ମେଟ୍ରୋ

ପରିବାଦର ଆକାଶ ଛୁଆଁ

ଭୁବନେଶ୍ୱର,୮।୭: ପରିବାଦର ଆକାଶ ଛୁଆଁ ହୋଇଛି। କଞ୍ଚା ପରିବା ଦର ବର୍ତ୍ତମାନ ଲୋକଙ୍କୁ କନ୍ଦାଉଛି । ବିଶେଷ କରି ନିରାମିଷ ଲୋକଙ୍କ ପାଇଁ କଞ୍ଚା ପରିବା ଦର ଅଧିକ ଚିନ୍ତା ବଢ଼ାଇଛି । ଟମାଟୋ ଦର ୧୨୦ ଟଙ୍କା ଥିବା ବେଳେ…

ବାହାନଗା ଟ୍ରେନ ଟ୍ରାଜେଡି: ଚନ୍ଦକା ଥାନାରେ ୩ ଜଣଙ୍କୁ ଜେରା

ଭୁବନେଶ୍ୱର,୮।୭: ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ ଗିରଫ ହୋଇଥିବା ୩ ଜଣଙ୍କୁ ପଚରାଉଚରା କରିଛି। ୩ ଜଣଙ୍କୁ ରିମାଣ୍ଡରେ ନେବାକୁ ଶୁକ୍ରବାର ଆବେଦନ କରାଯାଇଥିଲା। ଭୁବନେଶ୍ବର ସିବିଆଇ କୋର୍ଟ ୫ ଦିନିଆ ରିମାଣ୍ଡ…

ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଲୋକକଳା କଳାକାରଙ୍କୁ ପାରିଶ୍ରମିକ ବୃଦ୍ଧି ଘୋଷଣା

ଭୁବନେଶ୍ବର,୮।୭(ଅସମାପିକା ସାହୁ) କଳାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାରଙ୍କୁ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଭିନ୍ନ ଲୋକକଳା ଯଥା…

ଛାତ୍ର କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର, ୮ା୭(ସୁନିତ୍‌ ମିଶ୍ର): ଗୁଜରାଟ ହାଇକୋର୍ଟ ପକ୍ଷରୁ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି)ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ଦଣ୍ଡାଦେଶରେ ରୋକ୍‌ ଲଗାଇବା ପାଇଁ ଆବେଦନ ଖାରଜ ହେବାପରେ ସାରା ଦେଶରେ କଂଗ୍ରେସ କର୍ମୀ, ସାଧାରଣ ଜନତା ଓ…

୨ ଇଞ୍ଜିନିୟର, ଜଣେ ଟେକ୍ନିସିଆନ ଗିରଫ

ଭୁବନେଶ୍ୱର,(ସୂର୍ଯ୍ୟକାନ୍ତ ବେହେରା)/ ବାଲେଶ୍ୱର, ୮ା୭ (ମାନସ ବିଶ୍ୱାଳ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ସିବିଆଇ ଶୁକ୍ରବାର ବଡ଼ ପଦକ୍ଷେପ ନେଇଛି। ତଦନ୍ତ ଭାର ନେବାର ମାସକ ପରେ ୩ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ବାହାନଗା ବଜାର…

ପ୍ରଥମଦିନରେ ରାଜଧାନୀର ୮ କଲେଜରେ ନାମଲେଖା

ଭୁବନେଶ୍ବର,୮ା୭ (ଅନୁରାଧା ମହାରଣା): ୨୦୨୩-୨୪ ଶିକ୍ଷାବର୍ଷ ଲାଗି ଯୁକ୍ତ୨ ପ୍ରଥମବର୍ଷ ନାମଲେଖା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ତେବେ ରାଜଧାନୀର ପ୍ରମୁଖ ୧୫ଟି କଲେଜ ମଧ୍ୟରୁ ୮ଟି କଲେଜରେ ପ୍ରଥମ ଦିନରେ ନାମଲେଖା ହୋଇଥିବା ଜଣାପଡିଛି। ସେଥିରୁ ଆର୍ଚାଯ୍ୟ ହରିହର କଲେଜରେ…

ରାଜଧାନୀରୁ ଆଉ ୧୨ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର, ୮।୭ (ବନ୍ଦନା ସେଠୀ): ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଏହି ସଂଖ୍ୟା ଶତକ ପାର୍‌ କରିଛି। ଶୁକ୍ରବାର ରାଜଧାନୀରୁ ୧୨ଜଣ ନୂତନ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ସିଟି…

ମୁଖ୍ୟ ରାସ୍ତାକୁ ରହିବନି ଶିକ୍ଷାନୁଷ୍ଠାନ ଫାଟକ

ଭୁବନେଶ୍ବର, ୮ା୭(ସୁନିତ୍‌ ମିଶ୍ର): ପିଲାମାନେ ରାସ୍ତାରେ ଯିବା ଆସିବା ସମୟରେ ସେମାନଙ୍କ ଲାଗି ସର୍ବାଧିକ ବିପଦ ଥାଏ। ପିଲାମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ସୁରକ୍ଷା ସମସ୍ତଙ୍କ ପାଇଁ ପ୍ରାଥମିକତା ହେବା ଉଚିତ। ତେଣୁ ସୁବର୍ଣ୍ଣପୁରର ବିନିକାରେ ଯେଉଁ…

ଡିଏନ୍‌ ଗ୍ରୁପ୍‌ର କଳାଧନ ହିସାବ ସରୁନି

ଭୁବନେଶ୍ୱର,୮।୭(ସୂର୍ଯ୍ୟକାନ୍ତ ବେହେରା): ଟିକସ ଫାଙ୍କିବା ଅଭିଯୋଗରେ ରିୟଲ୍‌ ଇଷ୍ଟେଟ୍‌ କମ୍ପାନୀ ଡିଏନ୍‌ ଗ୍ରୁପ୍‌ ଉପରେ ଲଗାତର ତିନିଦିନ ଧରି ଆୟକର ବିଭାଗ ଚଢାଉ ଜାରି ରଖିଛି। ତଦନ୍ତ ଯେତେ ଭିତରକୁ ଯାଉଛି, ସେତେ କଳାଧନ ମିଳୁଥିବା ଜଣାପଡିଛି। ତେବେ ପ୍ରଥମ ଦିନ…

ବୁଢ଼ୀ ଠାକୁରାଣୀ ମନ୍ଦିରକୁ ୧୮.୯୧ କୋଟି

ଭୁବନେଶ୍ବର, ୮ା୭(ସୁନିତ୍‌ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠର କାୟାକଳ୍ପ ବଦଳିବ। ମନ୍ଦିର ସମ୍ପୂର୍ଣ୍ଣ ନୂଆ ରୂପରେ ଝଲସିବ। ଏଥିଲାଗି ଦୁଇ ପର୍ଯ୍ୟାୟରେ ମୋଟ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏ…

୮ ଏକରରୁ ଊର୍ଦ୍ଧ୍ୱ ଜମିରୁ ହଟିଲା ଜବରଦଖଲ

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ): ସରକାରୀ ଖାତାକୁ ଫେରିଲା ୮ ଏକର ୧୪୦ ଡିସିମିଲ ଜମି। କଳାରାହାଙ୍ଗ ମୌଜାର ସରକାରୀ ଖାତା ନମ୍ବର ୭୬୬ର ପ୍ଲଟ ନମ୍ବର ୨୯୪ ଓ ୨୯୫ରେ ଦୀର୍ଘଦିନ ଧରି ବେଆଇନ ଜବରଦଖଲ ହୋଇଥିଲା। ଭୁବନେଶ୍ୱର ତହସିଲଦାରଙ୍କ ରିକ୍ୟୁଜିଶନ କ୍ରମେ…

ବାହାନଗାର ବିକାଶ ପାଇଁ ୧. ୫୫ କୋଟି ମଞ୍ଜୁର

ଭୁବନେଶ୍ୱର, ୭।୭(ଅଭିଜିତ ଦାସ):ବାଲେଶ୍ୱର ଜିଲା ବାହାନଗାଠାରେ ଜୁନ୍‌ ୨ରେ ରେଳ ଦୁର୍ଘଟଣାରେ ଅନେକ କ୍ଷୟକ୍ଷତି ଘଟିଥିଲା। ଜୁନ୍‌ ୨୦ ଓ ୨୧ରେ ଏହି ଘଟଣାସ୍ଥଳ ପରିଦର୍ଶନ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାହାନଗା ଅଞ୍ଚଳବାସୀଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା ଲାଗି ଧନ୍ୟବାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri