ମେଟ୍ରୋ

ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ, ମହୋଦଧିରେ ବୁଡ ପକାଇ…

ପୁରୀ,୧୪।୧: ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପି ହୋଇଥିବା ଏହି ମହୋତ୍ସବରେ ଗତକାଲି କଂସବଧ ହୋଇଛି। କଂସବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଚଳିତବର୍ଷ ଧନୁଯାତ୍ରା ମହୋତ୍ସବ ସରିଥିଲା। ତେବେ ଏହାପରେ ପୁରୀରେ ପହଞ୍ଚଛନ୍ତି…

ବୁଧବାର ୫ ଘଣ୍ଟା ବନ୍ଦ ସର୍ବସାଧାରଣ ଦର୍ଶନ

ପୁରୀ,୧୪।୧: ଆସନ୍ତାକାଲି ତା୧୫.୧.୨୦୨୫ରିଖ, ବୁଧବାର ମାଘ:କୃଷ୍ଣ ଦ୍ୱିତୀୟା ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।…

ବିଏସ୍‌କେୱାଇକୁ ନେଇ ବର୍ଷିଲେ ଆଇନମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୧୪।୧: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ଲାଗି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ପୂର୍ବ ସରକାରଙ୍କ ଉପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବର୍ଷିଛନ୍ତି । ସେ କହିଛନ୍ତି, ପୂର୍ବରୁ ବିଭିନ୍ନ ସ୍ଥାନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ…

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ସଫେଇ ଗାଡ଼ି

ଭୁବନେଶ୍ବର,୧୪।୧: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି ବିଏମ୍‌ସିର ସଫେଇ ଗାଡ଼ି। ଭୁବନେଶ୍ୱରର ଚନ୍ଦ୍ରଶେଖରପୁର-ଡମଣା ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରଥମେ ସଫେଇ ଗାଡିଟି ହଠାତ୍‌ ଜଳିଥିଲା। ଆଉ ତା’ପରେ ରାସ୍ତା ମଝିରେ ଢୋ ଢୋ ଫୁଟିଥିଲା। ଲୋକେ ଭୟଗୀତ…

ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ମିଳିବ କ୍ଷୀର: ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୧୪।୧: ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରାଯାଉଛି। ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ୨୦୦ ଏମଏଲ ଭିଟାମିନ ଏ ଓ ଡି…

ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟର ସବୁ ପଞ୍ଚାୟତରେ ହେବ…

ଭୁବନେଶ୍ୱର,୧୪।୧: ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର। ଆୟୁଷ୍କାନ ଆରୋଗ୍ୟ ମନ୍ଦିରରେ ANMଙ୍କ ସହ ହେଲଥ ୱାର୍କର ରହିବେ। ଯୋଗ ଶିକ୍ଷକ ମଧ୍ୟ…

ଆଜି ପବିତ୍ର ମକର ସଂକ୍ରାନ୍ତି: ଉତ୍ତରାୟଣରେ ଗତି କରିବେ ସୂର୍ଯ୍ୟଦେବ

ଭୁବନେଶ୍ୱର,୧୪ା୧: ଆଜି ହେଉଛି ପବିତ୍ର କୃଷି ଭିତ୍ତିକ ପର୍ବ ମକର ସଂକ୍ରାନ୍ତି। ଏହି ଅବସରରେ କୃଷକମାନେ ଉତ୍ପାଦିତ ନୂଆ ଧାନକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବା ସହ ନୂଆ ଚାଉଳ (ମକର ଚାଉଳ) ଠାକୁରଙ୍କ ପାଖରେ ଲାଗି କରି ଖୁବ୍‌ ଆନନ୍ଦ…

ଅର୍ଚ୍ଚନାଙ୍କ ପରେ ହଂସିତା 

ଭୁବନେଶ୍ୱର,୧୪।୧(ଜିତେନ୍ଦ୍ର କୁମାର ନାୟକ): ଦୁଇ ବର୍ଷ ତଳେ ଅର୍ଚ୍ଚନା ନାଗଙ୍କ କାରନାମା ନେଇ ରାଜ୍ୟ ହୁଲ୍‌ସ୍ଥୂଲ୍‌ ହୋଇଥିଲା। କଳାହାଣ୍ଡିରୁ ଆସିଥିବା ଅର୍ଚ୍ଚନା ୨୦୧୫ରେ ଭୁବନେଶ୍ୱର ଆସି ଘରୋଇ ସିକ୍ୟୁରିଟି ସଂସ୍ଥାରେ ଚାକିରି କରିଥିଲେ। ପରବର୍ତ୍ତୀ ସମୟରେ ବାଲେଶ୍ୱରର ଜଗବନ୍ଧୁ ଚାନ୍ଦଙ୍କୁ ବିବାହ…

ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି। ଜଗନ୍ନାଥ ସଂସ୍କୃତିରେ ମକର ସଂକ୍ରାନ୍ତିର ମହତ୍ୱ ରହିଛି। ଏହା କେବଳ ଧାର୍ମିକ ଉତ୍ସବ ନୁହେଁ, ଭାଇଚାରା, ସଦ୍‌ଭାବ ଓ ଏକତାର…

ମାସକୁ ମିଳିବ ୨୦ ହଜାର

ଭୁବନେଶ୍ୱର,୧୪ା୧(ଅନିଲ ଦାସ): ଦେଶର ଜରୁରିକାଳୀନ ପରିସ୍ଥିତିରେ ମେଣ୍ଟେନାନ୍ସ ଅଫ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ (ମିସା), ଡିଫେନ୍ସ ଅଫ ଇଣ୍ଡିଆନ (ଡିଆଇଆର) ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀମାନଙ୍କୁ ରାଜ୍ୟ ସରକାର ମାସକୁ ୨୦ ହଜାର ଟଙ୍କାର ପେନ୍‌ସନ ପ୍ରଦାନ…

ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ଶନ୍‌: ଆଇନ ମନ୍ତ୍ରୀ କହୁକହୁ କହିଦେଲେ ପୂର୍ବ ସରକାରର

ଭୁବନେଶ୍ୱର,୧୩।୧:ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ଶନ୍‌ ନିଷ୍ପତ୍ତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ୧୯୭୫ରୁ ୧୯୭୭ ମଧ୍ୟରେ ବହୁ ଲୋକ ବନ୍ଦୀ ଥିଲେ। ପୂର୍ବ ସରକାରର ବହୁ ଲୋକ ବନ୍ଦୀ ଥିଲେ, କିନ୍ତୁ କିଛି ପାଇଲେନି।…

ଭୁବନେଶ୍ବର ଯାଆଁଳା ଫାଣ୍ଡି ପାଖରେ ଦୁର୍ଘଟଣା; ୨ ମୃତ

ଭୁବନେଶ୍ୱର, ୧୩।୧: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପାଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ତେବେ ଜାତୀୟ ରାଜପଥରେ ଦୁର୍ଘଟଣା ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri