ରମାଦେବୀରୁ ପ୍ରଥମ ଡକ୍ଟରେଟ୍‌ ପାଇଲେ ରେଣୁ

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ବିଶିଷ୍ଟ ବୈଜ୍ଞାନିକ ତଥା କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡ. ରେଣୁ ସ୍ବରୂପଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରଥମ ସମ୍ମାନ ସୂଚକ ଡକ୍ଟରେଟ୍‌ (ଡି.ଏସ୍‌ସି) ପ୍ରଦାନ କରିଛି। ଗୁରୁବାର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବରୂପଙ୍କୁ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ନିଜ ବକ୍ତବ୍ୟରେ କହିଥିଲେ, ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମାନବ ସଭ୍ୟତାର ଅଗ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଲୋକମାନଙ୍କର ବହୁବିଧ ଅଭୀପ୍‌ସା, ଆକାଂକ୍ଷା ଓ ଅଭିଳାଷ ପୂରଣ କରିବାରେ ଏହା ସଫଳ ହୋଇଛି। ହେଲେ ବିଜ୍ଞାନ ସହ ନୀତିଶାସ୍ତ୍ରକୁ ଏକାଠି କରି ମାନବ ସଭ୍ୟତାର ଭବିଷ୍ୟତ ମାର୍ଗକୁ ନିର୍ଦ୍ଧାରଣ କରାଯିବା ଦରକାର। ବିଜ୍ଞାନ ଓ ବିକାଶ ଆଜି ମଣିଷର ଆବଶ୍ୟକତା ପୂରଣ କରିବାକୁ ଉଦ୍ଦିଷ୍ଟ। କିନ୍ତୁ ଆଧ୍ୟାତ୍ମିକ ଓ ଭାବପ୍ରବଣ ଆବଶ୍ୟକତା ଅପୂରଣୀୟ ରହିଲେ ମାନବ ଜୀବନ ସାର୍ଥକ ହେବା ଅସମ୍ଭବ ବୋଲି ରାଜ୍ୟପାଳ କହିଥିଲେ। ସେ ଆହୁରି କହିଥିଲେ, ପୃଥିବୀ ବର୍ତ୍ତମାନ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ପୃଥିବୀକୁ ଧ୍ୱଂସମୁଖରୁ ବଞ୍ଚାଇବାକୁ ବିଜ୍ଞାନର ଗତି ଓ ପ୍ରକୃତିକୁ ଆହୁରି ମୂଲ୍ୟବୋଧ ଆଧାରିତ କରିବା ଦରକାର। ଭୌଗୋଳିକ ଭାବେ ଓଡ଼ିଶା ରାଜ୍ୟର ପରମ୍ପରା, ଐତିହ୍ୟ ଓ ଚେତନା ବିଶ୍ୱବ୍ୟାପୀ। ଜଗନ୍ନାଥ ଧର୍ମ, ପରମ୍ପରା ଓ ସଂସ୍କୃତି ବିଶ୍ୱକୁ ସଙ୍କଟରୁ ମୁକ୍ତି ଦେବାରେ ଦିଗ୍‌ଦର୍ଶନ ଦେବାକୁ ସକ୍ଷମ। ଓଡ଼ିଶାରେ ଯେଉଁମାନେ ଜନ୍ମ ନେଇଛନ୍ତି ସେମାନେ ଭାଗ୍ୟବାନ ବୋଲି ରାଜ୍ୟପାଳ ଏହି ଅବସରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା: ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ…

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା ପରମ୍ପରା କେଉଁ ଆବହମାନ କାଳରୁ ଚଳିଆସିଛି। ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ ପବିତ୍ର…

ତିଲୋରୀରେ ନିଆରା ଢଙ୍ଗରେ ପାଳିତ ହେଲା ବାହୁଡ଼ା ଯାତ୍ରା: ଖଟୁଲିରେ ବିଜେ କଲେ…

ଦାରିଙ୍ଗବାଡି, ୨୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି।…

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଜାତୀୟ ରାଜନୀତିରେ ହଲଚଲ: ଆଜି ରାତି ୮ଟାରେ ବଡ଼ ଘୋଷଣା କରିବେ ସରକାର…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ପରେ କକରୋଚ ଜନତା ପାର୍ଟି (CJP) ର ପ୍ରତିବାଦ ଏବଂ ଜେନ୍-ଜି (Gen-Z) ଙ୍କ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲର୍ଟ…

ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭: ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ…

CJPକୁ ସମର୍ଥନ କରି ଚାକିରି ଛାଡିଲେ ଉତ୍ତରାଖଣ୍ଡ ପୋଲିସ! ଆନ୍ଦୋଳନକୁ ନେଇ କଲେ ବଡ଼ ଖୁଲାସା,ଦେଶରେ ଚହଳ…

ନୂଆଦିଲ୍ଲୀ,୨୪।୭: CJP ମଞ୍ଚ ଏହାର ଚାଲିଥିବା ପ୍ରତିବାଦ ଯୋଗୁଁ ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ଏବେ, ସେଠାରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri