ନବୀନଙ୍କ ଘୋଷଣା: ବିଜେପୁରରୁ ପୁଣି ଲଢ଼ିବେ ରୀତା ସାହୁ

ଭୁବନେଶ୍ୱର,୨୮।(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଶନିବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିବା ନେଇ ଘୋଷଣା କରିଛନ୍ତି।

ରୀତା ବିଜେପୁରର ଲୋକପ୍ରିୟ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ। ସୁବଳଙ୍କ ପରଲୋକ ପରେ ସେ ବିଜେଡିରେ ସାମିଲ ହୋଇଥିଲେ। ୨୦୧୮ରେ ବିଜେଡି ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେ ବିପୁଳ ଭୋଟରେ ବିଜୟୀ ମଧ୍ୟ ହୋଇଥିଲେ। ଏଣୁ ୨୦୧୯ରେ ଦଳ ତାଙ୍କୁ ବିଜେପୁରରୁ ପ୍ରାର୍ଥୀ କରିପାରେ ବୋଲି ଆଶା କରାଯାଉଥିଲା। ହେଲେ ନବୀନ ବିଜେପୁରରୁ ପ୍ରାର୍ଥୀ ହେବା ପରେ ସମସ୍ତ କଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଶେଷରେ ନିର୍ବାଚନରେ ୫୦ହଜାରରୁ ଊର୍ଦ୍ଧ୍ୱ ଭୋଟରେ ନବୀନ ବାଜିମାତ୍‌ କରିିଥିଲେ। ମାତ୍ର ପରବର୍ତ୍ତୀ ସମୟରେ କେବଳ ହିଞ୍ଜିଳି ଆସନଟିକୁ ରଖି ସେ ବିଜେପୁରରୁ  ଇସ୍ତଫା ଦେଇଥିଲେ। ଫଳରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା।

ପ୍ରକାଶଯୋଗ୍ୟ, ପୂର୍ବରୁ କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭାଜପା ଏଯାବତ୍‌ ପ୍ରାର୍ଥୀ ଘୋଷଣା କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆପଲପ୍ରେମୀଙ୍କୁ ଲାଗିବ ଝଟକା, ମହଙ୍ଗା ହେବ ଆଇଫୋନ! ସିଇଓ କହିଲେ…

ନୂଆଦିଲ୍ଲୀ,୧୮।୬: ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଆଇଫୋନର କ୍ରେଜ ଦେଖିବାକୁ ମିଳୁଛି । ଏହାରି ଭିତରେ ଆପଲ ସିଇଓ ଟିମ୍ କୁକ୍ ଏକ ବଡ଼ ଘୋଷଣା କରିଛନ୍ତି…

ଦେବଗଡ଼ରେ ବଢିଲା ଖରାଦିନ ସ୍କୁଲ ଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ…

ଦେବଗଡ,୧୮।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ୨୨ ତାରିଖରେ ଖୋଲିବ ସ୍କୁଲ। ୨୦ ତାରିଖ ଯାଏ ବଢ଼ିଲା ଖରାଦିନ ସ୍କୁଲ ଛୁଟି ଅବଧି। ଗ୍ରୀଷ୍ମ ପ୍ରବାହ ଯୋଗୁ…

ପାଣିପାଗ ବିଭାଗର ସୂଚନା, ବର୍ଷା ନେଇ ଏହି ୨୧ ଜିଲାକୁ ୱାର୍ନିଂ

ଭୁବନେଶ୍ୱର,୧୮।୬(ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ। ତେବେ ମୌସୁମୀ ଓ…

କେସିଙ୍ଗାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ଭ, ମିଳିବ ଏତିକି ଚାଉଳ

କେସିଙ୍ଗା,୧୮।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ବୁଧବାର ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ଓଡ଼ିଶାରେ ବଦଳିଲା ସ୍କୁଲ ଖୋଲିବା ସମୟ, କେଉଁଠି ଛୁଟି ତ କେଉଁଠି ସକାଳୁଆ କ୍ଲାସ୍…

ଭୁବନେଶ୍ୱର,୧୮।୬: ଓଡ଼ିଶାର ବିଭିନ୍ନ ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରାଛୁଟିକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। କେତେକ ଜିଲା ଗ୍ରୀଷ୍ମକାଳୀନ ଛୁଟି…

ବିଶ୍ୱ ଅଟିଷ୍ଟିକ ପ୍ରାଇଡ୍‌ ଦିବସ, ଅଧିକ ସଚେତନତା ଆବଶ୍ୟକ

ଅଟିଜିମ୍‌ ସମସ୍ୟା ଶିଶୁମାନଙ୍କଠାରେ ଦେଖିବାକୁ ମିଳିଥାଏ। ଏକ ଆକଳନରୁ ଜଣାପଡିଛି ଯେ, ଶତକଡା ତିନି ଭାଗ ଶିଶୁ ଅଟିଜିମ୍‌ର ଶିକାର ହୋଇଥାଆନ୍ତି। ଏ କ୍ଷେତ୍ରରେ ସଚେତନତା ବୃଦ୍ଧି…

୨ ଫାଇଲ ହଜିବା ଘଟଣା, ନବୀନ ଜେରା ହୋଇପାରନ୍ତି କହିଲେ ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୧୮।୬(ସୁନିତ୍‌ ମିଶ୍ର):ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍‌ ହଜିଥିବା ଅଭିଯୋଗ ହୋଇଛି। ଗୃହ ବିଭାଗ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ…

ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ, ୨ ଦିନ ମଧ୍ୟରେ ପୁରୁଣା ଦାୟିତ୍ୱରୁ ମୁକ୍ତ….

ଭୁବନେଶ୍ୱର,୧୮।୬(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଓଏସ୍‌ଡିଏମ୍‌ଏ (ଓସ୍‌ଡମା)ର ମୁଖ୍ୟ ମହାପ୍ରବନ୍ଧକ ଥିବା ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri