ମେଟ୍ରୋ

୧୦ରେ ଓଡ଼ିଶା ଆସିବେ ଶିବରାଜ ସିଂହ ଚୌହ୍ବାନ

ଭୁବନେଶ୍ୱର,୯।୮(ବ୍ୟୁରୋ): ଭାଜପାର ସଦସ୍ୟତା ଅଭିଯାନ ଗତ ଜୁଲାଇ ୬ରୁ ଦେଶ ସମେତ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି। ଏହି ସଦସ୍ୟତା ଅଭିଯାନର ସମୀକ୍ଷା କରିବା ସହ ଓଡ଼ିଶାରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିବା ପାଇଁ ଅଗଷ୍ଟ ୧୦ରେ ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ…

ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ : ଆଜି ଆଇନଜୀବୀଙ୍କ ଆନ୍ଦୋଳନ

କଟକ ଅଫିସ, ୯।୮ : ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଚ୍ଛେଦ ନେଇ ଶୁକ୍ରବାର ଆଇନଜୀବୀମାନେ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଗୋଟିଏ ଦିନ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଆନ୍ଦୋଳନର ସମୟକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ୟାଟ୍‌ ବାର…

ପ୍ରଶାସନିକସ୍ତରରେ ଅଦଳବଦଳ : ଡେପୁଟେଶନରେ ଗଲେ ଗିରୀଶ, ମୀନାଙ୍କୁ ଜିଏର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୯।୮(ବ୍ୟୁରୋ) : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗ ସ୍ବତନ୍ତ୍ର ସଚିବ ଏସ୍‌.ଏନ୍‌. ଗିରୀଶ କେନ୍ଦ୍ରୀୟ ଡେପୁଟେଶନରେ ଯାଇଛନ୍ତି। ଗିରୀଶ ବାଙ୍ଗାଲୋରସ୍ଥିତ ଷ୍ଟାଫ୍‌ ସିଲେକ୍ସନ କମିଶନର ପ୍ରାନ୍ତୀୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିବେ।…

ବନ୍ୟା ପ୍ରଭାବ : ଶକ୍ତି ଉତ୍ପାଦନ ପ୍ରଭାବିତ, ଦୈନିକ ୧୬ କୋଟି ବ୍ୟୟରେ କିଣାଯାଉଛି ୯୦୦ ମେଗାୱାଟ୍‌ ବିଜୁଳି

ଭୁବନେଶ୍ୱର,୯।୮(ବ୍ୟୁରୋ) : ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଲଗାଣ ବର୍ଷା ଯୋଗୁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ତେଣୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରଭାବିତ ହୋଇଥିବା ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୁରୁବାର ସୂଚନା ଦେଇଛନ୍ତି। ବିଶେଷ କରି ଇନ୍ଦ୍ରାବତୀ କ୍ୟାଚମେଣ୍ଟ…

ସୁଧୁରୁଛି ବନ୍ୟା ପରିସ୍ଥିତି :ଆଜି କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର,୯।୮(ବ୍ୟୁରୋ) : ଧୀରେ ଧୀରେ ରାଜ୍ୟରେ ସୁଧୁରୁଛି ବନ୍ୟା ପରିସ୍ଥିତି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଦୁର୍ବଳ ହୋଇ ଛତିଶଗଡ଼ ଆଡ଼କୁ ମୁହାଁଇଛି। ଏହାର ପ୍ରଭାବରେ ଗୁରୁବାର ଆଭ୍ୟନ୍ତରୀଣ ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା…

ଆୟୋଗ ବିରୋଧରେ ଅପପ୍ରଚାରକୁ ଓପିଏସ୍‌ସିର ଖଣ୍ଡନ: -ଅପପ୍ରଚାର କଲେ ପରବର୍ତ୍ତୀ ପରୀକ୍ଷାରୁ ବଞ୍ଚିତ ହେବେ

ଭୁବନେଶ୍ୱର,୮।୮(ବ୍ୟୁରୋ)- ଓଡିଶା ସିଭିଲ୍‌ ସର୍ଭିସ୍‌-୨୦୧୫ ଏବଂ ସହକାରୀ ଉପବିଭାଗ ଅଧିକାରୀ-୨୦୧୮(ଏ.ଏସ୍‌.ଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଗୁରୁବାର ଏହାକୁ ଖଣ୍ଡନ କରାଯାଇଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, କେତେକ ପ୍ରାର୍ଥୀ ଗଣମାଧ୍ୟମ ଆଗରେ…

ପେଣ୍ଠକଟାର ସ୍ବଚ୍ଛତା ଉପରେ ଜିଲାପାଳଙ୍କ ଗୁରୁତ୍ୱ

ପୁରୀ ଅଫିସ, ୮ା୮: ବାତ୍ୟା ଫନୀରେ ପୁରୀ ସହରସ୍ଥ ବସ୍ତିଗୁଡ଼ିକ ମଧ୍ୟରୁ ସମୁଦ୍ର ଉପକୂଳ ପେଣ୍ଠକଟା ବସ୍ତି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏଠାରେ ବ୍ୟାପକ ସଂଖ୍ୟାରେ ଘର ଭାଙ୍ଗିଥିଲା। ତେଣୁ ଏହି ଅଞ୍ଚଳର ସ୍ବଚ୍ଛତା ଓ ପରିମଳ ଉପରେ ଗୁରୁତ୍ୱ ଦେଇଛି…

କାର୍ଯ୍ୟକ୍ଷମ ହେବ ଜୟପୁର ‘ସେବା ପେପର ମିଲ୍‌’: ମିଳିବ ସରକାରୀ ସହାୟତା

ଭୁବନେଶ୍ୱର,୮।୮(ବ୍ୟୁରୋ)- କୋରାପୁଟ ଜିଲାର ଜୟପୁର ନିକଟସ୍ଥ ସେବା ପେପର ମିଲ୍‌କୁ କାର୍ଯ୍ୟକ୍ଷମ କରାଯିବ। ଏ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଗୁରୁବାର ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ଏବଂ ଗୃହ ବିଭାଗୀୟ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ରଙ୍କ…

ଲୋକାୟୁକ୍ତ ସଦସ୍ୟଭାବେ ଦାୟିତ୍ୱ ନେଲେ ରାଜେନ୍ଦ୍ର ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ନୂଆ ଦାୟିତ୍ୱ ଗ୍ରହଣ କଲେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଲୋକାୟୁକ୍ତ ସଦସ୍ୟ ଭାବେ ସେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବାହ୍ନରେ ଡିଜିପି ଦାୟିତ୍ୱ ହସ୍ତାନ୍ତର କରିଥିଲେ ରାଜେନ୍ଦ୍ର ପ୍ରସାଦ।

୧୨ କୋଟି ଜିଏସ୍‌ଟି ଠକି ବ୍ୟବସାୟୀ ଗିରଫ

କଟକ ଅଫିସ, ୮।୮: ଜିଏସ୍‌ଟି ଠକେଇ ମାମଲାରେ ବଲାଙ୍ଗୀରର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ଗିରଫ କରାଯାଇଛି। ସେ ହେଲେ ଟିଟଲାଗଡ଼ର ତୀର୍ଥଙ୍କର ପଟେଲ। ତୀର୍ଥଙ୍କର ୧୨ କୋଟି ୮୪ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ରାଜ୍ୟ ଜିଏସ୍‌ଟି କମିଶନଙ୍କ ନିର୍ଦ୍ଦେଶକ୍ରମେ…

ଉପବାଚସ୍ପତି ରଜନୀକାନ୍ତ ସିଂହ ଆହତ

ଭୁବନେଶ୍ୱର, ୮।୮(ବ୍ୟୁରୋ): ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଗୁରୁବାର ଆହତ ହୋଇଛନ୍ତି। ଝୁଣ୍ଟିପଡ଼ିବାରୁ ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି।

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣକଲେ ବି.କେ. ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ଗୁରୁବାର ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଥିବା ଡା. ରାଜେନ୍ଦ୍ର ପ୍ରଶାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବା ପରେ ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?