ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ ‘ସେବା ସଂକଳ୍ପ ଅଭିଯାନ୨୦୨୬’ରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟବାସୀ ଏହି ଦୀପ ଜାଳିଛନ୍ତି। ସନ୍ଧ୍ୟାରେ ଏନେଇ ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରରେ ଆୟୋଜିତ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ୧୧ ହଜାରରୁ ଅଧିକ ଦୀପ ପ୍ରଜ୍ଜ୍ୱଳିତ ହୋଇଥିଲା। ହଜାର ହଜାର ମହିଳା ଓ ଯୁବବର୍ଗଙ୍କ ଉପସ୍ଥିତିରେ ମୁକ୍ତେଶ୍ୱର ପ୍ରାଙ୍ଗଣ ଆଲୋକମୟ ହୋଇଉଠିଥିଲା। ମୁଖ୍ୟମନ୍ତ୍ରୀ ମାଝୀ ଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଯୁବବର୍ଗଙ୍କ ଗହଣକୁ ଯାଇ ସେମାନଙ୍କ ସହ ଭାବବିନିମୟ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ପ୍ରଜ୍ଜ୍ୱଳିତ ଏହି ଦୀପ ଓଡ଼ିଶାବାସୀଙ୍କ ଆଶୀର୍ବାଦର ପ୍ରତୀକ। ମୋଦିଜୀଙ୍କ ସ୍ବପ୍ନ ସାକାର କରିବା ପାଇଁ ଓଡ଼ିଶା ନିରନ୍ତର ଉଦ୍ୟମ କରିବ ଏବଂ ଭାରତ ବିଶ୍ୱଗୁରୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଏକାମ୍ର ବିଧାୟକ ବାବୁ ସିଂ ଓ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସନ୍ଧ୍ୟା ଆରତୀର ଘଣ୍ଟ, ଘଣ୍ଟା ଓ ଶଙ୍ଖଧ୍ୱନି ସାଙ୍ଗକୁ ଓଡ଼ିଆ କଣ୍ଠଶିଳ୍ପୀଙ୍କ ଭଜନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ଗୌତମ ଗମ୍ଭୀରଙ୍କ ଦିନିକିଆ ଆୟ କେତେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨।୧୧: ଗୌତମ ଗମ୍ଭୀର ୨୦୨୪ରେ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ହୋଇଛନ୍ତି। ବର୍ତ୍ତମାନ ସେ ଟିମ ଇଣ୍ଡିଆ ସହିତ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛନ୍ତି, ଯାହା…

ACF ସୌମ୍ୟ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ସ୍ତ୍ରୀ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି,୨ା୧୧(ଗିରିଧାରୀ ପରିଚ୍ଛା): ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶେଷରେ ଆତ୍ମସମର୍ପଣ କରିଛନ୍ତି ସ୍ତ୍ରୀ ତଥା ମାମଲାର ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ବିଦ୍ୟାଭାରତୀ…

କଳାହାଣ୍ଡି ଜିଲା ଗଠନ ସମାରୋହରେ ବିଡିଓଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୨ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ୭୭ତମ କଳାହାଣ୍ଡି ଜିଲା ଗଠନ ଦିବସ ସମାରୋହ-୨୦୨୬ ଆନୁଷ୍ଠାନିକ ଭାବେ…

IND vs NZ: ଦିନିକିଆ ସିରିଜ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପାଇଁ ବଡ଼ ସମସ୍ୟା; ଏହି ଦୁଇ ଖେଳାଳି…

ନୂଆଦିଲ୍ଲୀ,୨।୧୧: T20 ସିରିଜରେ ପରାଜୟ ବରଣ କରିବା ପରେ, ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ODI ସିରିଜ ଜିତିବା ଉପରେ ଧ୍ୟାନ କେନ୍ଦ୍ରିତ…

ଅଷ୍ଟ୍ରେଲୀୟ ଦଳରୁ ବାଦ ପଡ଼ିଲେ ଏହି ୩ ଖେଳାଳି; ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ନୂଆଙ୍କୁ ସୁଯୋଗ

ନୂଆଦିଲ୍ଲୀ,୨।୧୧: କ୍ରିକେଟ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଆଗାମୀ ଦିନିକିଆ (ODI) ଏବଂ ଟି-୨୦ ସିରିଜ ପାଇଁ ନିଜ ଦଳ ଘୋଷଣା କରିଛି। ଦିନିକିଆ ଦଳରୁ…

ଲାଞ୍ଜିଗଡ଼ରେ ହାତୀ ଆତଙ୍କ: ଦଳିଚକଟି ନଷ୍ଟ କଲେ ଏକର ଏକର ଚାଷଜମି

ଲାଞ୍ଜିଗଡ଼,୨ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ଉପର କଲାସୁର ଗ୍ରାମରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ…

‘ପ୍ରଧାନମନ୍ତ୍ରୀ ମୋଦି ଅଭିମନ୍ୟୁ ନୁହଁନ୍ତି, ବରଂ ଅର୍ଜୁନ’ ବିରୋଧୀଙ୍କୁ ଟାର୍ଗେଟ କରି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଦେଲେ ଏମିତି ବୟାନ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୧: ଶ୍ରୀ କଲ୍କି ଧାମର ମୁଖ୍ୟ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ, ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲିକୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳଗୁଡ଼ିକୁ…

ଆମେ ଚାହିଁଲେ ଏକ ସୁନ୍ଦର ସବୁଜ ପରିବେଶ ଗଢ଼ିପାରିବା

ଭୁବନେଶ୍ୱର,୨।୧୧: ଆମେ ପରିବେଶ ପ୍ରଦୂଷଣ ବଢ଼ୁଛି ବୋଲି କହୁଛେ। ହେଲେ ପରିବେଶ ସୁରକ୍ଷା ପାଇଁ ଆମେ କେତେ ଉତ୍ତରଦାୟୀ ହେଉଛୁ? ସତରେ ଆମେ ପରିବେଶ ସୁରକ୍ଷା ଦିଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?