ମେଟ୍ରୋ

କଂଗ୍ରେସରେ ପୁଣି ଖୋଲା ବିଦ୍ରୋହ

ଭୁବନେଶ୍ବର, ୯ା୫(ବ୍ୟୁରୋ): କଂଗ୍ରେସରେ ପୁଣିଥରେ ନେତୃତ୍ୱକୁ ନେଇ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଆରମ୍ଭ ହୋଇଯାଇଛି। ବରିଷ୍ଠ ନେତାମାନେ ଖୋଲାଖୋଲି ଦଳର ରାଜ୍ୟ ନେତୃତ୍ୱକୁ କଟାକ୍ଷ କରିଛନ୍ତି। ଏଥିଲାଗି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଏଭଳି କରାଯାଇଛି। ଦୀର୍ଘଦିନ...

ଜାମଦାରେ ୯୦୦ କୋଟିର ଇସ୍ପାତ ଶିଳ୍ପ

ଭୁବନେଶ୍ୱର,୯ା୫(ବ୍ୟୁରୋ): ରାଜ୍ୟ ସରକାର ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେଥିରୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ରେ ଯୋଗ ଦେଇ ରାଜ୍ୟରେ...

ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର, ଶ୍ରୀନିବାସ ଉଦ୍‌ଗାତାଙ୍କୁ ‘ଅତିବଡ଼ୀ ପୁରସ୍କାର’

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ୩ ବର୍ଷ ପାଇଁ ପ୍ରଦାନ କରାଯାଇଛି। ଏଥିସହ ୪୪ଜଣଙ୍କୁ ସାରସ୍ବତ ସମ୍ବର୍ଦ୍ଧନା ଦିଆଯାଇଛି। ସୋମବାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର...

୧୦ରେ ବାତ୍ୟା ରୂପ ନେବ ଅବପାତ

ଭୁବନେଶ୍ୱର,୯ା୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ମଙ୍ଗଳବାର ଏହା ଆହୁରି ଅଧିକ ଘନୀଭୂତ ହୋଇ ଡିପ୍ରେସନ(ଅବପାତ)ରେ ପରିଣତ ହେବ। ୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା...

ଲେଉଟିଲା ତାତି: ବୌଦ୍ଧରେ ସର୍ବାଧିକ ୪୨ ତାପମାତ୍ରା ରେକର୍ଡ

ଭୁବନେଶ୍ବର,୮।୫(ବ୍ୟୁରୋ): ରାଜ୍ୟରେ ଲେଉଟିଲା ଗ୍ରୀଷ୍ମ ପ୍ରବାହ। ପ୍ରାୟ ୨ ସପ୍ତାହ ପରେ ପୁଣି ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...

ପୁଣି ତାତିଲା ରାଜଧାନୀ

ଭୁବନେଶ୍ୱର,୮ା୫(ବ୍ୟୁରୋ): କିଛିଦିନ ଧରି ବର୍ଷା ହେଉଥିବାରୁ ଥଣ୍ଡା ଥିବା ରାଜଧାନୀ ସୋମବାର ପୁଣି ଉତ୍ତପ୍ତ ହୋଇଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ ଛୁଇଁଥିବା ବେଳେ ୮୫ ପ୍ରତିଶତ ଆର୍ଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ...

ଝାରସୁଗୁଡ଼ା ଉପନିର୍ବାଚନ: ଆଜି ସରୁଛି ପ୍ରଚାର

ଭୁବନେଶ୍ୱର,୮ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସୋମବାର ପ୍ରଚାର ସରୁଥିବା ବେଳେ ହାଇଭୋଲଟେଜ୍‌ ପ୍ରଚାରରେ କମ୍ପୁଛି ଅଞ୍ଚଳ। ହାତରେ ଆଉ ଗୋଟିଏ ଦିନ ଥିବାରୁ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ଭାଜପା...

ଆଜିଠୁ ୪୭ କେନ୍ଦ୍ରରେ ଓଜେଇଇ

ଭୁବନେଶ୍ୱର,୮।୫(ବ୍ୟୁରୋ): ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହେଉଛି। ୨୩ ପାଠ୍ୟକ୍ରମରେ ମୋଟ ୫୫,୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଏଥିପାଇଁ ରାଜ୍ୟରେ ୩୦ ସ୍ଥାନରେ ୪୪ ପରୀକ୍ଷା ସେଣ୍ଟର କରାଯାଇଥିବାବେଳେ ରାଜ୍ୟ ବାହାରେ ୩ଟି ସ୍ଥାନରେ...

ଆଜି ସ୍ପଷ୍ଟ ହେବ ବାତ୍ୟା ସ୍ଥିତି

ଭୁବନେଶ୍ୱର,୮।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ସୋମବାର ସକାଳେ ଲଘୁଚାପରେ ପରିଣତ ହେବ। ୯...

ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ୍‌: ଲକ୍ଷ୍ୟ ବହୁ ଦୂର

ଭୁବନେଶ୍ୱର,୮।୫(ବ୍ୟୁରୋ): କେରଳରେ ୨୦୧୦ରେ ପ୍ରଥମେ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ଯୋଜନା ଆରମ୍ଭ ହୋଇଥିଲା। ଏହାର ସଫଳତା ଦେଖିବା ପରେ ଦେଶବ୍ୟାପୀ ଏହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୮ ଜୁଲାଇ ୨୧ରେ ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ...

ଏସ୍‌ଟିଏଫ୍‌ ଜାଲରେ ଉଚ୍ଚଶିକ୍ଷିତ ଠକ

ଭୁବନେଶ୍ୱର,୮।୫(ବ୍ୟୁରୋ): କେତେବେଳେ ଚାକିରି ଦେବାକୁ କହି ଫସାଉଥିଲେ ତ ଆଉ କେତେବେଳେ ଭିଜିଲାନ୍ସ ଅଧିକାରୀ ପରିଚୟରେ ବ୍ଲାକ୍‌ମେଲ କରି ଟଙ୍କା ଲୁଟୁଥିଲେ। ଏକାଧିକ ଚାକିରି ଆଶାୟୀ, ସରକାରୀ ଅଧିକାରୀ ଓ କଣ୍ଟ୍ରାକ୍ଟରଙ୍କୁ ଠକେଇ କରିଥିବା ଜଣେ ଉଚ୍ଚଶିକ୍ଷିତ ଠକଙ୍କୁ କ୍ରାଇମବ୍ରାଞ୍ଚର...

ଦୀପାଳିଙ୍କୁ ସେବା କରିବାକୁ ସୁଯୋଗ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ଦଳୀୟ ପ୍ରାର୍ଥତ୍ନୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ପଦ୍ମପୁରରେ ବାପାଙ୍କୁ ହରାଇଥିବା ଜଣେ ଝିଅଙ୍କୁ ବିରୋଧୀ ଦଳ ଯେମିତି ବ୍ୟବହାର...

Advertisement
Archives

Model This Week

Why Dharitri