ଜାତୀୟ

୧୪ଘଣ୍ଟା ଧରି ଚାଲିଲା ଲାଲୁଙ୍କ ଘରେ ଚଢ଼ାଉ

ନୂଆଦିଲ୍ଲୀ,୨୦।୫: ନିଯୁକ୍ତି ପାଇଁ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତି ନେଇ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଝିଅ ମିସା ଭାରତୀଙ୍କର ୧୭ଟି ସ୍ଥାନରେ ଥିବା ଘର ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)…

ପ୍ରଥମ ଥର ଯୋଗୀଙ୍କୁ ପ୍ରଶଂସା କଲେ ଅଖିଳେଶ

ଲକ୍ଷ୍ନୌ,୨୦।୫: ସମାଜବାଦିି ପାର୍ଟି(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ କମ୍ପ୍ୟୁଟର ଜ୍ଞାନକୁ ନେଇ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥାନ୍ତି। କିନ୍ତୁ ଶୁକ୍ରବାର ଅଖିଳେଶ ବିଧାନସଭାରେ ଆଶ୍ଚର୍ଯ୍ୟ ହୋଇ ଯୋଗୀଙ୍କୁ ପ୍ରଶଂସା କରିପକାଇଥିଲେ। କାରଣ ବିଧାନସଭାରେ ବର୍ତ୍ତମାନ ଇ-ବିଧାନର ବ୍ୟବସ୍ଥା କରାଯାଇଛି। ଯାହାକୁ ଦେଖି…

ଅନୁପ୍ରବେଶ ବେଳେ କୁପଓ୍ବାଡାରେ ଜଣେ ଆତଙ୍କବାଦୀ ନିହତ

କୁପଓ୍ବାଡା,୨୦।୫: ଉତ୍ତର କଶ୍ମୀରର କୁପୱାଡା ଜିଲାର ତଙ୍ଗଧାର ସେକ୍ଟରରେ ଅନୁପ୍ରବେଶ ସମୟରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରିଛନ୍ତି। ଶୁକ୍ରବାର ସକାଳେ କୁପୱାଡାରେ ବର୍ଷା ହେଉଥିବା ସମୟରେ ଆତଙ୍କବାଦୀମାନେ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସୀମାରେ ସତର୍କତାର ସହ…

ଜେଲ୍‌ରୁ ମୁକୁଳିଲେ ଇନ୍ଦ୍ରାଣୀ

ମୁମ୍ବାଇ,୨୦।୫: ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ ଶୁକ୍ରବାର ଜେଲ୍‌ରୁ ମୁକୁଳିଛନ୍ତି। ଦୀର୍ଘ ୬ବର୍ଷରୁ ଅଧିକ ଦିନ ପରେ ଶୁକ୍ରବାର ଇନ୍ଦ୍ରାଣୀ ମୁମ୍ବାଇର ବାଏକୁଲା ଜେଲ୍‌ରୁ ମୁକୁଳିଛନ୍ତି। ସୂଚନାଯୋଗ୍ୟ, ଇନ୍ଦ୍ରାଣୀ ନିଜ ଝିଅ ଶିନା ବୋରାଙ୍କ…

ବାରାଣସୀ କୋର୍ଟକୁ ଗଲା ଜ୍ଞାନବ୍ୟାପୀ ମସଜିଦ୍‌ ମାମଲା

ନୂଆଦିଲ୍ଲୀ,୨୦।୫: ସୁପ୍ରିମକୋର୍ଟରେ ଜ୍ଞାନବ୍ୟାପୀ ମସଜିଦ୍‌ ମାମଲାର ଶୁକ୍ରବାର ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ଏନେଇ ଗଣମାଧ୍ୟମଠାରୁ ଆରମ୍ଭ କରି ଦେଶବାସୀ ପର୍ଯ୍ୟନ୍ତ ସମସ୍ତଙ୍କ ନଜର କୋର୍ଟଙ୍କ ଉପରେ ରହିଥିଲା। ହେଲେ ସୁପ୍ରିମକୋର୍ଟ ଏହି ମାମଲାକୁ ବାରାଣସୀର ଜିଲା କୋର୍ଟକୁ…

କୋର୍ଟରେ ଆତ୍ମସମର୍ପଣ କଲେ ସିଦ୍ଧୁ

ଚଣ୍ଡିଗଡ଼,୨୦।୫: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ନେତା ନବଜୋତ ସିଂହ ସିଦ୍ଧୁ ପଟିଆଲା ସେଶନ କୋର୍ଟରେ ଶୁକ୍ରବାର ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଏକ ବର୍ଷ ଯାଏଁ ଜେଲ୍‌ରେ ବିତାଇବାକୁ ପଡ଼ିବ। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ୩୪ବର୍ଷ ପୁରୁଣା ରୋଡ ରେଜ୍‌…

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ

ହାଇଦ୍ରାବାଦ୍‌,୨୦।୫: ୨୦୧୯ର ବହୁ ଚର୍ଚ୍ଚିିତ ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ବି ରମନାଙ୍କ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ପୋଲିସର ଏନ୍‌କାଉଣ୍ଟର ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ସହ…

ହାଇଦ୍ରାବାଦରେ ମିଳିଲା ଦେଶର ପ୍ରଥମ ଓମିକ୍ରନ୍ ସବ ଭାରିଏଣ୍ଟ ବିଏ.୪ ସଂକ୍ରମିତ

ହାଇଦ୍ରାବାଦ,୨୦ ।୫: ଭାରତରେ କରୋନାର ନୂଆ ଭାରିଏଣ୍ଟ ମିଳିଛି । ଏହା ଓମିକ୍ରନ୍‌ର ସବ୍ ଭାରିଏଣ୍ଟ ବିଏ.୪ ର ପ୍ରଥମ ସଂକ୍ରମଣ ବୋଲି କୁହାଯାଉଛି । ଆଫ୍ରିକାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ଏହି ଭାରିଏଣ୍ଟ ଦେଖାଦେଇଛି । କୋଭିଡ-୧୯ ଜିନୋମିକ…

ମଝି ଆକାଶରେ ବନ୍ଦ ହୋଇଗଲା ଇଞ୍ଜିନ: ଜରୁରୀ ଅବତରଣ କରାଇଲେ ପାଇଲଟ

ମୁମ୍ବାଇ,୨୦।୫: ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ ଜରୁରୀ ଅବତରଣ କରିଛି। ଗୁରୁବାର ସକାଳେ ୯ଟା ୪୩ରେ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଙ୍ଗାଲୁର ପାଇଁ ଏୟାର…

ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୫: ଭାଜପାକୁ ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ଏବେ ଠାରୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏ ନେଇ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଜୟପୁରଠାରେ ଭାଜପାରର ଜାତୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,ପ୍ରକୃତ ହିତାଧିକାରୀମାନେ ଯେମିତି ସରକାରଙ୍କ କଲ୍ୟାଣକାରୀ…

ପେଗାସସ୍‌ ମାମଲା: ଜୁନ୍‌ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୫: ଆସନ୍ତା ଜୁନ୍‌ ୨୦ ତାରିଖ ସୁଦ୍ଧା ପେଗାସସ ଗୁଇନ୍ଦାଗିରି ବିବାଦର ବିସ୍ତୃତ ରିପୋର୍ଟ ଦେବାକୁ ଶୁକ୍ରବାର ସୁପ୍ରିମକୋର୍ଟ ଜଷ୍ଟିସ ରବିନ୍ଦ୍ରନ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚାଯୋଗ୍ୟ, ଏହି ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିଜ ପକ୍ଷରୁ ଏକ ଟେକ୍‌ନିକାଲ କମିଟି…

‘ଆକବରଙ୍କ ଭଳି ମହାନ ପ୍ରଧାନମନ୍ତ୍ରୀ ମୋଦି’

ଭୋପାଳ,୨୦।୫: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟ୍‌ର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋଗଲ ଶାସକ ଆକବରଙ୍କ ସହ ତୁଳନା କରଛନ୍ତି। ମୋଦି ଆକବରଙ୍କ ଭଳି ମହାନ ବୋଲି ମଧ୍ୟପ୍ରଦେଶର ପଞ୍ଚାୟତିରାଜ ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଦିଆ କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?