Posted inଜାତୀୟ

ରେଷ୍ଟୁରାଣ୍ଟରେ ପିଆଜ ମାଗିବା ପଡ଼ିଲା ମହଙ୍ଗା; ମାଡ଼ ମାରି ଲହୁଲୁହାଣ କଲେ ରେଷ୍ଟୁରାଣ୍ଟ କର୍ମଚାରୀ

କୋଲକାତା,୨୯।୧୨: ପିଆଜ ମାଗିଲେ ବୋଲି ରେଷ୍ଟୁରାଣ୍ଟର କର୍ମଚାରୀ ଜଣେ ଯୁବକଙ୍କୁ ଲହୁଲୁହାଣ କରିଛନ୍ତି। ଏହି ମାମଲାରେ ଉକ୍ତ ରେଷ୍ଟୁରାଣ୍ଟର ମ୍ୟାନେଜରଙ୍କୁ ଗିରଫ କରିନିଆଯାଇଛି। ଘଟଣାଟି କୋଲକାତାର ହାତିବାଗାନ ଅଞ୍ଚଳର। ଦୁଇଜଣ ଯୁବକଙ୍କୁ କଥିତ ଭାବେ ପିଟିବାକୁ ନେଇ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅପରପକ୍ଷେ ରେଷ୍ଟୁରାଣ୍ଟ ପକ୍ଷରୁ ସମସ୍ତ ଅଭିଯୋଗ ମିଥ୍ୟା ବୋଲି ଯୁକ୍ତି କରାଯାଉଛି।

ମଦ ପିଇବାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିବା ପୋଲିସ କହୁଥିବା ବେଳେ ହୋଟେଲ କର୍ମଚାରୀମାନେ କହିଛନ୍ତି, ୪ଜଣ ଯୁବକ ରାତି ୧୧ଟାରେ ହୋଟେଲରେ ଖାଇବା ଲାଗି ଆସିଥିଲେ। ସେମାନେ ଖାଦ୍ୟ ଅର୍ଡର ମଧ୍ୟ କରିଥିଲେ। ଏହି ସମୟରେ ସେମାନେ ପ୍ଲାଷ୍ଟିକ ବୋତଲରେ ମଦ ଆଣିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ରେଷ୍ଟୁରାଣ୍ଟ କର୍ମଚାରୀ ରୋକିଥିଲେ। ଫଳରେ ସେମାନେ ଆକ୍ରାମକ ହୋଇଯାଇଥିଲେ।

ଯୁବକଙ୍କ ଭଉଣୀ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ଲେଖି କହିଛନ୍ତି, ଡିସେମ୍ବର ୨୬ ବିଳମ୍ବିତ ରାତିରେ ମୋ ଭାଇ ନନ୍ଦ ଦେଶାଇ(୨୩) ନିଜ ବନ୍ଧୁମାନଙ୍କ ସହ ରେଷ୍ଟୁରାଣ୍ଟ ଯାଇଥିଲେ। ସେଠାରେ ମୋ’ ଭାଇ ଖାଦ୍ୟ ଅର୍ଡର କରିଥିଲେ। ହେଲେ ସେଠାକାର କର୍ମଚାରୀ ଖାଇବା ପରସିବା ପୂର୍ବରୁ ଟଙ୍କା ଜମା କରିବାକୁ କହିଥିଲେ। ମୋ ଭାଇ ପିଆଜ ମାଗିଥିଲେ। ଏହାକୁ ଓ୍ବେଟର ଅଗ୍ରାହ୍ୟ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ସମ୍ୟକ ବିବାଦ ଦେଖାଦେଇଥିଲା। ସେତେବେଳେ ସେଠାରେ ୧୫ କର୍ମଚାରୀ ଥିଲେ। ସେଥିମଧ୍ୟରୁ ଜଣେ କର୍ମଚାରୀ ହଠାତ ମୋ ଭାଇଙ୍କ ମୁଣ୍ଡକୁ ଛୁରୀ ଏବଂ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ପରେ ତାଙ୍କ ବନ୍ଧୁ ନବନୀତ୍‌ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଯେତେବେଳେ ସେମାନେ ବେହୋସ ହୋଇଯାଇଥିଲେ ସେତେବେଳେ ରେଷ୍ଟୁରାଣ୍ଟ ବାହାରେ ସେମାନଙ୍କୁ ଫିଙ୍ଗି ଦିଆଯାଇଥିଲା। ସେମାନେ ସେଠାର ଶର୍ଟର ପକାଇଦେଇଥିଲେ। ଆମକୁ ନ୍ୟାୟ ଦିଅନ୍ତୁ। ପୋଲିସକୁ ଖବର ନ ଦେଇ ଏଭଳି ଆକ୍ରମଣକୁ ସେ ନିନ୍ଦା କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ସେମାନେ ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri