Posted inଜାତୀୟ

୧ ପ୍ରତିଶତ ଧନୀ ଭାରତୀୟଙ୍କ ସମ୍ପତ୍ତି ୬୨% ବଢ଼ିଛି

ନୂଆଦିଲ୍ଲୀ,୫ା୧୧(ପି.ଟି.):ସାରା ବିଶ୍ୱରେ ଆର୍ଥିକ ଅସମାନତା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଧନୀ ଓ ଗରିବଙ୍କ ମଧ୍ୟରେ ଉକ୍ତ ତାରତମ୍ୟ ଏପରି ବଢ଼ିଯାଇଛି ଯେ, ଏହା ଗଣତାନ୍ତ୍ରିକ ସ୍ଥିରତା, ଆର୍ଥିକ ଆଘାତ ପ୍ରତିରୋଧ ସାମର୍ଥ୍ୟ ଏବଂ ଜଳବାୟୁ ସହଯୋଗ ପ୍ରତି ବିପଦ ସୃଷ୍ଟି କରିଛି। ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଦେଶରେ ସର୍ବାଧିକ ଧନ ଥିବା ୧% ବ୍ୟକ୍ତିଙ୍କ ସମ୍ପତ୍ତି ୨ ଦଶନ୍ଧି ମଧ୍ୟରେ ୬୨% ବୃଦ୍ଧି ପାଇଛି। ନୋବେଲ ପୁରସ୍କାର ବିଜେତା ଜୋସେଫ୍‌ ଷ୍ଟିଗ୍ଲିଟ୍‌ଜଙ୍କ ଦ୍ୱାରା ପ୍ରସ୍ତୁତ ତଥା ଜି-୨୦ ସମର୍ଥତ୍ତ ଏକ ସଦ୍ୟ ରିପୋର୍ଟରେ ଏହା ପ୍ରକାଶ ପାଇଛି।
୨୦୨୪ ଡିସେମ୍ବର ୧ରୁ ୨୦୨୫ ନଭେମ୍ବର ୩୦ ପର୍ଯ୍ୟନ୍ତ ଜି୨୦ରେ ଅଧ୍ୟକ୍ଷତା କରୁଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରସ୍ତୁତ ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ସାରା ବିଶ୍ୱରେ ୧% ସର୍ବାଧିକ ଧନୀଙ୍କ ସମ୍ପତ୍ତି ୪୧% ବଢ଼ିଛି। ଏହି ଅବଧି ମଧ୍ୟରେ ଅଧା ଗରିବଙ୍କ ସମ୍ପତ୍ତି ମାତ୍ର ୧%ରେ ସୀମିତ ରହିଛି। ରିପୋର୍ଟରେ ଏହାକୁ ବୈଶ୍ୱିକ ଜରୁରୀ ସ୍ଥିତି ବୋଲି ଅଭିହିତ କରାଯାଇଛି। ଭାରତ ଓ ଚାଇନା ଭଳି ଦେଶରେ ଏଭଳି ବ୍ୟବଧାନ ବଢ଼ିଥିବାବେଳେ ଅଧିକାଂଶ ରାଷ୍ଟ୍ରରେ ଅର୍ଥିକ ଅସମାନତା ବ୍ୟାପକ ହୋଇଛି। ବିଶ୍ୱର ପ୍ରାୟ ଅର୍ଦ୍ଧାଧିକ ଦେଶରେ ୧ ପ୍ରତିଶତ ସବୁଠୁ ଧନୀ ଅଧିକରୁ ଅଧିକ ସମ୍ପତ୍ତି ଠୁଳ କରିବାରେ ଲାଗିଛନ୍ତି। ଏହି ଦେଶଗୁଡ଼ିକର ଜନସଂଖ୍ୟା ବିଶ୍ୱର ୭୪%। ଭାରତରେ ଶୀର୍ଷ ୧ ପ୍ରତିଶତଙ୍କ ସମ୍ପତ୍ତିର ସାନ୍ଧ୍ରତା ଚାଇନାର ୫୪ ପ୍ରତିଶତଠାରୁ ଅଧିକ ରହିଛି ବୋଲି ଜୟତି ଘୋଷ, ଓ୍ବିନ୍ନିଏ ବ୍ୟାନ୍‌ୟିମା ଓ ଇମ୍ରାନ୍‌ ଭଲୋଡିଆ ସାମିଲ ଥିବା ବିଶେଷଜ୍ଞ କମିଟି ଦର୍ଶାଇଛି। ଅତ୍ୟଧିକ ଅସମାନତା ଦୂର ପାଇଁ ଏକ ଅନ୍ତର୍ଜାତୀୟ କମିଟି ଗଠକ କରାଯିବା ଉଚିତ ବୋଲି ଏଥିରେ ସୁପାରିସ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବଡ଼ ନିଷ୍ପତ୍ତି: ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ପରିବର୍ତ୍ତେ ଗସ୍ତ କରିବେ ଏହି ଦେଶ

ଢାକା,୨୧।୬: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ମାଲେସିଆ ଏବଂ ଚାଇନାକୁ ବାଛିଛନ୍ତି। ଏହି ନିଷ୍ପତ୍ତିକୁ ତାଙ୍କର ନୂତନ ବୈଦେଶିକ ନୀତି…

ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ…

ଇରାନର ସର୍ତ୍ତ ପୂରଣ ହେଲେ ହର୍ମୁଜ ପ୍ରଣାଳୀରୁ ବାହାରିବ ଜହାଜ, ନୂଆ ସର୍ତ୍ତକୁ ନେଇ ଚିନ୍ତାରେ ପଡିଲାଣି ସାରା ବିଶ୍ୱ

ତେହରାନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତିନାମା ପରେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀକୁ ବାଣିଜ୍ୟିକ ଜାହାଜ ପାଇଁ ପୁନଃ…

International Yoga Day: ୩୫୦୦୦ ଲୋକଙ୍କ ସହ ଯୋଗ କଲେ ମୋଦି, କୋଲକାତାରେ ଭବ୍ୟ ଆୟୋଜନ

କୋଲକାତା,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ରେଡ ରୋଡରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ…

ରକ୍ଷକ ପାଲଟିବେ ଲୁଟେରା! ପ୍ରଥମେ କହିଥିଲେ ହର୍ମୁଜ ପ୍ରଣାଳୀ ମୁକ୍ତ ରହିବ, ଏବେ ଟ୍ରମ୍ପ କହୁଛନ୍ତି…

ଓ୍ବାଶିଂଟନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଚାଲିଛି, କିନ୍ତୁ ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ପଦକ୍ଷେପ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ଆଜି, ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ,୨୧।୬(ପି.ଟି.): ରବିବାର ଅନୁଷ୍ଠିତ ହେବାକୁ ଥିବା ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି-ୟୁଜି)କୁ ନିର୍ବିଘ୍ନ, ସୁରକ୍ଷିତ ଓ ସ୍ବଚ୍ଛ ଭାବେ ସମ୍ପାଦନ କରିବା ପାଇଁ ଶନିବାର ଦେଶବ୍ୟାପୀ…

ଧର୍ମେନ୍ଦ୍ର ଇସ୍ତଫା ନ ଦେବା ଯାଏ ଯନ୍ତରମନ୍ତର ଛାଡ଼ିବୁନୁ: ଦୀପ୍‌କେ

ନୂଆଦିଲ୍ଲୀ,୨୧।୬(ପି.ଟି.): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ଯାଏ ନୂଆଦିଲ୍ଲୀର ଯନ୍ତରମନ୍ତର ଛାଡ଼ିବେ ନାହିଁ ବୋଲି କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri