ନୂଆଦିଲ୍ଲୀ,୪।୧୧: ବିଶ୍ୱର ଏକ ଜଣାଶୁଣା ବ୍ୟବସାୟିକ ସଂସ୍ଥା ମଧ୍ୟରୁ ଗୋଟିଏ ହିନ୍ଦୁଜା ଗ୍ରୁପ ( Hinduja Group)ର ଅଧ୍ୟକ୍ଷ ଏବଂ ପ୍ରସିଦ୍ଧ ଶିଳ୍ପପତି ଗୋପୀଚନ୍ଦ ପି. ହିନ୍ଦୁଜା (GP Hinduja) ଙ୍କର ଲଣ୍ଡନରେ ପରଲୋକ ହୋଇଛି । ୮୫ ବର୍ଷୀୟ ଗୋପୀଚାନ୍ଦ ହିନ୍ଦୁଜା ଗତ କିଛି ସପ୍ତାହ ଧରି ଅସୁସ୍ଥ ଥିଲେ ଏବଂ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
“ଜିପି ହିନ୍ଦୁଜା” ଭାବରେ ଜଣାଶୁଣା ଗୋପୀଚାନ୍ଦ ହିନ୍ଦୁଜା ହିନ୍ଦୁଜା ଗ୍ରୁପକୁ ଏକ ବିଶ୍ୱ ସାମ୍ରାଜ୍ୟରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବଡ଼ ଭାଇ ଶ୍ରୀଚନ୍ଦ ହିନ୍ଦୁଜାଙ୍କ ସହିତ ମିଶି ସେ ଗ୍ରୁପର ବ୍ୟବସାୟକୁ ଅଟୋମୋବାଇଲ୍, ବ୍ୟାଙ୍କିଂ, ଶକ୍ତି, ଆଇଟି, ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ସମେତ ବିଭିନ୍ନ କ୍ଷେତ୍ରରେ ବିସ୍ତାର କରିଥିଲେ ।


