ଅଭିଭାଷଣର ପ୍ରଥମ, ଶେଷ ଧାଡ଼ି ପଢ଼ି ଗୃହ ଛାଡ଼ିଲେ
କୋଲକାତା,୮।୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା। ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାକୁ ନେଇ ଭାଜପା ବିଧାୟକମାନେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ରାଜ୍ୟପାଳ ଜଗଦୀପ୍ ଧନ୍ଖରଙ୍କୁ ତାଙ୍କ ଅଭିଭାଷଣ ରଖିବା…
ଘୋଡା ଚଢି ବିଧାନସଭାରେ ପହଞ୍ଚିଲେ ବିଧାୟିକା
ରାଞ୍ଚି,୮।୩: ଆଜି ବିଶ୍ୱ ମହିଳା ଦିବସ। ପ୍ରତିବର୍ଷ ପରି, ଏଥର ମଧ୍ୟ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ କରାଯାଉଛି। ଏହି ଅବସରରେ ଝାଡଖଣ୍ଡ କଂଗ୍ରେସ ବିଧାୟିକା ଅମ୍ବା ପ୍ରସାଦ ମଙ୍ଗଳବାର ଘୋଡା ଚଢି ବିଧାନସଭାରେ ପହଞ୍ଚିଥିଲେ। ୩୧ ବର୍ଷିୟା…
ନାରୀ ଶକ୍ତିକୁ ସଲାମ୍ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହିଳାଙ୍କୁ ଶୁଭେଚ୍ଛ ଜଣାଇଛନ୍ତି। ଏହି ଅବସରରେ ସେ ଟୁଇଟ୍ କରି କହିଛନ୍ତି, ସମ୍ମାନ ଏବଂ ସୁଯୋଗ ଉପରେ ବିଶେଷ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଏହାର ବିଭିନ୍ନ ଯୋଜନା ମାଧ୍ୟମରେ…
ୟୁକ୍ରେନରେ ଗୁଳିଗୋଳା ବର୍ଷଣ କମିଲେ ଭାରତ ଆସିବ ନବୀନଙ୍କ ପାର୍ଥିବ ଶରୀର: ରୁଷିଆ ପାଲଟିଛି କଣ୍ଟା
କ୍ୱିଭ୍/ମସ୍କୋ/ୱାଶିଂଟନ,୮ ।୩: ୟୁକ୍ରେନରେ ରୁଷିଆ ଆକ୍ରମଣ ଶିକାର ହୋଇଥିବା କର୍ନାଟକର ନବୀନ ଶେଖରପ୍ପାଙ୍କ ପାର୍ଥିବ ଶରୀର ଏ ଯାଏ ଭାରତ ଆସିନାହିଁ । ତେବେ ୟୁକ୍ରେନରେ ଗୁଳିଗୋଳା ବର୍ଷଣ କମିବା ପରେ ଯାଇ ନବୀନଙ୍କ ପାର୍ଥୀବ ଶରୀର ଭାରତ ଆସିବ ବୋଲି…
୨୯ ମହିଳାଙ୍କୁ ନାରୀ ଶକ୍ତି ପୁରସ୍କାର
ନୂଆଦିଲ୍ଲୀ,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳାମାନଙ୍କୁ ସମ୍ମାନିତ କରୁଛନ୍ତି। ଉତ୍ସର୍ଗୀକୃତ ସେବା ପାଇଁ ୨୯ ମହିଳାଙ୍କୁ ନାରୀ ଶକ୍ତି ପୁରସ୍କାର ଦିଆଯାଉଛି।
ମହିଳା ଦିବସରେ ଏହି ସବୁ ସ୍ଥାନକୁ ମାଗଣାରେ କରିହେବ ପ୍ରବେଶ
ନୂଆଦିଲ୍ଲୀ,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମଙ୍ଗଳବାର ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସୀକରୀ ସମେତ ସମସ୍ତ ସ୍ମାରକୀରେ ପ୍ରବେଶ ନିଶୁଳ୍କ କରାଯାଇଛି । ଏ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।…
ଥମୁଛି ସଂକ୍ରମଣ
ନୂଆଦିଲ୍ଲୀ,୮।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୯୯୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୧୦୮ଙ୍କ ମୃତ୍ୟୁ ଘଟିଛି।…
ଆମେରିକାରେ ଥାଇ ବାପାଙ୍କ ଆତ୍ମହତ୍ୟାକୁ ରୋକିଦେଲେ
ମୁମ୍ବାଇ,୮।୩: ଜଣେ ୭୪ ବର୍ଷୀୟ ବ୍ୟକ୍ତି ମୁମ୍ବାଇର ମାତୁଙ୍ଗା ଅଞ୍ଚଳରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଆମେରିକାରେ ରହୁଥିବା ତାଙ୍କ ଝିଅ ସ୍ଥାନୀୟ ପୋଲିସକୁ ଜଣାଇ ଦେବାରୁ ଅଘଟଣକୁ ରୋକା ଯାଇପାରିଛି। ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…
‘ପାଇଲଟ୍ଙ୍କ ଯୋଗୁ ମୁଁ ଆଜି ଜୀବିତ ଅଛି’
କୋଲକାତା,୮।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିମାନ ଶୁକ୍ରବାର ବାରାଣସୀରୁ ଫେରୁଥିବା ବେଳେ ଦୁର୍ଘଟଣାରୁ ରକ୍ଷା ପାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ସେ କହିଛନ୍ତି, ହଠାତ୍ ତାଙ୍କ ବିମାନ ଆଗରେ ଆଉ ଏକ ବିମାନ ଆସିଲା, ତାଙ୍କ ବିମାନ ୮ ହଜାର ଫୁଟ…
ଗୋଆରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପାଇଁ କଂଗ୍ରେସ ରାଜି
ନୂଆଦିଲ୍ଲୀ,୮।୩: ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ୨ ଦିନ ଥିବା ବେଳେ ୩୭ ବିଧାୟକ ପ୍ରାର୍ଥୀଙ୍କ ସହିତ ପରିସ୍ଥିତିର ମୂଲ୍ୟାଙ୍କନ କରୁଛି କଂଗ୍ରେସ। ଗୋଆ କଂଗ୍ରେସ ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି, ଆମେ ଭାଜପା…
ଅନ୍ତର୍ଜାତୀୟ ମହିଳା ଦିବସରେ ମୁମ୍ବାଇ ମହିଳା ପୋଲିସକୁ ଉପହାର
ମୁମ୍ବାଇ,୮ ।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁମ୍ବାଇ ମହିଳା ପୋଲିସକୁ ଏକ ବଡ ଉପହାର ମିଳିଛି । ଏବେ ମୁମ୍ବାଇ ମହିଳା ପୋଲିସ ଦିନକୁ ୮ଘଣ୍ଟା ଡ୍ୟୁଟି କରିବେ । ଏନେଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଏକ ନିର୍ଦ୍ଦେଶ…
ସହକର୍ମୀଙ୍କୁ ଗୁଳିକରି ଯବାନଙ୍କ ଆତ୍ମହତ୍ୟା
କୋଲକାତା,୮।୩ : ପଶ୍ଚିମବଙ୍ଗର ମୁର୍ଶିଦାବାଦ ସହରରେ ଥିବା ଏକ ବିଏସ୍ଏଫ୍ କ୍ୟାମ୍ପରେ ସୋମବାର ସକାଳେ ଅଭାବନୀୟ ଘଟଣା ଘଟିଛି। ଜଣେ ବିଏସ୍ଏଫ୍ ଯବାନ ତାଙ୍କ ସହକର୍ମୀଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ଭାରତ-ବାଂଲାଦେଶ ସୀମାନ୍ତବର୍ତ୍ତୀ କାକମାରିଚର ସୀମା…
Archives


