ଜାତୀୟ

ଆର୍ଟିକଲ ୩୭୦କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମୋଦି କହିଲେ-ଏହା ଆଶାର କିରଣ

ନୂଆଦିଲ୍ଲୀ,୧୧।୧୨: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବାକୁ ମୋଦି ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଠିକ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତଜ୍ଞତା ଜଣାଇଛନ୍ତି। ଏହି ନିଷ୍ପତ୍ତି ଉପରେ ସେ କହିଛନ୍ତି , ଏହା ଐତିହାସିକ ଏବଂ ସର୍ବୋଚ୍ଚ ନ୍ୟାୟାଳୟ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ପୁଣି ବଢିଲା ସଞ୍ଚୟ ସିଂଙ୍କ ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ,୧୧।୧୨: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ୍‌ ଆଦମୀ ପାର୍ଟି (ଏଏପି) ନେତା ସଞ୍ଚୟ ସିଂଙ୍କ ଅଡୁଆ କମିବାର ନାଁ ଧରୁନାହିଁ। କୋର୍ଟ ସୋମବାର ତାଙ୍କ ନ୍ୟାୟିକ ହେପାଜତକୁ ପୁଣି ଡିସେମ୍ବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି…

ଅପରାଧିକ ମାମଲା ବିଚାରାଧୀନ ଥିଲେ ବି ନବୀକରଣ ହେବ ପାସପୋର୍ଟ,ବିଦେଶ ଯାତ୍ରା-ପାସପୋର୍ଟ ରଖିବା ବ୍ୟକ୍ତିଗତ ଅଧିକାର ବୋଲି କହିଲେ ହାଇକୋର୍ଟ…

ହାଇଦ୍ରାବାଦ,୧୧।୧୨ : ତେଲଙ୍ଗାନା ହାଇକୋର୍ଟ କହିଛନ୍ତି ଅପରାଧିକ ମାମଲା ବିଚାରାଧୀନ ଥିବାରୁ ପାସପୋର୍ଟ କର୍ତ୍ତୃପକ୍ଷ ଜଣେ ବ୍ୟକ୍ତିଙ୍କ ପାସପୋର୍ଟ ନବୀକରଣ ଆବେଦନକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଜଷ୍ଟିସ ସୁରେପାଲୀ ନନ୍ଦା କହିଛନ୍ତି, ଆବେଦନକାରୀଙ୍କ ପାସପୋର୍ଟ ନବୀକରଣକୁ ଅସ୍ବୀକାର କରିବା ତାଙ୍କ ବିରୋଧରେ…

ସୁପ୍ରିମକୋର୍ଟରେ ପହଞ୍ଚିଲେ ମହୁଆ

ନୂଆଦିଲ୍ଲୀ,୧୧ା୧୨: ସୋମବାର ସୁପ୍ରିମକୋର୍ଟରେ ଲୋକ ସଭା ସଦସ୍ୟତା ବାତିଲ କରିବା ନିଷ୍ପତ୍ତିକୁ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ର ଚ୍ୟାଲେଞ୍ଜ କରିଛନ୍ତି। ସୂଚନାଯୋଗ୍ୟ, ମହୁଆଙ୍କୁ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚରାଯାଇଥିବା ଅଭିଯୋଗ ହୋଇଥିଲା, ଏହା ପରେ ନୈତିକ କମିଟି ଗଠନ…

ନିରାଶ ହେଲି, କିନ୍ତୁ ଲମ୍ବା ଲଢେଇ ପାଇଁ ପ୍ରସ୍ତୁତ: ୩୭୦କୁ ନେଇ ସୁପ୍ରିକୋର୍ଟଙ୍କ ରାୟ ପରେ କହିଲେ ଓମାର ଅବଦୁଲ୍ଲା

ଶ୍ରୀନଗର,୧୧।୧୨: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଯଥାର୍ଥ କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ କେବଳ ଭାରତର ସମ୍ବିଧାନ ଶାସନ କରିବ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ…

ଗୋଟିଏ ବର୍ଷ ପାଇଁ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ଆସନ ତା’ପରେ ଛାଡିଦେବି: ବସୁନ୍ଧରା

ଜୟପୁର,୧୧।୧୨: ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଭାଜପା ପକ୍ଷରୁ ଏକ ଅନନ୍ୟ ଦାବି କରିଛନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ଯେ ବସୁନ୍ଧରା ତାଙ୍କୁ ଏକ ବର୍ଷ ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ…

କେଜି ପିଲାଙ୍କ ପାଇଁ ବିଦ୍ୟାଳୟରେ ଅଜବ ଫି: ଅଭିଭାବକଙ୍କ ଲାଗି ମଧ୍ୟ ଦେୟ, ସୋସିଆଲ ମିଡିଆରେ ଭାଇରାଲ…

ନୂଆଦିଲ୍ଲୀ,୧୧।୧୨ : ସମୟ ସହିତ ବେସରକାରୀ ବିଦ୍ୟାଳୟଗୁଡ଼ିକର ଫି ଏବେ ମହଙ୍ଗା ହେବାରେ ଲାଗିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ତାଙ୍କ ପିଲାମାନଙ୍କୁ ଇଂଲିଶ ମାଧ୍ୟମ ଘରୋଇ ବିଦ୍ୟାଳୟରେ ଶିକ୍ଷା ଦେବା ଏକ ସ୍ବପ୍ନରେ ପରିଣତ ହେବାରେ ଲାଗିଛି। ବେସରକାରୀ ବିଦ୍ୟାଳୟରେ…

ବିକଶିତ ଦେଶ ହେବ ଭାରତ, ଯୋଜନା ପ୍ରସ୍ତୁତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୧୧।୧୨: ଆସନ୍ତା ୨୪ ବର୍ଷ ଅର୍ଥାତ୍‌ ୨୦୪୭ ବର୍ଷ ପର୍ଯ୍ୟନ୍ତ ଭାରତର ପ୍ରଗତିର ପଥ ସ୍ଥିର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଯୋଜନାର ରୂପରେଖ ଦେଇଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ବିଶ୍ୱରେ ଏକ ବିକଶିତ ଦେଶ ଭାବରେ ଉପସ୍ଥାପନ…

ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ରାସ୍ତା ସଫା: ସୁପ୍ରିମକୋର୍ଟ ଜାରି କଲେ ସମୟ ସୀମା…

ନୂଆଦିଲ୍ଲୀ,୧୧।୧୨ : ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ହଟାଇବା ଠିକ କି ନୁହେଁ ତାହା ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି। ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ଜମ୍ମୁ-କଶ୍ମୀର ବିଧାନସଭା…

ମେହେବୁବା ମୁଫତିଙ୍କୁ ହାଉସ ଆରେଷ୍ଟ କରାଯାଇଥିବା ଦାବି, ପୋଲିସ କହିଲା କେହି ନାହାନ୍ତି ନଜରବନ୍ଦୀ

ଶ୍ରୀନଗର,୧୧।୧୨: ଜମ୍ମୁ କଶ୍ମୀରରେ ଧାରା ୩୭୦ହଟାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ସୋମବାର (ଡିସେମ୍ବର ୧୧) ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବ। ଏହାପୂର୍ବରୁ ଜମ୍ମୁ କଶ୍ମୀରରେ ସୁରକ୍ଷା କଡାକଡି କରାଯାଇଛି। ମେହବୁବା ମୁଫତିଙ୍କ ପାର୍ଟି ପିଡିପି ଦାବି କରିଛି ଯେ ରାଜ୍ୟରେ…

ଅନଲାଇନ ପ୍ରଚାର:୫ ରାଜ୍ୟର ନିର୍ବାଚନରେ ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା…

ନୂଆଦିଲ୍ଲୀ,୧୧।୧୨ : ଦେଶର ରାଜନେତିକ ଦଳ ପ୍ରଚାରରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ ନଭେମ୍ବର ମାସରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଜନୈତିକ…

‘ଆମେ ଏହି ଲଢେଇ ଜିତିବୁ’

କୋଲକତା,୧୧।୧୨: ସଂସଦରୁ ବହିଷ୍କୃତ ହେବା ପରେ ମହୁଆ ମୋଇତ୍ର ଜନତା ଦରବାରରେ ପହଞ୍ଚିଛନ୍ତି। ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ସେ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ଭିଡିଓ ବାର୍ତ୍ତାରେ ମହୁଆ ଜନସାଧାରଣ, ଟିଏମସି କର୍ମୀ ତଥା ଦଳର ନେତାମାନଙ୍କୁ ଏହି ସଂଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?