ଅକ୍ଟୋବର ୪,୧୪ରେ ଖଣି ନିଲାମ ନେଇ ବିଜ୍ଞପ୍ତି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୪ ଏବଂ ୧୪ରେ ପର୍ଯ୍ୟାୟକ୍ରମେ ୨୦ଟି ଖଣି ପାଇଁ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇବ। ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ସରୁଥିବା ଖଣିଗୁଡିକର ନିଲାମ ପ୍ରକ୍ରିୟା ତ୍ୱରାନ୍ବିତ କରାଯିବ। ଗତ ସପ୍ତାହରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଲାମ ସମ୍ପର୍କିତ ତର୍ଜମା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
ଉକ୍ତ ବୈଠକରେ ୨୨ଟି ଖଣି ନେଇ ଆଲୋଚନା ହୋଇଥିଲା। ତନ୍ମଧ୍ୟରେ ୧୦ଟି ଲୁହା ପଥର, ୪ଟି ମାଙ୍ଗାନିଜ୍‌ , ୭ଟି ମାଙ୍ଗାନିଜ/ଲୁହାପଥର ଏବଂ ଗୋଟିଏ କ୍ରୋମାଇଟ୍‌ ଖଣି ରହିଛି। ଯାଜପୁର ଜିଲା ସୁକିନ୍ଦାସ୍ଥିତ କ୍ରୋମାଇଟ୍‌ ବ୍ଲକକୁ ରାଜ୍ୟ ପ୍ରଶାସନ କୌଣସି ସରକାରୀ ଉଦ୍ୟୋଗ(ପିଏସ୍‌ୟୁ) ପାଇଁ ରଖିବାକୁ ଚିନ୍ତା କରୁଛନ୍ତି। ତେଣୁ ଏହି ବ୍ଲକଟିକୁ ନିଲାମ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାର ସମ୍ଭାବନା ରହିଛି। କେନ୍ଦୁଝର ଜିଲାର ୧୧ଟି ଖଣି ଏହି ନିଲାମ ପ୍ରକ୍ରିୟାରେ ସାମିଲ ହେବ। ଏଗୁଡିକ ହେଉଛି-ନୂଆଗାଁ, ଠାକୁରାଣୀ, ଗୁଆଲୀ, ଜିଲିଙ୍ଗ୍‌-ଲଙ୍ଗତୋଟା, ଝରି ବାହାଲ, ଟାଣ୍ଟୋ,ରୋଇଡା-୨, ଜୁରୁଡି ଏବଂ ବଳଦାସ୍ଥିତ ଲୁହାପଥର ଖଣି। ସେହି ଜିଲାର ଜାଜଙ୍ଗ, ସିଲ୍‌ଜୋରା-କାଳିମାଟିସ୍ଥିତ ଲୁହାପଥର ଏବଂ ମାଙ୍ଗାନିଜ ବ୍ଲକ, ମୟୂରଭଞ୍ଜ ଜିଲାର ଗୋରୁମହିଷାଣି, ବାଦାମପାହାଡସ୍ଥିତ ଲୁହାପଥର ବ୍ଲକ ନିଲାମ ପ୍ରକ୍ରିୟାରେ ସାମିଲ ହେବ। ଅନୁରୂପ ଭାବେ ସୁନ୍ଦରଗଡର କାନ୍ଥର-କୋଇରା, କୋଲମଙ୍ଗ, ମହୁଲସୁଖସ୍ଥିତ ମାଙ୍ଗାନିଜ୍‌ ବ୍ଲକକୁ ମଧ୍ୟ ନିଲାମ କରାଯିବ। ଏତଦ୍‌ବ୍ୟତୀତ ସେହିଜିଲାର ନାରାୟଣପାଶି, ନାଦିଦିହୀର ଗୋଟିଏ ବ୍ଲକ, ତେହେରାଇ ଓ ଗଣୁଆସ୍ଥିତ ଲୁହାପଥର ଏବଂ ମାଙ୍ଗାନିଜ ବ୍ଲକ ନିଲାମ ପ୍ରକ୍ରିୟାରେ ସାମିଲ ହେବ।
ଅକ୍ଟୋବର ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଥିବା ଏହି ନିଲାମ ପ୍ରକ୍ରିୟା ୨୦୨୧ ଜାନୁୟାରୀ ସୁଦ୍ଧା ସରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ଡିସେମ୍ବର ଦ୍ୱିତୀୟ ସପ୍ତାହସୁଦ୍ଧା ଯୋଗ୍ୟ ବିବେଚିତ ନିଲାମଧାରୀମାନେ ସିକ୍ୟୁରିଟି ରାଶି ଜମା ରଖିବେ ବୋଲି ସ୍ଥିର କରାଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଲୁହାପଥର ଖଣି ଲିଜ୍‌ ଅଞ୍ଚଳ ୫୮ ବର୍ଗ କିଲୋମିଟର ପର୍ଯ୍ୟନ୍ତ ସୀମିତ ରହୁଥିଲା। ହେଲେ ଏହାର ପରିସର ବୃଦ୍ଧି ପାଇଁ ରାଜ୍ୟ ପକ୍ଷରୁ କେନ୍ଦ୍ର ଖଣି ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିଲା। ଓଡ଼ିଶାର ଦାବିକୁ ବିଚାର କରି କେନ୍ଦ୍ର ଏହି ନିୟମରେ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ତେଣୁ ଏବେ ଲିଜ୍‌ଧାରୀମାନେ ୫୮ ବର୍ଗ କି.ମିରୁ ଅଧିକ ଅଞ୍ଚଳରେ ଖଣି କାରବାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri