ଅକ୍ଟୋବର ୪,୧୪ରେ ଖଣି ନିଲାମ ନେଇ ବିଜ୍ଞପ୍ତି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୪ ଏବଂ ୧୪ରେ ପର୍ଯ୍ୟାୟକ୍ରମେ ୨୦ଟି ଖଣି ପାଇଁ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇବ। ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ସରୁଥିବା ଖଣିଗୁଡିକର ନିଲାମ ପ୍ରକ୍ରିୟା ତ୍ୱରାନ୍ବିତ କରାଯିବ। ଗତ ସପ୍ତାହରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଲାମ ସମ୍ପର୍କିତ ତର୍ଜମା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
ଉକ୍ତ ବୈଠକରେ ୨୨ଟି ଖଣି ନେଇ ଆଲୋଚନା ହୋଇଥିଲା। ତନ୍ମଧ୍ୟରେ ୧୦ଟି ଲୁହା ପଥର, ୪ଟି ମାଙ୍ଗାନିଜ୍‌ , ୭ଟି ମାଙ୍ଗାନିଜ/ଲୁହାପଥର ଏବଂ ଗୋଟିଏ କ୍ରୋମାଇଟ୍‌ ଖଣି ରହିଛି। ଯାଜପୁର ଜିଲା ସୁକିନ୍ଦାସ୍ଥିତ କ୍ରୋମାଇଟ୍‌ ବ୍ଲକକୁ ରାଜ୍ୟ ପ୍ରଶାସନ କୌଣସି ସରକାରୀ ଉଦ୍ୟୋଗ(ପିଏସ୍‌ୟୁ) ପାଇଁ ରଖିବାକୁ ଚିନ୍ତା କରୁଛନ୍ତି। ତେଣୁ ଏହି ବ୍ଲକଟିକୁ ନିଲାମ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାର ସମ୍ଭାବନା ରହିଛି। କେନ୍ଦୁଝର ଜିଲାର ୧୧ଟି ଖଣି ଏହି ନିଲାମ ପ୍ରକ୍ରିୟାରେ ସାମିଲ ହେବ। ଏଗୁଡିକ ହେଉଛି-ନୂଆଗାଁ, ଠାକୁରାଣୀ, ଗୁଆଲୀ, ଜିଲିଙ୍ଗ୍‌-ଲଙ୍ଗତୋଟା, ଝରି ବାହାଲ, ଟାଣ୍ଟୋ,ରୋଇଡା-୨, ଜୁରୁଡି ଏବଂ ବଳଦାସ୍ଥିତ ଲୁହାପଥର ଖଣି। ସେହି ଜିଲାର ଜାଜଙ୍ଗ, ସିଲ୍‌ଜୋରା-କାଳିମାଟିସ୍ଥିତ ଲୁହାପଥର ଏବଂ ମାଙ୍ଗାନିଜ ବ୍ଲକ, ମୟୂରଭଞ୍ଜ ଜିଲାର ଗୋରୁମହିଷାଣି, ବାଦାମପାହାଡସ୍ଥିତ ଲୁହାପଥର ବ୍ଲକ ନିଲାମ ପ୍ରକ୍ରିୟାରେ ସାମିଲ ହେବ। ଅନୁରୂପ ଭାବେ ସୁନ୍ଦରଗଡର କାନ୍ଥର-କୋଇରା, କୋଲମଙ୍ଗ, ମହୁଲସୁଖସ୍ଥିତ ମାଙ୍ଗାନିଜ୍‌ ବ୍ଲକକୁ ମଧ୍ୟ ନିଲାମ କରାଯିବ। ଏତଦ୍‌ବ୍ୟତୀତ ସେହିଜିଲାର ନାରାୟଣପାଶି, ନାଦିଦିହୀର ଗୋଟିଏ ବ୍ଲକ, ତେହେରାଇ ଓ ଗଣୁଆସ୍ଥିତ ଲୁହାପଥର ଏବଂ ମାଙ୍ଗାନିଜ ବ୍ଲକ ନିଲାମ ପ୍ରକ୍ରିୟାରେ ସାମିଲ ହେବ।
ଅକ୍ଟୋବର ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଥିବା ଏହି ନିଲାମ ପ୍ରକ୍ରିୟା ୨୦୨୧ ଜାନୁୟାରୀ ସୁଦ୍ଧା ସରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ଡିସେମ୍ବର ଦ୍ୱିତୀୟ ସପ୍ତାହସୁଦ୍ଧା ଯୋଗ୍ୟ ବିବେଚିତ ନିଲାମଧାରୀମାନେ ସିକ୍ୟୁରିଟି ରାଶି ଜମା ରଖିବେ ବୋଲି ସ୍ଥିର କରାଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଲୁହାପଥର ଖଣି ଲିଜ୍‌ ଅଞ୍ଚଳ ୫୮ ବର୍ଗ କିଲୋମିଟର ପର୍ଯ୍ୟନ୍ତ ସୀମିତ ରହୁଥିଲା। ହେଲେ ଏହାର ପରିସର ବୃଦ୍ଧି ପାଇଁ ରାଜ୍ୟ ପକ୍ଷରୁ କେନ୍ଦ୍ର ଖଣି ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିଲା। ଓଡ଼ିଶାର ଦାବିକୁ ବିଚାର କରି କେନ୍ଦ୍ର ଏହି ନିୟମରେ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ତେଣୁ ଏବେ ଲିଜ୍‌ଧାରୀମାନେ ୫୮ ବର୍ଗ କି.ମିରୁ ଅଧିକ ଅଞ୍ଚଳରେ ଖଣି କାରବାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri