ଜାତୀୟ

୧୦୫ବର୍ଷ ବୟସରେ ଚତୁର୍ଥ ପାସ୍‌ କରି ରେକର୍ଡ ସୃଷ୍ଟି କରିଥିବା ଭାଗିରଥୀ ଅମ୍ମାଙ୍କ ପରଲୋକ

କୋଲ୍ଲାମ,୨୩।୭: କେରଳ କୋଲ୍ଲାମ ଜିଲାର ପ୍ରକ୍କୁଲମ ବାସିନ୍ଦା ତଥା ଭାରତୀୟ ନାରୀ ଶକ୍ତି ପୁରସ୍କାର ବିଜେତା ଭାଗିରଥୀ ଅମ୍ମାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୭ବର୍ଷ ହୋଇଥିଲା। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବାରୁ ତାଙ୍କର ମୃତ୍ୟୁ ଘଟିଛି।…

ମହାରାଷ୍ଟ୍ରରେ ଭୟଙ୍କର ବନ୍ୟା: ଭୂସ୍ଖଳନରେ ୩୬ରୁ ଊର୍ଦ୍ଧ୍ୱ ମୃତ

ମୁମ୍ବାଇ,୨୩।୭: ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହେବା ସହ ନଦୀଗୁଡ଼ିକରେ ପାଣି ଫୁଲିଯାଇଛି। ଫଳରେ ଅନେକ ଲୋକ ପାଣି ଘେରରେ ରହିଛନ୍ତି। ଅନ୍ୟପଟେ ରାୟଗଡ଼ ଜିଲା ମହାଡ ଗାଁର…

ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେଲେ ସିଦ୍ଧୁ

ଚଣ୍ଡିଗଡ଼,୨୩।୭: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜାରି ହୋଇଥିବା କନ୍ଦଳ ଏବେ କିଛି ମାତ୍ରାରେ ଦୂର ହୋଇଛି। ଶୁକ୍ରବାର ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ…

ଶାହାଙ୍କ ଇସ୍ତଫା ଦାବି କଲେ ରାହୁଲ

ନୂଆଦିଲ୍ଲୀ,୨୩ ।୭: ପେଗାସସ ମାମଲାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ତାଙ୍କ ଫୋନ୍ ଟ୍ୟାପ୍ କରାଯାଇଛି । ସେ କହିଛନ୍ତି ଏହା କେବଳ ମୋ ମାମଲା ନୁହେଁ ବରଂ ଜନତାଙ୍କ ସ୍ୱର ଉପରେ ଆକ୍ରମଣ…

ମହିଳାଙ୍କୁ ନିର୍ଯାତନା ଅଭିଯୋଗରେ ପ୍ରାଯୋଜକଙ୍କ ବିରୋଧରେ ମାମଲା ରୁଜୁ

ଗାଜିଆବାଦ,୨୩।୭: ବଲିଉଡ୍‌ ଫିଲ୍ମ ପ୍ରଯୋଜକ ତଥା ଅର୍ଥଦାତା ସତ୍ୟେନ୍ଦ୍ର ତ୍ୟାଗିଙ୍କ ବିରୋଧରେ ଜଣେ ମହିଳାଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ନନ୍ଦଗ୍ରାମ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି। କିନ୍ତୁ ପ୍ରଯୋଜକ ସତ୍ୟେନ୍ଦ୍ର…

ପାର୍ଲାମେଣ୍ଟରେ ରିପୋର୍ଟ ଚିରିବା ଘଟଣା: ଟିଏମ୍‌ସି ଏମ୍‌ପି ରାଜ୍ୟ ସଭାରୁ ନିଲମ୍ବିତ

ନୂଆଦିଲ୍ଲୀ,୨୩।୭: ପେଗାସସ ମାମଲାକୁ ନେଇ ଉଠିଥିବା ଝଡ ପାର୍ଲାମେଣ୍ଟକୁ ଏକପ୍ରକାର ଅଚଳ କରିଦେଇଛି। ଏସବୁ ଭିତରେ ପାର୍ଲାମେଣ୍ଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଥିଲା। ରାଜ୍ୟ ସଭାରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେଗାସସ ସ୍ପାଏଓ୍ବେର୍‌ ସମ୍ପର୍କରେ ବିବୃତି…

ତୁଟିଲା କଳି: ଏକାଠି ସାମ୍ନାକୁ ଆସିଲେ ଅମରିନ୍ଦର-ସିଦ୍ଧୁ

ଚଣ୍ଡିଗଡ,୨୩।୭: ପଞ୍ଜାବରେ ଅଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସଙ୍କଟ ଦୂର ହେଲା ପରି ଲାଗୁଛି। ଶୁକ୍ରବାର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ…

ଆଜି ମୁକୁଟ ପିନ୍ଧିବେ ସିଦ୍ଧୁ: ପ୍ରଥମେ କ୍ୟାପଟେନ୍‌ଙ୍କ ସହ ପିଇବେ ଚା’

ଚଣ୍ଡିଗଡ,୨୩।୭: ପଞ୍ଜାବ ପ୍ରଦେଶ କଂଗ୍ରେସର ନୂତନ ସଭାପତିି ନବଜୋତ ସିଂ ସିଦ୍ଧୁ କିଛି ସମୟ ମଧ୍ୟରେ ଦାୟିତ୍ୱ ଗ୍ରହଣ କରିବେ। ଶୁକ୍ରବାର ସେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନିମନ୍ତ୍ରଣରେ ଚା’ ପିଇବା ପାଇଁ ପଞ୍ଜାବ ଭବନରେ ପହଞ୍ଚିଛନ୍ତି ସିଦ୍ଧୁ। ତାଙ୍କ…

ଆତଙ୍କବାଦୀ ଯୋଜନା ପଣ୍ଡ: ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇଲା ପୋଲିସ

ଶ୍ରୀନଗର,୨୩।୭; ଜମ୍ମୁ-କଶ୍ମୀରର କନାଚାକ ଅଞ୍ଚଳରେ ପୋଲିସ ଦ୍ୱାରା ପାକିସ୍ତାନୀ ଡ୍ରୋନକୂ ଗୁଳି ଖସାଇ ଦେଇଛି। ଏହି ଡ୍ରୋନ ଖସିଯିବା ପରେ ପାଞ୍ଚ କିଲୋଗ୍ରାମ ଆଇଡି ମଧ୍ୟ ଉଦ୍ଧାର କରାଯାଇଛି। ପୋଲିସ କହିଛି ଯେ ଏହି ଡ୍ରୋନ ଭାରତ ସୀମାର ୬ କିଲୋମିଟର…

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୨୩।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୫,୩୪୨ଟି ମାମଲା ସାମ୍ନାକୁ ଆସିଥିବାବେଳେ ୪୮୩ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ…

ଏଯାଏ ୧୧୫ ପ୍ରଘଟ

ନୂଆଦିଲ୍ଲୀ,୨୩ା୭”ଇସ୍ରାଏଲର ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରକୁ ନେଇ ବିଶ୍ୱବ୍ୟାପୀ ଝଡ଼ ବହୁଛି। ଏହି ଗୁପ୍ତଚରଗିରି ସଫ୍ଟଓ୍ବେର ଜରିଆରେ ରାଜନେତା, ଖବରଦାତା, ଅଧିକାର କର୍ମୀ, ବିଜ୍‌ନେସ୍‌ ଟାଇକୁନ, ଛାତ୍ରୀଛାତ୍ର ଓ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରାଯାଇଛି। ଭାରତର ନ୍ୟୁଜ୍‌…

ଓଡ଼ିଆ ଆଇଆର୍‌ଏସ୍‌ ଅଫିସର ଜାତିସଂଘ ଟ୍ୟାକ୍ସ କମିଟି ବିଶେଷଜ୍ଞ

ନୂଆଦିଲ୍ଲୀ, ୨୩ା୭: ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଥିବା ଓଡ଼ିଆ ଆଇଆର୍‌ଏସ୍‌ ଅଫିସର ରଶ୍ମିରଞ୍ଜନ ଦାସ ୨୦୨୧-୨୦୨୫ ବର୍ଷ ପାଇଁ ଜାତିସଂଘ ଟ୍ୟାକ୍ସ କମିଟି ସଦସ୍ୟ ନିଯୁକ୍ତ ହୋଇ ବିଶ୍ୱର ୨୫ ଜଣ ଟିକସ ବିଶେଷଜ୍ଞଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri