Posted inଜାତୀୟ

ଆଧାର ଆଡ୍ରେସ୍ ଅପଡେଟ୍ ହେଲା ସହଜ, ଏସବୁ ପରିବର୍ତ୍ତନ ପାଇଁ ଲାଗୁ ହେବ ଫି

ନୂଆଦିଲ୍ଲୀ,୪।୧୧: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଆଧାର କାର୍ଡଧାରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ଏଣିକି ଅନଲାଇନ୍ ପୋର୍ଟାଲ୍‌ରେ ଠିକଣା ପରିବର୍ତ୍ତନ ପ୍ରକ୍ରିୟାକୁ ଅତ୍ୟନ୍ତ ସହଜ କରାଯାଇଛି, ଯାହା ଦେଶରେ ଡିଜିଟାଲ୍ ବ୍ୟବହାରକୁ ତ୍ୱରାନ୍ୱିତ କରିବ।

ଅନଲାଇନ୍‌ରେ ଆଧାର ଠିକଣା ଅପଡେଟ୍ ସେବା ଜୁଲାଇ ୧୪, ୨୦୨୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ରହିବ। ଠିକଣା ବ୍ୟତୀତ ନାମ, ଜନ୍ମ ତାରିଖ, ମୋବାଇଲ୍ ନମ୍ବର ଏବଂ ବାୟୋମେଟ୍ରିକ୍ସ (ଆଙ୍ଗୁଠି ଚିହ୍ନ, ଆଖିର ସ୍କାନ୍, ମୁହଁର ଫଟୋ) ଆଦି ଜନସାଂଖ୍ୟିକ ତଥ୍ୟରେ ପରିବର୍ତ୍ତନ ପାଇଁ ନିକଟସ୍ଥ ଆଧାର ସେବା କେନ୍ଦ୍ରକୁ ଯିବାକୁ ପଡ଼ିବ।

UIDAI ଏହି ଅନ୍ୟାନ୍ୟ ଜନସାଂଖ୍ୟିକ ତଥ୍ୟ ଓ ବାୟୋମେଟ୍ରିକ୍ସ ପରିବର୍ତ୍ତନ ପାଇଁ ଏକ ନୂତନ ଫି’ ଧାର୍ଯ୍ୟ କରିଛି। ଏହାର ଦର ₹ ୭୫ରୁ ₹ ୧୨୫ ମଧ୍ୟରେ ରହିଛି, ଯାହା ଆଧାର ସେବା କେନ୍ଦ୍ରରେ ଅପଡେଟ୍ କରାଯାଇପାରିବ।

ଅନଲାଇନ୍‌ରେ ଠିକଣା ଅପଡେଟ୍ ପାଇଁ ଏପରି କରନ୍ତୁ
ଠିକଣା ପରିବର୍ତ୍ତନ କରିବା ପାଇଁ ଆଧାର କାର୍ଡଧାରୀମାନେ ନିମ୍ନଲିଖିତ ପଦ୍ଧତି ଅନୁସରଣ କରିପାରିବେ:

UIDAIର ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ।

“Document Update” (ଡକ୍ୟୁମେଣ୍ଟ୍ ଅପଡେଟ୍) ସେକ୍ସନ୍‌ରେ କ୍ଲିକ୍ କରନ୍ତୁ।

“Submit” (ଜମା କରନ୍ତୁ) ଉପରେ କ୍ଲିକ୍ କରି ଆଧାର ନମ୍ବର ଦାଖଲ କରନ୍ତୁ।

ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଆସିଥିବା OTP ଦ୍ୱାରା ଯାଞ୍ଚ (verification) କରନ୍ତୁ।

“Address Update” (ଠିକଣା ଅପଡେଟ୍) ଉପରେ କ୍ଲିକ୍ କରି ନିଜ ଡକ୍ୟୁମେଣ୍ଟ୍ କିମ୍ବା ପରିବାର ମୁଖ୍ୟଙ୍କ ଆଧାର ସହାୟତାରେ ଅପଡେଟ୍ କରିବାକୁ ବାଛନ୍ତୁ।

ଆବଶ୍ୟକୀୟ ବିବରଣୀ ଏବଂ ସମର୍ଥନକାରୀ ଦସ୍ତାବିଜ୍ (supporting document) ଅପଲୋଡ୍ କରନ୍ତୁ।

ଭବିଷ୍ୟତ ଆବଶ୍ୟକତା ପାଇଁ ରସିଦ୍‌ (acknowledgment receipt) ସେଭ୍ କରନ୍ତୁ।

ରସିଦ୍‌ରେ ଥିବା ୧୪-ଅଙ୍କ ବିଶିଷ୍ଟ ଅପଡେଟ୍ ଅନୁରୋଧ ନମ୍ବର (URN) ବ୍ୟବହାର କରି ଅନଲାଇନ୍‌ରେ ଠିକଣା ଅପଡେଟ୍ ସ୍ଥିତି(ଷ୍ଟାଟସ) ଯାଞ୍ଚ କରାଯାଇପାରିବ।

UIDAI ଅନୁଯାୟୀ, ଆଧାର ଠିକଣା ଅପଡେଟ୍ ହେବାକୁ ବୈଧ ଦସ୍ତାବିଜ୍ ଦାଖଲର ତାରିଖରୁ ୯୦ ଦିନ ପର୍ଯ୍ୟନ୍ତ ସମୟ ଲାଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର: ପଗଡ଼ି ପିନ୍ଧାଇଦେଲେ ଅମିତ ଶାହା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ସମ୍ମାନିତ କରିଛନ୍ତି। ଲୋକମାନ୍ୟ ତିଲକ ସ୍ମାରକୀ ଟ୍ରଷ୍ଟ ଦ୍ୱାରା…

‘ଯଦି ଇଥାନଲ ନଥାନ୍ତା, ତେବେ ପେଟ୍ରୋଲ ଲିଟର ପିଛା ୧୨୫ ଟଙ୍କାରେ ବିକ୍ରି ହେଉଥାନ୍ତା’: E-20 ଇନ୍ଧନକୁ ନେଇ ସଂସଦରେ ସରକାରଙ୍କ ଦାବି

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ସଂସଦରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପଦକ୍ଷେପ ନିଆଯାଇ…

ହଠାତ ସ୍ଥଗିତ ରହିଲା ଟାଟା ଇନଷ୍ଟିଚ୍ୟୁଟରେ ଥିବା ସମାବର୍ତ୍ତନ ଉତ୍ସବ; ମୁଖ୍ୟ ବିଚାରପତି ଥିଲେ ମୁଖ୍ୟ ଅତିଥି, ଜାଣନ୍ତୁ ଏହାର କାରଣ

ମୁମ୍ବାଇ,୧।୮: ମୁମ୍ବାଇର ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ବା ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍‌ (TISS) ଅଗଷ୍ଟ ୨ରେ ହେବାକୁ ଥିବା ୮୬ତମ ସମାବର୍ତ୍ତନ ଉତ୍ସବକୁ…

ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ; ରାଷ୍ଟ୍ରପତି ଦେଲେ ଅନୁମୋଦନ

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକୁ ପେପର ଲିକ, ଠକେଇ ଏବଂ ଅନ୍ୟାନ୍ୟ ଅନିୟମିତତା ମୁକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ସାର୍ବଜନୀନ…

କୁଲଗାମ ଆତଙ୍କବାଦୀ ଆକ୍ରମଣ: ପ୍ରଥମେ ନାମ ପଚାରିଲେ, ତା’ପରେ ଦୁଇ ହିନ୍ଦୁଙ୍କୁ ଗୁଳି କଲେ!

ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର କୁଲଗାମରେ ଅଣ-ସ୍ଥାନୀୟ ଶ୍ରମିକମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଛତିଶଗଡ଼ର ଦୁଇଜଣ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri