ଜାତୀୟ

ପିଏମ୍‌ କେୟାର ପାଣ୍ଠିକୁ ଚାଇନା-ପାକିସ୍ତାନରୁ ଅନୁଦାନ: କିଏ ଦେଇଛି, କେତେ ଦେଇଛି

ନୂଆଦିଲ୍ଲୀ,୧୬।୧୨: ପିଏମ୍‌ କେୟାର ପାଣ୍ଠିକୁ ଚାଇନା,ପାକିସ୍ତାନ ଏବଂ କତାରରୁ ଅନୁଦାନ ଆସିଛି। ତେବେ ଏସବୁ ଅନୁଦାନ କିଏ ଦେଇଛି ଓ କେତେ ଦେଇଛି ସେ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଉଦ୍ୟମ ଆରମ୍ଭ ହୋଇଛି।...

ମହଙ୍ଗା ପଡ଼ିଲା ଅସ୍ତ୍ରବିରତି ଉଲ୍ଲଂଘନ: ପାଲଟା ଗୁଳିମାଡ଼ରେ ୨ ପାକିସ୍ତାନୀ ସୈନ୍ୟ ମୃତ

ଶ୍ରୀନଗର,୧୬।୧୨: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜାନ ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ଜାଣିଶୁଣି ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ନୌସେରା ସେକ୍ଟରରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ପାକିସ୍ତାନକୁ ମହଙ୍ଗା ପଡ଼ିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ...

ଶହୀଦ୍‌ଙ୍କ ଋଣ ସୁଝିହେବ ନାହିଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୬।୧୨: ଭାରତ ପାକିସ୍ତାନ ମଧ୍ୟରେ ୧୯୭୧ରେ ହୋଇଥିବା ଯୁଦ୍ଧରେ ଶହୀଦ୍‌ ହୋଇଥିବା ଯବାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶହୀଦ୍‌ଙ୍କ ଋଣ ସୁଝିହେବ ନାହିଁ। ଦେଶର ସୁରକ୍ଷା ଏବଂ ଅଖଣ୍ଡତା ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ୍‌ଙ୍କୁ...

୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା

ନୂଆଦିଲ୍ଲୀ,୧୬।୧୨: ଦେଶର ୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା ଘଟୁଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ବିହାର, ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ଏଭଳି ମାମଲା ଘଟୁଛି। ଏସବୁ...

କରୋନା ଟିକାକରଣ ପ୍ରସ୍ତୁତି: ୬୩୩ ଜିଲାରେ ଆରମ୍ଭ ହେବ ଟିକାଦାନ

ନୂଆଦିଲ୍ଲୀ,୧୬।୧୨: ଆଉ କିଛି ଦିନ ପରେ ଦେଶରେ କରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେବ। ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶର ୬୩୩ ଜିଲାରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର...

ଟୁଇଟର ଯୁଦ୍ଧରେ ପ୍ରଣବଙ୍କ ଝିଅ-ପୁଅ

ନୂଆଦିଲ୍ଲୀ, ୧୬।୧୨: ରାଷ୍ଟ୍ରପତି ଥିବାବେଳର ଅଭିଜ୍ଞତା ଓ କଂଗ୍ରେସର ନେତୃତ୍ୱକୁ ନେଇ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ ପ୍ରକାଶନ ପୂର୍ବରୁ ବିବାଦୀୟ ହେବାରେ ଲାଗିଛି। ପୁସ୍ତକକୁ ପବ୍ଲିଶ ନ କରିବାକୁ ତାଙ୍କ...

ଅଭିଯୋଗକାରିଣୀ ହେଲେ ଜିଲାପାଳ

ଭୋପାଳ, ୧୬ା୧୨: ମଧ୍ୟପ୍ରଦେଶ ରାଜ୍ୟ ଶିବପୁରୀ ଜିଲାପାଳଙ୍କ ନିକଟକୁ ଅଭିଯୋଗ ନେଇ ଆସିଥିବା ଜଣେ ଛାତ୍ରୀ ଗୋଟିଏ ଦିନ ପାଇଁ ଜିଲାପାଳ ହେବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରୁ ପ୍ରକାଶ, ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଜାହ୍ନବୀ...

୧୭ରେ ମୋଦି-ହାସିନା ଆଲୋଚନା

ନୂଆଦିଲ୍ଲୀ, ୧୬ା୧୨: ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତା ଗୁରୁବାର ଦ୍ୱିପାକ୍ଷିକ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶ ପ୍ରତିପକ୍ଷ ଶେଖ ହାସିନାଙ୍କ ମଧ୍ୟରେ ଏହି ଭର୍ଚୁଆଲ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇପାରେ। ଆସନ୍ତା...

କର୍ନାଟକ ବିଧାନ ପରିଷଦରେ ହାଇଡ୍ରାମା

ବେଙ୍ଗାଲୁରୁ,୧୬ା୧୨(ପି.ଟି.); କର୍ନାଟକ ବିଧାନ ପରିଷଦରେ ମଙ୍ଗଳବାର ହାଇଡ୍ରାମା ଦେଖିବାକୁ ମିଳିଛି। ଅନାସ୍ଥା ପ୍ରସ୍ତାବକୁ ନେଇ ଶାସକ ଭାଜପା ସହ ବିରୋଧୀ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ଏବଂ କଂଗ୍ରେସ ସଦସ୍ୟମାନେ ପରସ୍ପରକୁ ଟଣାଓଟରା କରି ଧସ୍ତାଧସ୍ତି ହୋଇଥିଲେ। ବିରୋଧୀ ସଦସ୍ୟମାନେ...

ପିଲାଙ୍କୁ ଶିକ୍ଷା ପାଇଁ ମାସକୁ ୨ ହଜାର ଦିଅ

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ମହାମାରୀ କରୋନା ସମୟରେ ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଶନ (ସିସିଆଇ)ରୁ ଘରକୁ ଯାଇ ପରିବାର ସହ ଥିବା ଶିଶୁମାନଙ୍କୁ ଜଣ ପିଛା ମାସକୁ ୨ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ରାଜ୍ୟଗୁଡ଼ିକୁ...

‘ବୃହତ୍‌ ଖଣ୍ଡପୀଠରେ ଅପିଲ ଅଧିକାର ରହୁ’

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୁଇଟି ରିଭ୍ୟୁ ପିଟିଶନକୁ ବିଚାରକୁ ନିଆଯିବା ପୂର୍ବରୁ ତାଙ୍କ ପିଟିଶନର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଶାନ୍ତ ଭୂଷଣ ନ୍ୟାୟପାଳିକା ବିରୋଧରେ...

କମଲ ହାସନଙ୍କ ସହ ଯୋଡ଼ି ହୋଇପାରନ୍ତି ରଜନିକାନ୍ତ

ବେଙ୍ଗାଲୁରୁ,୧୫।୧୨: ଅଭିନେତାରୁ ରାଜନେତା ପାଲଟିଥିବା ମକ୍କଲ ନିଧି ମାୟମ୍‌ ପାର୍ଟି ମୁଖ୍ୟ କମଲ ହାସନ ସାଉଥ୍‌ ସୁପରଷ୍ଟାର ରଜନିକାନ୍ତଙ୍କ ସହ ହାତ ମିଳାଇ ପାରନ୍ତି। ଏକ କାର୍ଯ୍ୟକ୍ରମ ଅବସରରେ ଭେଟେରାନ ଅଭିନେତା କମଲଙ୍କୁ ଅଭିନେତା ରଜନୀକାନ୍ତଙ୍କ ସହ ମେଣ୍ଟ କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri