଲେ ମୋଦି
ଅହମଦାବାଦ,୩୧।୧୦: ଗୁଜରାଟର କେଓ୍ବଡ଼ିଆରୁ ସାବରମତି ସି-ପ୍ଲେନ୍ ସେବା ଆରମ୍ଭ ହୋଇଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନରେ ଉଡ଼ିଛନ୍ତି। ଜଳ ବିମାନ ବନ୍ଦରରୁ ଏହି ବିମାନ ଉଡ଼ିବା ଆରମ୍ଭ କରିଛି। ବିମାନଟି କମ୍ ଇନ୍ଧନରେ ମଧ୍ୟ ଉଡ଼ାଣ କରିପାରିଥାଏ। ଏହାର…
ଓ୍ବେବ୍ସିରିଜ୍ ଦେଖିବା ନିଶାରେ ୭୫ ଲୋକଙ୍କ ଜୀବନ ବଞ୍ଚାଇ ପାରିଲେ ଏହି ନାବାଳକ
ମୁମ୍ବାଇ, ୩୧।୧୦: ମୁମ୍ବାଇ ଡୋମ୍ବିଭଲିରେ ଜଣେ ନାବାଳକଙ୍କ ଓ୍ବେବ୍ସିରିଜ୍ ଦେଖିବା ନିଶା ଯୋଗୁ ୭୫ ଲୋକଙ୍କ ଜୀବନ ରକ୍ଷା ପାଇଯାଇଛି। ଘଟଣାଟି ହେଉଛି, ଡୋମ୍ବିଭଲିର କୋପର ଅଞ୍ଚଳରେ ୪୨ ବର୍ଷ ପୂରୁଣା ଏକ ବିଲ୍ଡିଂରେ ଅଘଟଣ ଘଟିଛି। ଏହି ବିଲ୍ଡିଂରେ ୧୮…
କୋକେଇ ବାବା ଲଢୁଛନ୍ତି ଉପନିର୍ବାଚନ: ୧୧ ଥର ପରାଜିତ, ମୋଦି-ରାଜନାଥଙ୍କ ସହିତ ବି ଲଢ଼ିଛନ୍ତି
ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶରେ ନଭେମ୍ବର ୩ରେ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ସ୍ଥାନୀୟ ଦେଓରିଆ ସଦର ଆସନରୁ ରାଜନ ଯାଦବ ଓରଫ କୋକେଇ ବାବା ନିର୍ବାଚନ ଲଢୁଛନ୍ତି। ସେ ଗୋରଖପୁରର ବାସିନ୍ଦା। ଇତିମଧ୍ୟରେ କୋକେଇ ବାବା ୧୧ ଥର ନିର୍ବାଚନ…
ନିଖୋଜ ପୋଷା କୁକୁରର ମୃତଦେହ ଉଦ୍ଧାର ପରେ ମାଲିକ ଘଟାଇଲେ ଏପରି କାଣ୍ଡ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଭୋପାଳ, ୩୧।୧୦: ମଧ୍ୟପ୍ରଦେଶର ଛିନ୍ଦଓ୍ବାଡା ଜିଲା କୋତଓ୍ବାଲି ଥାନା ଅଞ୍ଚଳରେ ସୋମଦେବ ନାମକ ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ୨ ଦିନ ହେବ ନିଖୋଜ ଥିଲା। ୨ ଦିନ ପରେ ତାର ମୃତଦେହ ମିଳିଲା। ଏହା ଜାଣିବା ପରେ ସୋମଦେବ ଦୁଃଖରେ…
Archives


