ମହାନଦୀ ଜଳ ବିବାଦ: ଆଜି ଶୁଣାଣି
ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡ଼ିଶା ଓ ପଡୋଶୀ ଛତିଶଗଡ ମଧ୍ୟରେ ମହାନଦୀକୁ ନେଇ ବିବାଦ ଲାଗି ରହିଛି। ଟ୍ରିବ୍ୟୁନାଲ ଶନିବାର ଏହି ମାମଲାରେ ଶୁଣାଣି କରିବାକୁ ଯାଉଛି। ଏହାର ଦିନକ ପୂର୍ବରୁ ଓଡିଶା ଏବଂ ଛତିଶଗଡର ପ୍ରତିନିଧି ଦଳ ନୂଆଦିଲ୍ଲୀସ୍ଥିତ ଓଡିଶା ଭବନଠାରେ ଏକ…
୭ ଜିଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲାର କେତେକ ସ୍ଥାନରେ…
ପ୍ରଦର୍ଶିତ ହେଲା ଫନୀ ସମ୍ପର୍କିତ ବୃତ୍ତଚିତ୍ର
ଭୁବନେଶ୍ୱର,୨୮।୯(ବ୍ୟୁରୋ): ସାମୁଦ୍ରିକ ଝଡ ‘ଫନୀ’ର ସଫଳ ମୁକାବିଲା ଉପରେ ପର୍ଯ୍ୟବସିତ ବୃତ୍ତଚିତ୍ର ଶୁକ୍ରବାର ନ୍ୟାଶନାଲ ଜିଓଗ୍ରାଫିକ୍ ଚ୍ୟାନେଲରେ ରାତି ୯ଟାରେ ପ୍ରସାରିତ ହୋଇଯାଇଛି। ଏହି ବୃତ୍ତ ଚିତ୍ରର ନାମ ‘ ମେଗା ସାଇକ୍ଲୋନ୍ ଫନୀ: ରେସକ୍ୟୁଙ୍ଗ୍ ଏ ମିଲିୟନ’। ମୁଖ୍ୟମନ୍ତ୍ରୀ ନବୀନ…
ଆଜିଠୁ ଗଡ଼ିବ ୪ ନୂଆ ମେମୁ ଟ୍ରେନ: କଟକରୁ ପୁରୀ, ଭଦ୍ରକ ଓ ପାରାଦୀପ ଚଳାଚଳ କରିବ
ଭୁବନେଶ୍ୱର, ୨୮।୯(ବ୍ୟୁରୋ): ପୂର୍ବତଟ ରେଳପଥ ୪ଟି ନୂଆ ମେମୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଶନିବାରଠାରୁ ଏହି ଟ୍ରେନଗୁଡ଼ିିକ ପୁରୀ-କଟକ, କଟକ-ଭଦ୍ରକ, କଟକ-ପାରାଦ୍ୱୀପ ସେକ୍ସନ ମଧ୍ୟରେ ଚଳାଚଳ କରିବ। ପୁରୀ-କଟକ ମେମୁ ଟ୍ରେନ(୬୮୪୧୫-୬୮୪୧୬) କଟକ-ପୁରୀ ପାସେଞ୍ଜର(୫୮୪୧୫-୫୮୪୧୬) ବଦଳରେ ଚଳାଚଳ କରିବ।…
କମିଶନରେଟ ପୋଲିସ ସହ ବସ୍ ମାଲିକଙ୍କ ବୈଠକ: ଓଭରବ୍ରିଜ ଉପରେ ହିଁ ଯିବ ଦୂରଗାମୀ ବସ୍
ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଦୂରଗାମୀ ବସ୍କୁ ଓଭରବ୍ରିଜ୍ ତଳେ ନ ଯିବାକୁ ପୋଲିସ କମିଶନର ନିର୍ଦ୍ଦେଶ ରହିଥିଲା। ଯେଉଁମାନେ ନିୟମ ଭାଙ୍ଗି ଓଭରବ୍ରିଜ ତଳେ ଯିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା…
ବ୍ଲକ ଅଫିସ ସମ୍ମୁଖରେ ଭାଜପାର ବିକ୍ଷୋଭ
ବାରଙ୍ଗ/ବାଲିଅନ୍ତା,୨୮।୯(ଡି.ଏନ୍.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ନାଁ ବଦଳାଇ ହଡ଼ପ କରିବା ଓ ବିଭିନ୍ନ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗରେ ଭାଜପା ବାରଙ୍ଗ ମଣ୍ଡଳ ପକ୍ଷରୁ ଶୁକ୍ରବାର ବିକ୍ଷୋଭ କରିଛି। ବାଙ୍କୀ ଭାଜପା ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀଙ୍କ…
ଅଧିକାଂଶ ଯୁବପିଢ଼ି ହୃଦ୍ରୋଗର ଶିକାର ହେଉଛନ୍ତି
ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡିଏମ୍ ପବ୍ଲିକ୍ ସ୍କୁଲ ପରିସରରେ ଶୁକ୍ରବାର ‘ବିଶ୍ୱ ହୃଦୟ ଦିବସ’ ଅବସରରେ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ହୃଦ୍ରୋଗ ବିଶେଷଜ୍ଞ ଡା.…
କମିଶନରେଟ ପୋଲିସରେ ଗଡ଼ିଲା ନୂଆ ୮ ପିସିଆର
ଭୁବନେଶ୍ୱର,୨୮।୯(ବ୍ୟୁରୋ): ନାଲ୍କୋ ସହାୟତାରେ ରାଜଧାନୀରେ ଗଡ଼ିଛି ଆଉ ୮ ନୂଆ ପିସିଆର। ଶୁକ୍ରବାର ସକାଳେ ପୋଲିସ କମିଶନରଙ୍କ ମୁଖ୍ୟାଳୟରେ ନାଲ୍କୋ ସିଏମ୍ଡି ତପନ କୁମାର ଚାନ୍ଦ ଏବଂ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପତାକା ଦେଖାଇ ନୂଆ ପିସିଆର ଭ୍ୟାନକୁ ଶୁଭାରମ୍ଭ…
ଶ୍ରୀଲିଙ୍ଗରାଜ ମନ୍ଦିରରେ ପଶିଲା କୁକୁର: ନୀତି ବିଳମ୍ବ ନେଇ ନିଜକୁ ଦାୟୀ କଲା ଏଏସ୍ଆଇ
ପୁରୁଣା ଭୁବନେଶ୍ୱର, ୨୮।୯(ଡି.ଏନ.ଏ.): ଶୁକ୍ରବାର ଶ୍ରୀଲିଙ୍ଗରାଜ ମନ୍ଦିରକୁ କୁକୁର ପଶି ଆସିବା ନେଇ ଠାକୁରଙ୍କ ନୀତିରେ ବିଳମ୍ବ ହୋଇଥିଲା। ଏହି ଘଟଣାରେ ଏଏସ୍ଆଇ ନିଜକୁ ଦାୟୀ କରିଛି। ଖବର ମୁତାବକ, ଦିନ ୧୦ଟା ୧୦ରେ ଶ୍ରୀଜୀଉଙ୍କ ମାଘସ୍ନାନ ପାଇଁ ପ୍ରସ୍ତୁତି ଚାଲିଥିଲା।…
ଓ୍ବାଟର ପ୍ୟୁରିଫାୟର ଦେବା ଆଳରେ ଦେଢ଼ କୋଟି ଠକେଇ
ଭୁବନେଶ୍ୱର,୨୮।୯(ବ୍ୟୁରୋ): ହରିୟାଣାର ଏକ ସଂସ୍ଥା ଓ୍ବାଟର ପ୍ୟୁରିଫାୟର ଯୋଗାଇବା ଆଳରେ ପ୍ରାୟ ଦେଢ କୋଟି ଟଙ୍କା ଠକିନେଇ ଫେରାର ହୋଇଯାଇଛି। ପ୍ରାୟ ୩୨୭ ଜଣ ବ୍ୟକ୍ତି ଏହି ଠକାମିର ଶିକାର ହୋଇ ଶୁକ୍ରବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟୁରେ ଅଭିଯୋଗ…
ରଜନୀକାନ୍ତଙ୍କ ସହ ଅଭିନୟ କରିବେ ଓଡ଼ିଆ ଝିଅ
ଭୁବନେଶ୍ୱର, ୨୮।୯(ବ୍ୟୁରୋ): ସାଉଥ୍ ସୁପରଷ୍ଟାର୍ ତଥା ପ୍ରଖ୍ୟାତ ଅଭିନେତା ରଜନୀକାନ୍ତଙ୍କ ସହ ବଡ଼ ପରଦାରେ ଅଭିନୟ କରିବେ ଓଡ଼ିଶାର ଦେବୋସ୍ମିତା ପଟ୍ଟନାୟକ। ରଜନୀକାନ୍ତଙ୍କ ଆଗାମୀ ଫିଲ୍ମରେ ସେ ନଜରକୁ ଆସିବେ। ତାମିଲ୍ ଫିଲ୍ମ ‘ଦରବାର’ରେ ଅଭିନୟ ପାଇଁ ଦେବୋସ୍ମିତାଙ୍କୁ ସୁଯୋଗ ମିଳିଥିବାବେଳେ…
ତପନ ମିଶ୍ରଙ୍କୁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର
ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଦେଶର ପର୍ଯ୍ୟଟନ ଶିଳ୍ପକୁ ସର୍ବକାଳୀନ ଅବଦାନ ପାଇଁ ଜଗତସିଂହପୁର ଜିଲା ନାରଦୀୟା ଗ୍ରାମରେ ଜନ୍ମିତ ତପନ କୁମାର ମିଶ୍ରଙ୍କୁ ୨୦୧୮ ମସିହା ପାଇଁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଜଣେ ସ୍ବୀକୃତିପ୍ରାପ୍ତ ଟୁରିଷ୍ଟ…

