ଜାତୀୟ

କୌଣସି ଭୁଲ ହୋଇନାହିଁ, ସରକାରଙ୍କ କାମ ହେଉଛି… ବିରୋଧୀଙ୍କୁ ରିଜିଜୁଙ୍କ ଜବାବ

ନୂଆଦିଲ୍ଲୀ,୧୯।୫: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ଭୂ-ବିଜ୍ଞାନ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସମୟରେ ଆଇନ ମନ୍ତ୍ରଣାଳୟରୁ ହଟାଯିବା ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ରିଜିଜୁ କହିଛନ୍ତି, ଏଥିରେ କୌଣସି ଭୁଲ ହୋଇନାହିଁ।...

ଶପଥ ନେଲେ ସୁପ୍ରିମକୋର୍ଟର ୨ ବିଚାରପତି

ନୂଆଦିଲ୍ଲୀ,୧୯।୫: ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରା ଏବଂ ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନ। ଶୁକ୍ରବାର ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ୨ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇଛନ୍ତି।...

୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୬ ଦିନ ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଜାପାନ, ପପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି -୭...

ଜନତା ପରିବାରରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା

ବେଙ୍ଗାଲୁରୁ,୧୯ା୫: ଜନତା ପରିବାରରେ ଅଢ଼େଇ ଦଶନ୍ଧି ଧରି ରହିଆସିଥିବା ଏବଂ ଏକଦା କଂଗ୍ରେସ ବିରୋଧୀ ଆଭିମୁଖ୍ୟକୁ ନେଇ ପରିଚିତ ଥିବା ସିଦ୍ଦାରାମାୟା ଦ୍ୱିତୀୟ ଥର ପାଇଁ କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ସେ ୧୯୮୦ ଦଶକର ଆଦ୍ୟଭାଗରୁ...

ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ଭାରତୀୟ ନୌସେନା

ନୂଆଦିଲ୍ଲୀ, ୧୮ା୫ : ଭାରତ ମହାସାଗରରେ ଚାଇନାର ଏକ ମାଛଧରା ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯିବାରୁ ସେଥିରେ ଥିବା ୩୯ କର୍ମଚାରୀ ନିଖୋଜ ଅଛନ୍ତି। ବେଜିଂର ଅନୁରୋଧ କ୍ରମେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା ସାମିଲ ହୋଇଛି। ଉକ୍ତ ଜାହାଜରେ...

ଚାକିରି ପାଇଁ ଜମି ଦୁର୍ନୀତି: ରାବ୍ରି ଦେବୀଙ୍କୁ ଇଡି ଜେରା

ନୂଆଦିଲ୍ଲୀ,୧୯।୫: ବିହାରରେ ଚାକିରି ପାଇଁ ଜମି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଗୁରୁବାର ପ୍ର୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୫ ଘଣ୍ଟା ଜେରା କରିଛି। ସକାଳ ୧୧ଟାରେ ରାବ୍ରି ଇଡି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ମଧ୍ୟାହ୍ନ ଭୋଜନ ପାଇଁ...

ଅଭିଷେକଙ୍କୁ ସିବିଆଇ, ଇଡି ଜେରା କରିପାରିବେ: ହାଇକୋର୍ଟ

କୋଲକାତା, ୧୯ା୫: ପଶ୍ଚିମବଙ୍ଗର ବହୁକୋଟି ଟଙ୍କା ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜେରା କରିପାରିବେ। କାଲକାଟା ହାଇକୋର୍ଟ ଗୁରୁବାର ତାଙ୍କ ପୂର୍ବ ରାୟକୁ କାଏମ ରଖିଛନ୍ତି। ସିବିଆଇ...

କାହିଁକି ପଛରେ ପଡ଼ିଲେ ଡିକେଏସ୍‌

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୯ା୫: ଉଭୟ ସିଦ୍ଦାରାମାୟା ଏବଂ ଡି.କେ. ଶିବକୁମାର (ଡିକେଏସ୍‌) କର୍ନାଟକ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ। କିନ୍ତୁ ସିଦ୍ଦାରାମାୟାଙ୍କ ପଲା ଭାରି ଥିବା ଫଳାଫଳ ଆସିବା ପରଠୁ ଏକପ୍ରକାର ସ୍ପଷ୍ଟ ଥିଲା। କର୍ନାଟକ କଂଗ୍ରେସ ସଭାପତି ଶିବକୁମାର କଠିନ ପରିଶ୍ରମ କରି...

ରତନଲାଲ କଟାରିଆଙ୍କ ପରଲୋକ

ନୂଆଦିଲ୍ଲୀ,୧୯ା୫: ଭାରତୀୟ ଜନତା ପାର୍ଟି (ଭାଜପା)ର ଅମ୍ବାଲା ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୭୨ ବର୍ଷ ବୟସ ହେଉଥିଲା। ୩ ଥର ଏମ୍‌ପି ରହିଥିବା କଟାରିଆ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ...

ସିଦ୍ଦାରାମାୟା କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୯ା୫: କର୍ନାଟକ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ୫ ଦିନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଚଳାବସ୍ଥା ଦୂର ହୋଇଛି। ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଡି.କେ. ଶିବକୁମାର...

କାର୍‌ରେ ନାବାଳିକାଙ୍କୁ ଗଣବଳାତ୍କାର

କୋକ୍‌ରାଝର,୧୮।୫: ଆସାମ କୋକ୍‌ରାଝର ଜିଲାରେ ଚଳନ୍ତା କାର୍‌ରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ନାବାଳିକାଙ୍କୁ ଏକ...

ଜି-୨୦ ବୈଠକ ପୂର୍ବରୁ ଶ୍ରୀନଗରରେ ପହଞ୍ଚିଲେ ଏନ୍‌ଏସ୍‌ଜି କମାଣ୍ଡୋ

ଶ୍ରୀନଗର,୧୮।୫: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ହେବାକୁ ଥିବା ଜି-୨୦ ବୈଠକ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ଗୁରୁବାର ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି) ଏବଂ ସାମୁଦ୍ରିକ କମାଣ୍ଡୋ ଶ୍ରୀନଗରରେ ପହଞ୍ଚି ଫ୍ଲାଗ୍‌ ମାର୍ଚ୍ଚ କରିଛନ୍ତି। ଏପରିକି ସୁରକ୍ଷା କର୍ମୀ ଲାଲଚକ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri