ସ୍ପେଶାଲ୍ ସ୍କ୍ବାଡ୍ ଆଳରେ ବ୍ୟବସାୟୀଙ୍କୁ ଲୁଟ୍ ଘଟଣା : ୩ ପୋଲିସ କର୍ମଚାରୀଙ୍କ ଜାମିନ ଖାରଜ
କଟକ ଅଫିସ,୩୦।୮: କମିଶନରେଟ୍ ପୋଲିସ ସ୍ପେଶାଲ୍ ସ୍କ୍ବାଡ୍ କହି ବ୍ୟବସାୟୀଙ୍କଠୁ ଦେଢ଼ ଲକ୍ଷ ଟଙ୍କା ଲୁଟିବା ଘଟଣାରେ ଅଭିଯୁକ୍ତ ଟାଙ୍ଗୀ ଥାନାର ୩ ପୋଲିସ କର୍ମଚାରୀଙ୍କ ଜାମିନ ଖାରଜ ହୋଇଛି। ଏହି ତିନିଜଣ କଟକ ଜେଏମ୍ଏଫସି(ଗ୍ରାମ୍ୟ)ରେ ଜାମିନ ପାଇଁ ଆବେଦନ କରିଥିଲେ।…
ବାଣୀବିହାର ଛକରେ ରହିପାରିବନି ବସ୍
ଭୁବନେଶ୍ୱର,୩୦।୮(ବ୍ୟୁରୋ) : ଏଥର ସାବାଡ ହେବେ ବସ୍ ଡ୍ରାଇଭର। ସେମାନେ ଆଉ ମନଇଚ୍ଛା ବାଣୀବିହାର ଛକରେ ନିୟମ ଉଲ୍ଲଂଘନ କରି ବସ୍ ରଖିପାରିବେ ନାହିଁ। ସେହିପରି ରଙ୍ଗ୍ରୁଟ୍ରେ କୌଣସି ଗାଡ଼ି ଚଳାଚଳ କରିପାରିବ ନାହିଁ। ଏଠାରେ ଟ୍ରାଫିକ ସମସ୍ୟା ଜଟିଳ ହେଉଥିବାରୁ…
ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ମାମଲା : ଆଶୀର୍ବାଦଙ୍କ ସହ ୩ଜଣଙ୍କ ବିରୋଧରେ ଚାର୍ଜଶିଟ୍
ଭୁବନେଶ୍ୱର,୩୦।୮(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ମାମଲାରେ ସିବିଆଇର ପ୍ରାଥମିକ ଚାର୍ଜଶିଟ୍ ସିବିଆଇ କୋର୍ଟରେ ଗୁରୁବାର ଦାଖଲ କରିଛି। ସିବିଆଇ ଓଡ଼ିଶା କ୍ରିକେଟ ଆସୋସିଏଶନ୍(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସହ ଅନ୍ୟ ଦୁଇ ଜଣଙ୍କ ନାମରେ ଏହି ଚାର୍ଜଶିଟ୍ ଦାଖଲ କରିଛି। ଅନ୍ୟ…
ରମାଦେବୀରୁ ପ୍ରଥମ ଡକ୍ଟରେଟ୍ ପାଇଲେ ରେଣୁ
ଭୁବନେଶ୍ୱର,୩୦।୮(ବ୍ୟୁରୋ) : ବିଶିଷ୍ଟ ବୈଜ୍ଞାନିକ ତଥା କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡ. ରେଣୁ ସ୍ବରୂପଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରଥମ ସମ୍ମାନ ସୂଚକ ଡକ୍ଟରେଟ୍ (ଡି.ଏସ୍ସି) ପ୍ରଦାନ କରିଛି। ଗୁରୁବାର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ…
ଡିସେମ୍ବର ୧ରୁ ଦୁଇଦିନିଆ ସବୁଜ ସମାରୋହ : ଯୋଗଦେବେ ୫୦ ଦେଶର ପ୍ରତିନିଧି
ଭୁବନେଶ୍ୱର,୩୦।୮(ବ୍ୟୁରୋ) : ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି, ଅତିବୃଷ୍ଟି, ଅନାବୃଷ୍ଟି ଆଦି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୧ରୁ ଦୁଇଦିନିଆ ସବୁଜ ସମାରୋହ ଅନୁଷ୍ଠିତ ହେବ। ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ଆୟୋଜିତ ହେବାକୁ…
ପୂର୍ବ ଯୋଜନାର ଫଳ ଏମିତି
ସହରାଞ୍ଚଳ ବିକାଶ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ପ୍ରତିବର୍ଷ ମାଳମାଳ ଯୋଜନା ଓ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି। ବିଶେଷକରି ସ୍ବାୟତ୍ତଶାସନ ଦିବସରେ ସର୍ବାଧିକ ପ୍ରକଳ୍ପ ଘୋଷଣା ସହ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବେ ଉଦ୍ଘାଟନ ତଥା ଶିଳାନ୍ୟାସ କରାଯାଉଛି।…
ଯୁକ୍ତ ୨ ବହି ଆଉ ଛାପିବନି ଟେକ୍ଷ୍ଟ ବୁକ୍ ଅଫ ବ୍ୟୁରୋ
ଭୁବନେଶ୍ୱର,୩୦।୮(ବ୍ୟୁରୋ): ଟେକ୍ଷ୍ଟ ବୁକ୍ ଅଫ ବ୍ୟୁରୋ ଅଫିସ୍ କାର୍ଯ୍ୟାଳୟଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉଚ୍ଚଶିକ୍ଷା ବିଭାଗ ସଚିବ, ଟେକ୍ଷ୍ଟ ବୁକ୍ ଅଫ୍ ବ୍ୟୁରୋର ନିର୍ଦ୍ଦେଶକ ଏବଂ ସଦସ୍ୟମାନେ ଉପସ୍ଥିତ…
ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୩୦।୮(ବ୍ୟୁରୋ) : ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ସକାଳ ୧୦ଟା ଏବଂ ଫେରିବା ସମୟ ଅପରାହ୍ନ ୫ଟା ୩୦ ମିନିଟ ଧାର୍ଯ୍ୟ କରିଛନ୍ତି। ଏହି ସମୟ ପରେ ଆସୁଥିବା ଏବଂ ପୂର୍ବରୁ ଯାଉଥିବା କାର୍ମଚାରୀମାନଙ୍କୁ ଅନୁପସ୍ଥିତ ବୋଲି…
ଆଜିଠାରୁ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା
ଭୁବନେଶ୍ୱର,୩୦-୮(ବ୍ୟୁରୋ):ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଯୁକ୍ତ ୨ କଲେଜଗୁଡିକରେ ଖାଲିଥିବା ସିଟ୍ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଥିବା ବେଳେ ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ର ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ…
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ:ଗଠନ ହେଲା ସଚିବସ୍ତରୀୟ କମିଟି
ଭୁବନେଶ୍ୱର,୩୦-୮(ବ୍ୟୁରୋ):ଦୀର୍ଘଦିନ ଧରି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ଜୋର୍ ଧରିଛି। ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ଲାଗି ବାରମ୍ବାର ଦାବି କରାଯାଉଛି। ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭିନ୍ନ ପ୍ରାନ୍ତରୁ ଆସି…
୩ ଶୀର୍ଷ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ: ମୁଖ୍ୟ ଶାସନ ସଚିବଙ୍କୁ ୨୦, ଉନ୍ନୟନ କମିଶନର ୧୫ ଏବଂ ଏପିସିଙ୍କୁ ୫ ବିଭାଗ ଦାୟିତ୍ୱ
ଭୁବନେଶ୍ୱର,୩୦-୮(ବ୍ୟୁରୋ):ରାଜ୍ୟ ପ୍ରଶାସନର ଶୀର୍ଷସ୍ତରରେ ସରକାରୀ କାର୍ଯ୍ୟକୁ ଉତ୍ତମ ରୂପେ ତର୍ଜମା କରାଯିବ। ବିଭାଗୀୟ ଅନୁଶୀଳନ ପରେ ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ଫାଇଲଗୁଡିକ ତଦାରଖ କରିବେ। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଫାଇଲ ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ)କୁ…
ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚିଲେ ମନ୍ତ୍ରୀ
ଭୁବନେଶ୍ୱର, ୩୦-୮(ବ୍ୟୁରୋ):ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଗୁରୁବାର ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପରିଦର୍ଶନ କରିଛନ୍ତି ା ମନ୍ତ୍ରୀ ସାହୁ ପୂର୍ବାହ୍ନ ୧୦ଟାରେ ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚତ୍ଥିଲେ। ମନ୍ତ୍ରୀ ଉକ୍ତ କାର୍ଯ୍ୟାଳୟରେ ଲାଗିଥିବା ବାୟୋମେଟ୍ରିକ୍ ଏବଂ କର୍ମଚାରୀମାନଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ ା…

