ଯାତ୍ରା ମହାମୁକାବିଲା ଆରମ୍ଭ: ଦୁଲୁକିଲା ଯାତ୍ରା ପେଣ୍ଡାଲ୍‌

ଭୁବନେଶ୍ୱର,୭।୨(ସୌମ୍ୟରଞ୍ଜନ ରାଉତ): ଆରମ୍ଭ ହେଲା ଖଣ୍ଡଗିରିରେ ଯାତ୍ରାର ମହାପର୍ବ। ଅପେରା ପେଣ୍ଡାଲରେ ଜଲିଉଡ୍‌ ଦୁନିଆର ବଡ଼ କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନରେ ମଞ୍ଚ ଦୁଲୁକାଇ ଦେଖାଇଛନ୍ତି। ଏନେଇ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଗୁରୁବାର ୪ଟି ପେଣ୍ଡାଲରେ ଯାତ୍ରା ପରିବେଷିତ ହେବାକୁ ଥିବାବେଳେ ସୂର୍ଯ୍ୟମନ୍ଦିର ଅପେରା ପାର୍ଟିର ‘ହାଇଦର’ ଓ ଶିବାନୀ ଗଣନାଟ୍ୟର ‘ହା କୃଷ୍ଣ ବୋଲି ଯାଉ ଜୀବ’ ଭିତରେ କଡ଼ା ଟକ୍କର ହୋଇଛି। ଶୁକ୍ରବାର ଅନ୍ୟ ୨ଟି ପେଣ୍ଡାଲରେ ନାଟକ ପରିବେଷଣ ହେବ।

ଇନ୍ଦିରା ସାଂସ୍କୃତିକ ପରିଷଦ, ଜାଗମରା

ଇନ୍ଦିରା ସାଂସ୍କୃତିକ ପରିଷଦ, ଜାଗମରା ଯାତ୍ରା ଟକ୍କର ଭିତରେ ପଛରେ ପଡ଼ିନାହିଁ। ଏଠାରେ ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ଲଗାତର ଶିବାନୀ ଗଣନାଟ୍ୟ ସୁପର୍‌ ହିଟ୍‌ ଯାତ୍ରା ‘ହା କୃଷ୍ଣ ବୋଲି ଯାଉ ଜୀବ’ ନାଟକ ପରିବେଷଣ ହେବ। ଏଥିରେ ମୁଖ୍ୟ କଳାକାର ଗୌର, କାବେରୀ, ଟାହିଆ, ମାମା, କାଳିଆ, ବ୍ରଜ ପାଣି ଓ ଅନ୍ୟାନ୍ୟ ସାଥୀ କଳାକାର ନିଜର କଳା ପ୍ରଦର୍ଶନ କରୁଛନ୍ତି।

ସନାତନ ସେବା ସମିତି, ଘାଟିକିଆ

ସୂର୍ଯ୍ୟ ମନ୍ଦିର ଅପେରାର ‘ହାଇଦର’ ନାଟକ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିଛି। ଯାତ୍ରା ହିରୋ ପୀୟୂଷଙ୍କ ସୁପର୍‌ ଡାଇଲଗ୍‌ରେ କରତାଳି, ହୁଇସିଲ୍‌ରେ ପେଣ୍ଡାଲ କମ୍ପିଥିଲା। ଏଥିରେ ପୀୟୂଷ, ମାମା, ହୃଷୀକେଶ, କ୍ଷିତିଶ, ବବୁଲ, ପିଙ୍କି, କାଳି, ଭିକାରି, ନିରୁଆ ଓ ଅନ୍ୟାନ୍ୟ ପ୍ରମୁଖ ଅଭିନୟ ପ୍ରଦର୍ଶନ କରିଥିଲେ।

ହରେକୃଷ୍ଣ ମହତାବ ପେଣ୍ଡାଲ, ଆଇଗିଣିଆ

ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲରେ ରାଣୀ ପଣ୍ଡାଙ୍କ ଜବରଦସ୍ତ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ନାଟ୍ୟ ସମ୍ରାଟ ପୃଥ୍ବୀରାଜ ତା’ର ନାଟକ ‘ରାଜଧାନୀର ରଜନୀ ଗନ୍ଧା’ ପରିବେଷଣ କରିଛି। ଏଥିରେ ମୁଖ୍ୟ କଳାକାର ରାଣୀ ପଣ୍ଡା, ଶଶୀ, ଦିନା, ତାରିଣୀ, ପାୟଲ ଓ ବିଶ୍ୱଜିତ ପ୍ରମୁଖ ଅଭିନୟ ପ୍ରଦର୍ଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri