Posted inଜାତୀୟ

ଟୁଇଟର ଯୁଦ୍ଧରେ ପ୍ରଣବଙ୍କ ଝିଅ-ପୁଅ

ନୂଆଦିଲ୍ଲୀ, ୧୬।୧୨: ରାଷ୍ଟ୍ରପତି ଥିବାବେଳର ଅଭିଜ୍ଞତା ଓ କଂଗ୍ରେସର ନେତୃତ୍ୱକୁ ନେଇ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ ପ୍ରକାଶନ ପୂର୍ବରୁ ବିବାଦୀୟ ହେବାରେ ଲାଗିଛି। ପୁସ୍ତକକୁ ପବ୍ଲିଶ ନ କରିବାକୁ ତାଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ ପ୍ରକାଶକ ‘ରୁପା-ବୁକ୍ସ’କୁ ନିବେଦନ କରିଥିବାବେଳେ ଏହାକୁ ବିରୋଧ କରିଛନ୍ତି ଅଭିଜିତ୍‌ଙ୍କ ଭଉଣୀ ଶର୍ମିଷ୍ଠା ମୁଖାର୍ଜୀ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ ଚାଲିଥିବା ଦେଖିବାକୁ ମିଳିଛି। ୨୦୧୨ରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କଂଗ୍ରେସ ତାର ରାଜନୈତିକ ଏକାଗ୍ରତା ହରାଇଥିଲା। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସଙ୍ଗଠନକୁ ମଜଭୁତ କରିପାରି ନ ଥିଲେ। ଫଳରେ ଲଗାତର ଦୁଇଟି ନିର୍ବାଚନରେ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା ବୋଲି ପ୍ରଣବ ଉକ୍ତ ପୁସ୍ତକରେ ଉଲ୍ଲେଖ କରିଥିଲେ। ଏହାକୁ ନେଇ କଂଗ୍ରେସରେ ବିବାଦ ସୃଷ୍ଟି ହୋଇଛି। ଅଭିଜିତ୍‌ ଓ ଶର୍ମିଷ୍ଠା କଂଗ୍ରେସର ସଦସ୍ୟ ଥିବାବେଳେ ସେମାନଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି। ପୁସ୍ତକ ପ୍ରକାଶନରେ କୌଣସି ବାଧା ନ ଉପୁଜାଇବାକୁ ଶର୍ମିଷ୍ଠା ତାଙ୍କ ଭାଇଙ୍କୁ ଟୁଇଟ ମାଧ୍ୟମରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭାକ୍ସିନ ୭୮% ଫଳପ୍ରଦ

ହାଇଦ୍ରାବାଦ, ୨୨।୪: ଭାରତ ବାୟୋଟେକ୍‌ ପ୍ରସ୍ତୁତ ‘କୋଭାକ୍ଦିନ’ ମୋଟାମୋଟି ଭାବେ ୭୮% ଫଳପ୍ରଦ ବୋଲି ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାରୁ ଜଣାପଡ଼ିଛି। ତେବେ ଗୁରୁତର କୋଭିଡ୍‌...

ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛେ ଆମେ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୩୧।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୧ ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ସ୍ବାଧିନତାର...

ଏଲ୍‌ଏସିରେ ୧୧ ଦିନରେ ୪ ଥର ଗୁଳି ବିନିମୟ

ନୂଆଦିଲ୍ଲୀ, ୧୬।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଗତ ୧୧ ଦିନ ମଧ୍ୟରେ ଏଲ୍‌ଏସିରେ ୪ ଥର ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି।...

ବିପର୍ଯ୍ୟୟ ପରିଚାଳନାରେ ଭାରତ ଆଗୁଆ ହେଲେ ବି ରହିଛି ବିପଦ: ଆଇୟୁସିଏନର ଚେତାବନୀ…

ନୂଆଦିଲ୍ଲୀ/ଗ୍ଲାଣ୍ଡ,୧୧।୨ : ସ୍ବିଜରଲାଣ୍ଡର ଗ୍ଲାଣ୍ଡରେ ଥିବା ଇଣ୍ଟରନ୍ୟାଶନାଲ ୟୁନିଅନ ଫର କଞ୍ଜରଭେଶନ ଅଫ ନେଚର (ଆଇୟୁସିଏନ) ର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ବିପର୍ଯ୍ୟୟର ମୁକାବିଲା...

କଶ୍ମୀର ବିବାଦରେ ବହୁରାଷ୍ଟ୍ରୀୟ କମ୍ପାନୀ

ନୂଆଦିଲ୍ଲୀ, ୯ା୨:କଶ୍ମୀର ଉପରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଅଡ଼ୁଆରେ ପଡ଼ିଛନ୍ତି ଏକାଧିକ ବହୁରାଷ୍ଟ୍ରୀୟ କମ୍ପାନୀ। କାର୍‌ ନିର୍ମାଣକାରୀ ଦକ୍ଷିଣ କୋରିଆ କମ୍ପାନୀ ହ୍ୟୁଣ୍ଡାଇ,...

‘ଯେତେବେଳେ ଭାରତ ଆଗକୁ ବଢୁଛି, ସେତେବେଳେ ବିଶ୍ୱ ଆଗକୁ ବଢୁଛି’, ନୂଆ ସଂସଦରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ନୂଆ ସଂସଦ ଭବନ ଉଦଘାଟନର ଦ୍ୱିତୀୟ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାରେ କିଛି ମୁହୂର୍ତ୍ତ ଅମର ହୋଇଯାଇଥାଏ। ମେ...

ସଂସ୍କୃତ ସହର ହେବ ବାରାଣସୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣସୀ ‘ସଂସ୍କୃତ ସହର’ ଭାବେ ପରିଚିତ ହେବ। ଏ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବାରାଣସୀରେ ୧୧୦ରୁ...

କରୋନା ସଂକ୍ରମଣ ପୁଣି ବଢ଼ିଲା: ଗୋଟିଏ ଦିନରେ ୩ ଲକ୍ଷ ୬୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟାରେ...

Advertisement
Archives

Model This Week