ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଗୃହ ବିଭାଗ
ଚଣ୍ଡିଗଡ଼/ନୂଆଦିଲ୍ଲୀ,୩୦।୧୨: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବା ପାଇଁ ମଙ୍ଗଳବାର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଥିଲେ। ହେଲେ ଏହି ବିସ୍ତାର ପରେ ଭାଜପାରେ ବିବାଦ ବଢ଼ିଛି। କାରଣ ଦୁଇ ନୂଆ ମନ୍ତ୍ରୀ କମଲ ଗୁପ୍ତା (ଭାଜପା)...
ଗିରଫ ହେଲେ କାଳିଚରଣ
ରାୟପୁର,୩୦ ।୧୨: ମହାତ୍ମା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣି ଦେଇଥିବା କାଳିଚରଣ ମହାରାଜଙ୍କୁ ଶେଷରେ ପୋଲିସ ଗିରଫ କରିଛି । ରାୟପୁର ପୋଲିସ ତାଙ୍କୁ ମଧ୍ୟପ୍ରଦେଶର ଖୁଜରାହୋରୁ ଗିରଫ କରିଛି । କାଳିଚରଣଙ୍କ ବିରୋଧରେ ଛତିଶଗଡ଼ଠାରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ମାମଲା...
ଟଙ୍କା ମାଗିବାକୁ କୋର୍ଟ ପହଞ୍ଚିଲେ ପିୟୁଷ: ୫୨ କୋଟି ଟ୍ୟାକ୍ସ ପେନାଲ୍ଟି କାଟି ଅବଶିଷ୍ଟ ଫେରାଇ ଦେବାକୁ କଲେ ଅନୁରୋଧ
କାନପୁର,୩୦ ।୧୨: ଶହ ଶହ କୋଟି ଟଙ୍କା କଳାଧନ ଠୁଳ କରିଥିବା ମାମଲାରେ ଗିରଫ ହୋଇଥିବା ଉତ୍ତରପ୍ରଦେଶ କାନପୁରର ବ୍ୟବସାୟୀ ପିୟୁଷ ଜୈନ ଏବେ ଟଙ୍କା ମାଗିବାକୁ କୋର୍ଟରେ ପହଞ୍ଚିଛନ୍ତି । ସେ କହିଛନ୍ତି ମୋ ଉପରେ ଟ୍ୟାକ୍ସ ଚୋରି...
ଖୁସି ଖବର: ଟିକା ନେଇଥିବା ଲୋକଙ୍କୁ ଓମିକ୍ରନ୍ ଆଶଙ୍କା କମ୍
ନୂଆଦିଲ୍ଲୀ,୩୦ ।୧୨: ସାରା ବିଶ୍ୱରେ ଏବେ ତାଣ୍ଡବ ରଚିଲାଣି କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଏହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) ଏକ ଆଶ୍ୱସ୍ତିକର ଖବର ଦେଇଛି ।...
ବଦଳିଲା ଝାନ୍ସି ରେଲୱେ ଷ୍ଟେଶନର ନାମ
ଲକ୍ଷ୍ନୌ,୩୦ ।୧୨: ବଦଳିଯାଇଛି ଉତ୍ତର ପ୍ରଦେଶ ଝାନ୍ସି ରେଲୱେ ଷ୍ଟେଶନର ନାମ । ଏବେ ଏହାର ନାମ ପରିବର୍ତ୍ତନ କରାଯାଇ ବୀରଙ୍ଗନା ଲକ୍ଷ୍ମୀବାଇ କରାଯାଇଛି । ବୁଧବାର ଉତ୍ତର ପ୍ରଦେଶ ସରକାର ଏହାକୁ ନେଇ ଏକ ଅଧିସୂଚନା ଜାରି କରିଛନ୍ତି...
ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୩ ଆତଙ୍କବାଦୀ ନିହତ
ଶ୍ରୀନଗର,୩୦ ।୧୨: ଜମ୍ମୁ-କଶ୍ମୀରର କୁଲଗାମରେ ବୁଧବାର ବିଳମ୍ବିତ ରାତିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ସଂଘର୍ଷରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ପୋଲିସ କର୍ମୀ ବି ଆହତ ହୋଇଛନ୍ତି ।...
୮ ଜଣଙ୍କ ବିରୋଧରେ ଆଣିଥିଲେ ମିଛ ବଳାତ୍କାର ଅଭିଯୋଗ
ଗୁରୁଗ୍ରାମ,୩୦।୧୨: ଲୋକଙ୍କ ନାମରେ ମିଛ ବଳାତ୍କାର ଅଭିଯୋଗ କରିବା ପାଇଁ ଗୁରୁଗ୍ରାମର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତା କଲେଜ ଛାତ୍ରୀ ପୋଲିସ ଆଗରେ ୮ ଜଣଙ୍କ ବିରୋଧରେ ମିଛ ବଳାତ୍କାର ଅଭିଯୋଗ କରିଥିବା ସ୍ବୀକାର କରିଛନ୍ତି।...
ଭାଜପାକୁ ଏକ କୋଟି ଭୋଟ ମିଳିିଲେ ୭୦ ଟଙ୍କାରେ ମଦ ମିଳିବ
ବିଜୟଓ୍ବାଡା,୩୦।୧୨: ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଭାଜପାକୁ ଆନ୍ଧ୍ରପ୍ରଦେଶରେ ୧ କୋଟି ଭୋଟ ମିଳିଲେ ରାଜ୍ୟବାସୀଙ୍କୁ ୭୦ ଟଙ୍କାରେ ମଦ ଯୋଗାଉ ଦେବୁ। ରାଜ୍ୟବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟର ଭାଜପା ସଭାପତି ସୋମୁ ବୀରରାଜୁ। “ରାଜ୍ୟରେ ଚଢ଼ା ଦରରେ...
କଲେଜରେ ପଶି ଶିକାର କଲା ଚିତାବାଘ
କୋଏମ୍ବାଟର,୨୯।୧୨: କୋଏମ୍ବାଟରର ଏକ କଲେଜରେ କ୍ଲାସ ସମୟରେ କ୍ୟାମ୍ପସ ଭିତରକୁ ପଶି ଆସିଥିଲା ଏକ ଚିତାବାଘ। କ୍ୟାମ୍ପସରେ ଏକ ବୁଲା କୁକୁରକୁ ଶିକାର କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଭାଗ୍ୟବଶତଃ କଲେଜ ଛୁଟି ଥିବାରୁ ଆଖପାଖରେ କେହି ନ...
ଚୋର ସନ୍ଦେହରେ ଦଳିତ ନାବାଳିକାଙ୍କୁ ନିର୍ଯାତନା
ଲକ୍ଷ୍ନୌ,୨୯।୧୨: କିଛି ବ୍ୟକ୍ତି ନିର୍ଦୟ ଭାବେ ଦଳିତ ନାବାଳିକାଙ୍କୁ ନିର୍ଯାତନା ଦେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଉତ୍ତରପ୍ରଦେଶର ଆମେଠି ଅଞ୍ଚଳର ଜଣାପଡ଼ିବା ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭିଡିଓରେ...
ରେଷ୍ଟୁରାଣ୍ଟରେ ପିଆଜ ମାଗିବା ପଡ଼ିଲା ମହଙ୍ଗା; ମାଡ଼ ମାରି ଲହୁଲୁହାଣ କଲେ ରେଷ୍ଟୁରାଣ୍ଟ କର୍ମଚାରୀ
କୋଲକାତା,୨୯।୧୨: ପିଆଜ ମାଗିଲେ ବୋଲି ରେଷ୍ଟୁରାଣ୍ଟର କର୍ମଚାରୀ ଜଣେ ଯୁବକଙ୍କୁ ଲହୁଲୁହାଣ କରିଛନ୍ତି। ଏହି ମାମଲାରେ ଉକ୍ତ ରେଷ୍ଟୁରାଣ୍ଟର ମ୍ୟାନେଜରଙ୍କୁ ଗିରଫ କରିନିଆଯାଇଛି। ଘଟଣାଟି କୋଲକାତାର ହାତିବାଗାନ ଅଞ୍ଚଳର। ଦୁଇଜଣ ଯୁବକଙ୍କୁ କଥିତ ଭାବେ ପିଟିବାକୁ ନେଇ ଅଭିଯୋଗ ହେବା...
ଆଜୀବନ ଜେଲଦଣ୍ଡ ପାଇବା ପରେ ଏମିତି କାଣ୍ଡ ଘଟାଇଲେ ବଳାତ୍କାରୀ
ସୁରଟ,୨୯।୧୨: ୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨୭ ବର୍ଷୀୟ ବ୍ୟକ୍ତିଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ ସୁରାଟର ଏକ କୋର୍ଟ। ଦଣ୍ଡାଦେଶ ଶୁଣାଇବା ପରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ପି...
Archives


