ନଦୀପଠାରୁ ମହିଳାଙ୍କ ମୃତଦେହ ଜବତ ଘଟଣାରେ ଯୁବକ ଗିରଫ, ମହିଳାଙ୍କ ସ୍ବାମୀଙ୍କୁ ବଦ୍‌ନାମ କରିବାକୁ ଉଦ୍ୟମ କରିଥିଲେ

ଭୁବନେଶ୍ୱର,୭।୨(ସୂର୍ଯ୍ୟକାନ୍ତ ବେହେରା): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ସ୍ଥିତ ଦୟାନଦୀ ପଠାରୁ ଜାନୁୟାରୀ ୨୮ରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ଏଯାବତ ପରିଚୟ ଖୋଜିପାରି ନାହିଁ। ଫଳରେ ମହିଳାଙ୍କ ମୃତ୍ୟୁକୁ ନେଇ ଏବେବି ରହସ୍ୟ ଲାଗି ରହିଛି। ଏହାରି ଭିତରେ ଜଣେ ଯୁବକ ଏହି ମାମଲାରେ ଜଣେ ମହିଳାଙ୍କ ସ୍ବାମୀଙ୍କୁ ଫସାଇବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି।
ମହିଳାଙ୍କ ସ୍ବାମୀଙ୍କ ପରିଚୟପତ୍ର ମୃତଦେହ ମିଳିଥିବା ସ୍ଥାନରେ ପକାଇବା ଅଭିଯୋଗରେ ଧଉଳି ପୋଲିସ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ ପୁରୀ ଅଞ୍ଚଳର ମିଟୁ ପରିଡ଼ା (୩୪)। ମିଟୁଙ୍କଠାରୁ  କିଛି ପରିଚୟପତ୍ର, ଗୋଟିଏ ମୋବାଇଲ୍‌ ଓ ଗୋଟିଏ ବାଇକ୍‌ ଜବତ ହୋଇଛି।
ପୋଲିସ ସୂଚନାନୁସାରେ, ଅଭିଯୋଗକାରିଣୀ ମହିଳା ସୁମିତ୍ରା ସାହୁ ଗତ ୬ବର୍ଷ ପୂର୍ବେ ନିଜ ସମ୍ପର୍କୀୟଙ୍କ ଜରିଆରେ ଅଭିଯୁକ୍ତ ମିଟୁଙ୍କ ସଂସ୍ପର୍ଶରେ ଆସିବାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ମଧ୍ୟରେ ମିଟୁ ମହିଳାଙ୍କୁ ଏକପାଖିଆ ଭଲପାଇ ବସିଥିଲେ। ପରବର୍ତ୍ତୀ ସମୟରେ ମହିଳାଙ୍କର ଅନ୍ୟଜଣେ ଯୁବକଙ୍କ ସହ ବିବାହ ହୋଇଥିଲା। ବିବାହ ପରେ ଆର୍ଥିକ ସଙ୍କଟ ଦେଖାଦେବାରୁ ମହିଳା ଜଣଙ୍କ ମିଟୁଙ୍କୁ ଯୋଗାଯୋଗ କରି ଏକ ଲୋନ୍‌ କରାଇ ଦେବାଲାଗି ଅନୁରୋଧ କରିଥିଲେ।
ମହିଳାଙ୍କ ଅନୁରୋଧକ୍ରମେ ମିଟୁ କମ୍‌ ସୁଧରେ ଲୋନ୍‌ କରାଇଦେବାର ପ୍ରତିଶ୍ରୁତି ଦେଇ ମହିଳାଙ୍କ ନିକଟରୁ ତାଙ୍କ ସ୍ବାମୀଙ୍କ ଆଧାର କାର୍ଡ, ଭୋଟର ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ଆର୍‌ସି ବୁକ୍‌ ନେଇଯାଇଥିଲେ। ମାତ୍ର ଲୋନ୍‌ ନ କରାଇବା ଓ ମହିଳାଙ୍କ ସହ କୌଣସି ଯୋଗାଯୋଗ ରଖି ନ ଥିଲେ। ଏହି ସମୟ ମଧ୍ୟରେ ଧଉଳି ଥାନା ଅଞ୍ଚଳରେ ଏକ ଅଜଣା ମହିଳାଙ୍କ ମୃତଦେହ ମିଳିଥିବା ନେଇ ଅଭିଯୁକ୍ତ ଜଣଙ୍କ ଟିଭିରୁ ଜାଣିବାକୁ ପାଇଥିଲେ। ଏହି ମୃତ ମହିଳାଙ୍କୁ ଆଧାର କରି  ସୁମିତ୍ରାଙ୍କ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ଲାଗି ଅଭିଯୁକ୍ତ ଜଣକ ସୁମିତ୍ରାଙ୍କ ନିକଟରୁ ନେଇଥିବା ତାଙ୍କ ସ୍ବାମୀଙ୍କ କାଗଜପତ୍ର ସବୁକୁ ଉକ୍ତ ମହିଳାଙ୍କ ମୃତଦେହ ନିକଟରେ ପକାଇ ଦେଇଆସିଥିଲେ।
ମୃତ ମହିଳାଙ୍କ ମାମଲାର ତଦନ୍ତ ଚାଲିଥିବା ବେଳେ ପୋଲିସ ସେଠାରୁ ଜବତ କରିଥିବା କାଗଜପତ୍ର ଆଧାରରେ ପ୍ରଥମେ ସୁମିତ୍ରାଙ୍କ ସ୍ବାମୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ପଚରାଉଚରା କରିବା ସମୟରେ ତାଙ୍କଠାରୁ ମିଳିଥିବା ତଥ୍ୟ ଏବଂ ତାଙ୍କ ପତ୍ନୀଙ୍କ ନିକଟକୁ ଯାଇଥିବା ଏକ ଫୋନ୍‌ କଲକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ। ମିଳିଥିବା ଏହି ତଥ୍ୟ ଆଧାରରେ ପୋଲିସ ତଦନ୍ତ କରିବା ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଚଢ଼ାଉ ଜରିଆରେ ଅଭିଯୁକ୍ତ ମିଟୁଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ଜଣଙ୍କ ପୂର୍ବରୁ ଥିବା ରାଗ ଶୁଝାଇବା ତଥା ସୁମିତ୍ରାଙ୍କ ସ୍ବାମୀଙ୍କୁ ବଦ୍‌ନାମ କରିବା ଲାଗି ଏଭଳି ପ୍ରୟାସ କରିଥିବା ସ୍ବୀକାର କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?