ମେଟ୍ରୋ

ମହାନଦୀ ଜଳବିବାଦ: ଉଭୟ ରାଜ୍ୟ ଗସ୍ତ କରିବେ ବୈଷୟିକ ଟିମ୍‌, ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡ଼ିଶା ଓ ପଡ଼ୋଶର ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଶନିବାର ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ୍‌ ୨ ରାଜ୍ୟ ଗସ୍ତ କରିବେ। ଏହାପରେ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ…

ଲାଞ୍ଚୁଆ ଅଧିକାରୀଙ୍କୁ ଚିହ୍ନାଇବେ ଦଲାଲ, ତା’ ପରେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଗତ ଦୁଇ ଦିନରେ ରାଜ୍ୟର ବିଭିନ୍ନ ଆର୍‌ଟିଓ କାର୍ଯ୍ୟାଳୟରୁ ଏକାଧିକ ଦଲାଲଙ୍କୁ ଗିରଫ କରାଯାଇଛି। ଏନେଇ ଶନିବାର ପ୍ରତିକ୍ରିୟା ରଖି ପରିବହନ ମନ୍ତ୍ରୀ…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରୀତା: କହିଲେ ‘ ଅଧୁରା କାର୍ଯ୍ୟ ପୂରା କରିବି’

ଭୁବନେଶ୍ୱର,୨୮।୯(ବ୍ୟୁରୋ): ପୁଣି ଥରେ ରୀତା ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି ବିଜେଡି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବିଜେପୁର ଉପନିର୍ବାଚନ ପାଇଁ ରୀତାଙ୍କୁ ପ୍ରାର୍ଥୀ କରାଯାଇଥିବା ଘୋଷଣା କରିଛନ୍ତି। ଏହାପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ରୀତା।…

ନିର୍ବାଚନରେ ଲଢ଼ିବାକୁ ପାଣ୍ଠି ନ ଥିବା ପ୍ରସଙ୍ଗ; କଂଗ୍ରେସକୁ ମିଳଛି ୧୦ହଜାର ସହାୟତା: ନିରଞ୍ଜନ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ଲଢ଼ିବା ପରେ କଂଗ୍ରେସ ହାତରେ ବିଜେପୁର ଉପନିର୍ବାଚନରେ ଲଢ଼ିବା ପାଇଁ ପାଣ୍ଠି ନାହିଁ। ଏଣୁ କଂଗ୍ରେସକୁ ଆର୍ଥିକ ସହାୟତା ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅପିଲ କରିଥିଲେ। ତେବେ ଜଣେ ବଦାନ୍ୟ ବ୍ୟକ୍ତି କଂଗ୍ରେସକୁ…

ବିଜେପୁର ଉପନିର୍ବାଚନ: ରବିବାର ଭାଜପାର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଅକ୍ଟୋବର ୨୧ରେ ବିଜେପୁର ବିଧାନସଭା ଆସନ ଲାଗି ପଡ଼ିବ ଭୋଟ। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟର ୩ ପ୍ରମୁଖ ଦଳମାନେ ପ୍ରାର୍ଥୀ ଚୟନରେ ବ୍ୟସ୍ତ। ପ୍ରଥମେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଶନିବାର ବିଜେଡି ରୀତା ସାହୁଙ୍କୁ…

ନବୀନଙ୍କ ଘୋଷଣା: ବିଜେପୁରରୁ ପୁଣି ଲଢ଼ିବେ ରୀତା ସାହୁ

ଭୁବନେଶ୍ୱର,୨୮।(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଶନିବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିବା ନେଇ ଘୋଷଣା କରିଛନ୍ତି। ରୀତା ବିଜେପୁରର ଲୋକପ୍ରିୟ ବିଧାୟକ ସୁବଳ…

ସିଧାସଳଖ ଅନ୍‌ଲାଇନରେ ପଞ୍ଜୀକୃତ କରିପାରିବେ ଚାଷୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସିଙ୍କ ବିନା ସହାୟତାରେ ଚାଷୀମାନେ ସିଧାସଳଖ କେନ୍ଦ୍ର ସରକାରଙ୍କ ପିଏମ-କିଷାନ ନିଧି ଯୋଜନାରେ ନିଜକୁ ସାମିଲ କରି ପାରିବେ। ପିଏମ କିଷାନ ନିଧି ଓ୍ବେବ ପୋର୍ଟାଲ http:/www.pmkishan.gov.in ଜରିଆରେ ଚାଷୀମାନେ ସହାୟତା ରାଶି ପାଇବା…

ରାଜ୍ୟରେ ଆରମ୍ଭ ହେବ ‘ଆଇବିଏମ୍‌ ଷ୍ଟିମ୍‌ ଫର୍‌ ଗର୍ଲସ’

ଭୁବନେଶ୍ୱର,୨୮।୯ (ବ୍ୟୁରୋ): ରାଜ୍ୟରେ ‘ଆଇବିଏମ୍‌ ଷ୍ଟିମ୍‌ ଫର୍‌ ଗର୍ଲସ’ କାର୍ଯ୍ୟକ୍ରମ ପ୍ରଚଳନ କରିବା ପାଇଁ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇବିଏମ୍‌ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ରାଜ୍ୟର ୧୨୫ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ…

ସୁମନଙ୍କୁ ‘ଏଆର୍‌ ମିସେସ୍‌ ଇଣ୍ଡିଆ ଓଡ଼ିଶା’ ଟାଇଟଲ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଦେଶର ଅନ୍ୟତମ ଲୋକପ୍ରିୟ ବ୍ୟୁଟି ପାଜେଣ୍ଟ ‘ଏଆର୍‌ ମିସେସ୍‌ ଇଣ୍ଡିଆ’ର ୨୦୧୯ ସଂସ୍କରଣ ପାଇଁ ନିକଟରେ ଦେଶର ବିଭିନ୍ନ ସହରରେ ଅଡିଶନ୍‌ ଶେଷ ହୋଇଛି। ଏହାସହ ବିଭିନ୍ନ ରାଜ୍ୟ ପାଇଁ ବିଜେତାଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଓଡ଼ିଶାର…

ସଭ୍ୟ ସଂଗ୍ରହ ଅଭିଯାନକୁ ନବୀନଙ୍କ ଗୁରୁତ୍ୱ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ସଭ୍ୟ ସଂଗ୍ରହ କାର୍ଯ୍ୟ ଜାରି ରହିଛି। ସଭ୍ୟ ସଂଗ୍ରହ ସମୟରେ ଯୁବବର୍ଗ…

ଅକ୍ଟୋବର ୪,୧୪ରେ ଖଣି ନିଲାମ ନେଇ ବିଜ୍ଞପ୍ତି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୪ ଏବଂ ୧୪ରେ ପର୍ଯ୍ୟାୟକ୍ରମେ ୨୦ଟି ଖଣି ପାଇଁ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇବ। ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ସରୁଥିବା ଖଣିଗୁଡିକର ନିଲାମ ପ୍ରକ୍ରିୟା ତ୍ୱରାନ୍ବିତ କରାଯିବ। ଗତ…

ପୋଲାଭରମ୍‌ ସିଇଓଙ୍କୁ ନଭେମ୍ବର ୭ରେ ଏନ୍‌ଜିଟିରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) ଇନ୍ଦିରା ସାଗର ପୋଲାଭରମ ପ୍ରକଳ୍ପର ସିଇଓଙ୍କୁ ଆସନ୍ତା ନଭେମ୍ବର ୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲାଭରମ ପ୍ରକଳ୍ପ ପରିବେଶକୁ ବ୍ୟାପକ କ୍ଷତି ପହଞ୍ଚାଯାଉଛି ବୋଲି ଆଗତ ଅଭିଯୋଗ ନେଇ ଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?