ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ସକାଳ ୧୦ଟା ଏବଂ ଫେରିବା ସମୟ ଅପରାହ୍ନ ୫ଟା ୩୦ ମିନିଟ ଧାର୍ଯ୍ୟ କରିଛନ୍ତି। ଏହି ସମୟ ପରେ ଆସୁଥିବା ଏବଂ ପୂର୍ବରୁ ଯାଉଥିବା କାର୍ମଚାରୀମାନଙ୍କୁ ଅନୁପସ୍ଥିତ ବୋଲି ଧରି ନିଆଯିବ। ଦିନକୁ କାର୍ଯ୍ୟାଳୟରେ କର୍ମଚାରୀମାନେ ଅତି କମରେ ସାଢ଼େ ୭ ଘଣ୍ଟା ରହିବାକୁ ବାଧ୍ୟ। ସାଧାରଣ ପ୍ରଶାସନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ପାଇଁ ଗୋଟିଏ ନିୟମ କରାଯାଇଛି। ମାତ୍ର କେତେକ କର୍ମଚାରୀ ଏହି ନିର୍ଦ୍ଦେଶନାମାକୁ ବେଖାତିର କରି ମନଇଚ୍ଛା କାର୍ଯ୍ୟାଳୟକୁ ଆସୁଥିବା ଜଣାପଡିଛି। ବିଳମ୍ବରେ ଆସୁଥିବା କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଜିଷ୍ଟ୍ରାର କୋ ଅପରେଟିଭ ସୋସାଇଟି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ରେଜିଷ୍ଟ୍ରାର ବିଭୂତିଭୂଷଣ ପଟ୍ଟନାୟକ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେତେକ କର୍ମଚାରୀ ନିୟମିତ ଭାବେ ବିଳମ୍ବରେ ଆସୁଛନ୍ତି। ଯେଉଁମାନେ ବିଳମ୍ବରେ ଆସୁଛନ୍ତି ସେମାନଙ୍କୁ ଅନୁପସ୍ଥିତ ଭାବେ ଧରି ନିଆଯିବ। ଏଥିସହିତ ଯେଉଁମାନେ ବିନାନୁମତିରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀଙ୍କ ଉପସ୍ଥାନ ରେଜିଷ୍ଟରକୁ ପ୍ରତ୍ୟେକ ଦିନ ୧୦ଟା ୩୦ ସୁଦ୍ଧା ରେଜିଷ୍ଟ୍ରାରଙ୍କ ନିକଟରେ ଯାଞ୍ଚ କରିବା ପାଇଁ ରଖିବାକୁ ପ୍ରତ୍ୟେକ ବିଭାଗର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗତ ସଚିବସ୍ତରୀୟ ବୈଠକରେ ମଧ୍ୟ ସଚିବମାନଙ୍କୁ କର୍ମଚାରୀଙ୍କ ଉପସ୍ଥାନକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ କର୍ମଚାରୀମାନେ ଏହି ନିର୍ଦ୍ଦେଶନାମାକୁ ମାନୁନାହାନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଏହି ୫ଟି ରାଶିକୁ ଲାଗିପାରେ ବଡ଼ ଆର୍ଥିକ ଝଟ୍‌କା, ରହିବାକୁ ହେବ ସାବଧାନ!

ଜ୍ୟୋତିଷୀୟ ସଂଯୋଗ ଏବଂ ଗ୍ରହମାନଙ୍କ ଚଳନ ଯୋଗୁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ଗ୍ରହ ସ୍ଥିତି ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri