ଜାତୀୟ

କୃଷି ଆଇନ ସପକ୍ଷରେ ଟୁଇଟ୍‌ କଲେ ରବିଶଙ୍କର-ପ୍ରକାଶ ଜାଭ୍‌ଡ଼େକର

ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ଚାଷୀ ପ୍ରଦର୍ଶନ ଜାରି ରଖିଛନ୍ତି। ଏପରିସ୍ଥଳେ ସୋମବାର କେନ୍ଦ୍ରୀୟମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭ୍‌ଡ଼େକର ଚାଷୀଙ୍କୁ ବୁଝାଇବା ପାଇଁ ଟୁଇଟ୍‌ କରି କୃଷି ଆଇନକୁ ସମର୍ଥନ କରିଛନ୍ତି।...

ଦେଶରେ ୧୫ଦିନ ମଧ୍ୟରେ ୪ର୍ଥଥର ୪୦ହଜାରୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ: ୯୪ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩୦।୧୧: ଭାରତରେ କରୋନା ପ୍ରକୋପ ଜାରି ରହିଛି। ଗତ କିଛି ଦିନ ହେବ କେତେକ ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ କେତେକ ରାଜ୍ୟସରକାର ପୁଣି ଥରେ ରାତ୍ରିକାଳୀନ କର୍ଫ୍ୟୁ ଜାରି...

୧୦୦ କୋଟିର ମାନହାନି ମାମଲା ଦାଏର କରିବାକୁ ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ଚେତାବନୀ

ନୂଆଦିଲ୍ଲୀ,୩୦।୧୧: ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ୧୦୦ କୋଟି ଟଙ୍କାର ମାନହାନି ମାମଲା ଦାଏର କରିବାକୁ ଚେତାବନୀ ଦିଆଯାଇଛି। ତୃତୀୟ ପର୍ଯ୍ୟାୟରେ କରୋନା ପ୍ରତିଷେଧକ ଟିକା ଦିଆ ଯାଇଥିବା ଜଣେ ବ୍ୟକ୍ତି ତାଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଅଭିଯୋଗ କରିଥିଲେ।...

ଶିବସେନାରେ ଯୋଗଦେବେ ଉର୍ମିଳା!

ମୁମ୍ବାଇ,୩୦ ।୧୧: ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ମଙ୍ଗଳବାର ଶିବସେନାରେ ଯୋଗ ଦେଇ ପାରନ୍ତି ବୋଲି କହିଛନ୍ତି ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ । ପଲିଟିକାଲ କ୍ୟାରିୟର ଆରମ୍ଭରେ ଉର୍ମିଳା ପ୍ରଥମେ କଂଗ୍ରେସରେ ଯୋଗ...

ଗୁରୁନାନକ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୩୦।୧୧: ସାରା ଦେଶରେ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ସହ ଗୁରୁନାନକ ଜୟନ୍ତୀ ପାଳନ କରାଯାଉଛି। ଗୁରୁ ନାନକ ଦେବ ହେଉଛନ୍ତି ଶିଖ୍‌ ଧର୍ମର ପ୍ରତିଷ୍ଠାତା ଏବଂ ଶିଖ୍‌ ଲୋକଙ୍କ ପ୍ରଥମ ଗୁରୁ। ଗୁରୁନାନକଙ୍କ କାର୍ତ୍ତିକ ପୂର୍ଣ୍ଣିମାରେ ରାବି ନଦୀ କୂଳରେ...

ବାରାଣସୀରେ ‘ଦେବ ଦୀପାବଳି’ ମନାଇବେ ମୋଦି: ଗଙ୍ଗା ଘାଟରେ ଜଳାଯିବ ୧୧ଲକ୍ଷ ଦୀପ

ବାରାଣସୀ,୩୦।୧୧: ଅଯୋଧ୍ୟାରେ ଦୀପାବଳି ପାଳନ କରାଯିବା ପରେ ଏବେ ଉତ୍ତରପ୍ରଦେଶ ସରକାର ବାରାଣସୀରେ ‘ଦେବ ଦୀପାବଳି’ର ଭବ୍ୟ ଆୟୋଜନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନିଜ ନିର୍ବାଚନମଣ୍ଡଳୀକୁ ଗସ୍ତ କରିବେ। ଦେବ ଦୀପାବଳି ସମାରୋହରେ ମୋଦିଙ୍କ...

ମୋଦିଙ୍କ ଆଗମନ ପାଇଁ ସଜେଇ ହୋଇଛି ବାରାଣସୀ ଘାଟ

ନୂଆଦିଲ୍ଲୀ,୩୦ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିବେ । ଦ୍ୱିପ୍ରହର ସମୟରେ ମୋଦି ବାରାଣସୀ ଗସ୍ତ କରିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ କାର୍ଯ୍ୟକ୍ରମରେ ମୋଦିଙ୍କ ସହ ରହିବେ...

ଲଭ୍‌ ଜିହାଦ ନିରୋଧୀ ଆଇନରେ ପ୍ରଥମ ମାମଲା

ଲକ୍ଷ୍ନୌ, ୩୦।୧୧: ଉତ୍ତରପ୍ରଦେଶର ନୂଆ ଧର୍ମାନ୍ତରୀକରଣ ନିରାକରଣ ଆଇନ (ଲଭ୍‌ ଜିହାଦ ନିରୋଧୀ ଆଇନ)ରେ ରାଜ୍ୟ ପୋଲିସ ଶନିବାର ପ୍ରଥମ ମାମଲା ରୁଜୁ କରିଛି। ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ଉତ୍ତରପ୍ରଦେଶ ବେଆଇନ ଧର୍ମାନ୍ତରୀକରଣ ନିଷିଦ୍ଧ ଅଧ୍ୟାଦେଶ, ୨୦୨୦କୁ ମଞ୍ଜୁରୀ ଦେବା...

ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବ ଆଣ୍ଟିଡ୍ରୋନ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ, ୩୦।୧୧(ପି.ଟି.): ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଶତ୍ରୁପକ୍ଷର ଡ୍ରୋନ୍‌କୁ ଧ୍ୱଂସ କରିବା ପାଇଁ ଏକ ଆଣ୍ଟିଡ୍ରୋନ୍‌ ପ୍ରଯୁକ୍ତିର ବିକାଶ କରିଛି। ସଶସ୍ତ୍ର ବାହିନୀ ପାଇଁ ଏହି ଆଣ୍ଟିଡ୍ରୋନ୍‌ ସିଷ୍ଟମ ଭାରତ ଇଲେକ୍ଟ୍ରୋନିକ୍ସ ନିର୍ମାଣ କରିବ। ୨୦୨୦...

୧ ନିୟୁତ ଡଲାର ଦେବ ଏସ୍‌ଏଫ୍‌ଜେ

ନୂଆଦିଲ୍ଲୀ, ୩୦।୧୧(ଆଇଏଏନ୍‌ଏସ୍‌): ହଜାର ହଜାର କୃଷକ ଦିଲ୍ଲୀର ତିନୋଟି ଆନ୍ତଃରାଜ୍ୟ ସୀମାରେ ଆନ୍ଦୋଳନ ଚଳାଇଥିବାବେଳେ ବେଆଇନ ପୃଥକବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ଗୋଳିଆ ପାଣିରୁ ମାଛ ଧରିବାକୁ ଉଦ୍ୟମ କରିଛି। ହରିୟାଣାରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ଓ...

ଧ୍ରୁବୀକରଣର ପ୍ରୟୋଗଶାଳା

ହାଇଦ୍ରାବାଦ/ନୂଆଦିଲ୍ଲୀ,୩୦ା୧୧: ଡିସେମ୍ବର ୧ରେ ହେବାକୁ ଥିବା ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ (ଜିଏଚ୍‌ଏମ୍‌ସି) ନିର୍ବାଚନ ଉଭୟ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଅଗ୍ନିପରୀକ୍ଷା ହୋଇଛି। ହାଇଦ୍ରାବାଦ ତେଲଙ୍ଗାନାର ରାଜଧାନୀ ଓ ଅର୍ଥନୈତିକ ଇଞ୍ଜିନ ହୋଇଥିବାରୁ ନିର୍ବାଚନ ଜିତିବା ପାଇଁ...

କୃଷି ବିଲ୍‌କୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ: ଟିକରି-ସିନ୍ଧୁ ସୀମା ବନ୍ଦ

ନୂଆଦିଲ୍ଲୀ,୩୦ ।୧୧: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ନେଇ ଗତ ପ୍ରାୟ ୫ଦିନ ହେବ ପଞ୍ଜାବ. ହରିୟାଣା, ରାଜସ୍ଥାନ ଆଦିର କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସୋମବାର ମଧ୍ୟ ଏହା ଜାରି ରହିଛି । ସିନ୍ଧୁ ସହ ଟିକରି ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri