Posted inଜାତୀୟ

ଟୁଇଟର ଯୁଦ୍ଧରେ ପ୍ରଣବଙ୍କ ଝିଅ-ପୁଅ

ନୂଆଦିଲ୍ଲୀ, ୧୬।୧୨: ରାଷ୍ଟ୍ରପତି ଥିବାବେଳର ଅଭିଜ୍ଞତା ଓ କଂଗ୍ରେସର ନେତୃତ୍ୱକୁ ନେଇ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ ପ୍ରକାଶନ ପୂର୍ବରୁ ବିବାଦୀୟ ହେବାରେ ଲାଗିଛି। ପୁସ୍ତକକୁ ପବ୍ଲିଶ ନ କରିବାକୁ ତାଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ ପ୍ରକାଶକ ‘ରୁପା-ବୁକ୍ସ’କୁ ନିବେଦନ କରିଥିବାବେଳେ ଏହାକୁ ବିରୋଧ କରିଛନ୍ତି ଅଭିଜିତ୍‌ଙ୍କ ଭଉଣୀ ଶର୍ମିଷ୍ଠା ମୁଖାର୍ଜୀ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ ଚାଲିଥିବା ଦେଖିବାକୁ ମିଳିଛି। ୨୦୧୨ରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କଂଗ୍ରେସ ତାର ରାଜନୈତିକ ଏକାଗ୍ରତା ହରାଇଥିଲା। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସଙ୍ଗଠନକୁ ମଜଭୁତ କରିପାରି ନ ଥିଲେ। ଫଳରେ ଲଗାତର ଦୁଇଟି ନିର୍ବାଚନରେ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା ବୋଲି ପ୍ରଣବ ଉକ୍ତ ପୁସ୍ତକରେ ଉଲ୍ଲେଖ କରିଥିଲେ। ଏହାକୁ ନେଇ କଂଗ୍ରେସରେ ବିବାଦ ସୃଷ୍ଟି ହୋଇଛି। ଅଭିଜିତ୍‌ ଓ ଶର୍ମିଷ୍ଠା କଂଗ୍ରେସର ସଦସ୍ୟ ଥିବାବେଳେ ସେମାନଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି। ପୁସ୍ତକ ପ୍ରକାଶନରେ କୌଣସି ବାଧା ନ ଉପୁଜାଇବାକୁ ଶର୍ମିଷ୍ଠା ତାଙ୍କ ଭାଇଙ୍କୁ ଟୁଇଟ ମାଧ୍ୟମରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ ତାଣ୍ଡବ, ଟିଣ ଆଜବେଷ୍ଟ ପଡି କଟିଗଲା ଯୁବକଙ୍କ ହାତ

ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି ।…

ବଳାତ୍କାର ଅଭିଯୁକ୍ତ ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ରୋହତକ,୨୬।୫: ଡେରା ସଚ୍ଚା ସୌଦା ମୁଖ୍ୟ ଏବଂ ଦୋଷୀ ସାବ୍ୟସ୍ତ ବଳାତ୍କାରୀ ଗୁରମିf ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ସେ ୩୦ ଦିନ…

ଧାନବିଲରୁ ନିର୍ଗତ ଗ୍ରୀନହାଉସ୍‌ ଗ୍ୟାସ୍‌ ଏସିଆରେ ସର୍ବାଧିକ

ନୂଆଦିଲ୍ଲୀ, ୨୬।୫(ପି.ଟି.):୨୦୦୧ରୁ ୨୦୨୦ ମଧ୍ୟରେ ଧାନବିଲରୁ ନିର୍ଗତ ହେଉଥିବା ବିଶ୍ୱର ମୋଟ ସବୁଜ ଗୃହ ବାଷ୍ପ(ଗ୍ରୀନହାଉସ ଗ୍ୟାସ୍‌)ର ୯୦%ରୁ ଅଧିକ କେବଳ ଏସିଆରୁ ନିର୍ଗତ ହୋଇଛି, ଯେଉଁଥିରେ…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ଅସ୍ତ୍ରବିରତି ମଝିରେ ଇରାନର ଜାହାଜ ଉପରକୁ ଆମେରିକାର ବଡ଼ ଆକ୍ରମଣ, ୨ ଜାହାଜ…

ଓ୍ବାଶିଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତଥାପି, ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri