ଜାତୀୟ

୫ ଜଣଙ୍କୁ ଚାପିଦେଲା ଟ୍ରେନ୍‌, ଖଣ୍ଡଖଣ୍ଡ ହୋଇଗଲା ଶରୀର

ଲକ୍ଷ୍ନୌ,୫ା୧୧: ଉତ୍ତରପ୍ରଦେଶର ମିର୍ଜାପୁର ଜିଲାରେ ବୁଧବାର ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଚୁନାର ରେଳ ଷ୍ଟେଶନରେ ପ୍ରାୟ ୫ ଜଣ ଲୋକ ଟ୍ରେନ୍‌ରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।…

ଅଷ୍ଟମ ବେତନ କମିଶନ: ଦରମା ବଢ଼ିବ, କିନ୍ତୁ DA ହୋଇଯିବ ଶୂନ?

ନୂଆଦିଲ୍ଲୀ,୫।୧୧:ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ସମ୍ପ୍ରତି 8ମ ବେତନ କମିଶନ ପାଇଁ ସର୍ତ୍ତାବଳୀ (ToR)କୁ ମଞ୍ଜୁର କରିଛନ୍ତି। ଏହାର ଅର୍ଥ ହେଉଛି ଆଗାମୀ ମାସଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ବେତନ ଏବଂ…

ହ୍ବାଇଟ ହାଉସ କଲା ବଡ଼ ଖୁଲାସା: ମୋଦି-ଟ୍ରମ୍ପଙ୍କ ମଧ୍ୟରେ…

ନୂଆଦିଲ୍ଲୀ,୫।୧୧: ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ପୁଣି ଥରେ ମଜବୁତ ହେଉଥିବା ପରି ମନେ ହେଉଛି। ମଙ୍ଗଳବାର ହ୍ବାଇଟ ହାଉସ କହିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କଥାବାର୍ତ୍ତା କରୁଛନ୍ତି,…

୧ ପ୍ରତିଶତ ଧନୀ ଭାରତୀୟଙ୍କ ସମ୍ପତ୍ତି ୬୨% ବଢ଼ିଛି

ନୂଆଦିଲ୍ଲୀ,୫ା୧୧(ପି.ଟି.):ସାରା ବିଶ୍ୱରେ ଆର୍ଥିକ ଅସମାନତା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଧନୀ ଓ ଗରିବଙ୍କ ମଧ୍ୟରେ ଉକ୍ତ ତାରତମ୍ୟ ଏପରି ବଢ଼ିଯାଇଛି ଯେ, ଏହା ଗଣତାନ୍ତ୍ରିକ ସ୍ଥିରତା, ଆର୍ଥିକ ଆଘାତ ପ୍ରତିରୋଧ ସାମର୍ଥ୍ୟ ଏବଂ ଜଳବାୟୁ ସହଯୋଗ ପ୍ରତି ବିପଦ ସୃଷ୍ଟି…

ବିହାର ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ

ପାଟନା,୫ା୧୧: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨୧ଟି ଆସନରେ ଭୋଟ ଗ୍ରହଣ ହେବାକୁ ଯାଉଛି। ପ୍ରଚାରର ଅନ୍ତିମ ଦିନରେ ଉଭୟ ଏନ୍‌ଡିଏ ଏବଂ…

ଟ୍ରେନ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ, କେମିତି ହେଲା ଦୁର୍ଘଟଣା, କାରଣ କହିଲା ରେଲଓ୍ବେ

ବିଳାସପୁର, ୫।୧୧: ମଙ୍ଗଳବାର ଛତିଶଗଡ଼ର ବିଳାସପୁର ଜିଲାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ସେହିପରି ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି। ୨୦ ଜଣ ଆହତଙ୍କ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା…

ପୁରୁଷ ଦ୍ୱିତୀୟ ବିବାହ ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କ ସ୍ୱୀକୃତି ଜରୁରୀ: ହାଇକୋର୍ଟ

କୋଚି,୪।୧୧: ମୁସଲମାନ ପୁରୁଷଙ୍କ ଦ୍ୱିତୀୟ ବିବାହକୁ କେରଳ ବିବାହ ପଞ୍ଜୀକରଣ (ସାଧାରଣ) ନିୟମ, ୨୦୦୮ ଅନୁଯାୟୀ ପଞ୍ଜୀକରଣ କରିବା ପୂର୍ବରୁ, ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଶୁଣିବାର ସୁଯୋଗ ଦିଆଯିବା ଜରୁରୀ ବୋଲି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଜଷ୍ଟିସ୍…

ଗର୍ଭବତୀ ନାବାଳିକା ପ୍ରେମିକାକୁ କୁରାଢ଼ିରେ ହାଣି ହତ୍ୟା କଲା ପ୍ରେମିକ

ଗୁମଲା,୪।୧୧: ଝାଡ଼ଖଣ୍ଡର ଗୁମଲା ଜିଲାର ଏକ ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ଯୁବକ କୁରାଢ଼ୀରେ ଆକ୍ରମଣ କରି ନିଜର ଗର୍ଭବତୀ ନାବାଳିକା ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ମଙ୍ଗଳବାର ଦିନ ଘଟିଥିବା ପୋଲିସ…

କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ପ୍ରଧାନ ବିଚାରପତି, କଡ଼ା ଭାଷାରେ ଶୁଣାଇଲେ

ନୂଆଦିଲ୍ଲୀ,୪।୧୧: ଟ୍ରିବ୍ୟୁନାଲ୍ ରିଫର୍ମସ (ଯୁକ୍ତିଯୁକ୍ତକରଣ ଏବଂ ସେବା ସର୍ତ୍ତାବଳୀ) ଅଧିନିୟମ, ୨୦୨୧ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ଏକ ବଡ଼ ଖଣ୍ଡପୀଠ (five-judge bench)କୁ ପଠାଇବା ପାଇଁ କେନ୍ଦ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇଛନ୍ତି। ପ୍ରଧାନ ବିଚାରପତି…

ଆଧାର ଆଡ୍ରେସ୍ ଅପଡେଟ୍ ହେଲା ସହଜ, ଏସବୁ ପରିବର୍ତ୍ତନ ପାଇଁ ଲାଗୁ ହେବ ଫି

ନୂଆଦିଲ୍ଲୀ,୪।୧୧: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଆଧାର କାର୍ଡଧାରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ଏଣିକି ଅନଲାଇନ୍ ପୋର୍ଟାଲ୍‌ରେ ଠିକଣା ପରିବର୍ତ୍ତନ ପ୍ରକ୍ରିୟାକୁ ଅତ୍ୟନ୍ତ ସହଜ କରାଯାଇଛି, ଯାହା ଦେଶରେ ଡିଜିଟାଲ୍ ବ୍ୟବହାରକୁ ତ୍ୱରାନ୍ୱିତ କରିବ। ଅନଲାଇନ୍‌ରେ…

ପ୍ରସିଦ୍ଧ ଶିଳ୍ପପତି ଗୋପୀଚନ୍ଦ ହିନ୍ଦୁଜାଙ୍କ ପରଲୋକ

ନୂଆଦିଲ୍ଲୀ,୪।୧୧: ବିଶ୍ୱର ଏକ ଜଣାଶୁଣା ବ୍ୟବସାୟିକ ସଂସ୍ଥା ମଧ୍ୟରୁ ଗୋଟିଏ ହିନ୍ଦୁଜା ଗ୍ରୁପ ( Hinduja Group)ର ଅଧ୍ୟକ୍ଷ ଏବଂ ପ୍ରସିଦ୍ଧ ଶିଳ୍ପପତି ଗୋପୀଚନ୍ଦ ପି. ହିନ୍ଦୁଜା  (GP Hinduja) ଙ୍କର ଲଣ୍ଡନରେ ପରଲୋକ ହୋଇଛି  ।  ୮୫ ବର୍ଷୀୟ ଗୋପୀଚାନ୍ଦ…

ଛାତ୍ରୀଙ୍କଠାରୁ ପାଦ ମାଲିସ୍ ନେଉଥିଲେ ଶିକ୍ଷୟିତ୍ରୀ, ପାନେ ଦେଲେ ସରକାର

ଅନ୍ଧ୍ରପ୍ରଦେଶ,୪।୧୧: ଅନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲାର ଏକ ଆଶ୍ରମ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ବିଦ୍ୟାଳୟ ସମୟରେ ଛାତ୍ରୀମାନଙ୍କ ଠାରୁ ପାଦ ମାଲିସ୍ ନେଉଥିବାର ଏକ ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri