ଆଜି ସରିବ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା
ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବୁଧବାର ଶେଷ ହେବ। ସନ୍ଧ୍ୟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍ରେ ପ୍ରକାଶ ପାଇବ। ସିଟ୍ ବଳକା ରହିଲେ ଆସନ୍ତା ୨୦ ତାରିଖରେ ସ୍ପଟ୍ ସିଲେକ୍ସନ ମେରିଟ୍...
ପୋଷ୍ଟମ୍ୟାନ୍ ନିଯୁକ୍ତି ପରୀକ୍ଷା ବାତିଲ: ସ୍ଥାନୀୟ ଭାଷାରେ ପୁଣି ହେବ
ନୂଆଦିଲ୍ଲୀ,୧୭ା୭(ପି.ଟି.) : ଗ୍ରାମାଞ୍ଚଳରେ ପୋଷ୍ଟମ୍ୟାନ୍ ଓ ଆସିଷ୍ଟାଣ୍ଟ ପଦବୀ ପାଇଁ ରବିବାର ଅନୁଷ୍ଠିତ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି। ତାମିଲ ପରିବର୍ତ୍ତେ କେବଳ ହିନ୍ଦୀ ଓ ଇଂଲିଶ୍ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିବାରୁ ତାହାକୁ ତାମିଲନାଡ଼ୁର ଏଆଇଏଡିଏମ୍କେ ବିରୋଧ...
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ
ଭୁବନେଶ୍ୱର,୧୬।୭(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବରିଷ୍ଠ ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ସୂଚନା ପାଇବା...
୩୩୨୩ ଗ୍ରାମକୁ ରାସ୍ତା ନାହିଁ
ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟରେ ୩୩୨୩ ଗ୍ରାମକୁ ପଞ୍ଚାୟତ କାର୍ଯ୍ୟାଳୟ ସହ ଯୋଡାଯାଇପାରିନାହିଁ। ଅନୁଗୋଳ ଜିଲାର ୯୫ଟି ଗ୍ରାମକୁ ରାସ୍ତା ନ ଥିବା ବେଳେ ବଲାଙ୍ଗୀର ୩୨, ବାଲେଶ୍ୱର...
ବିଧାନସଭାରେ ବିରୋଧୀ ମୁହାଁମୁହିଁ: ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବୀ
ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ଦୁଇଫାଳ। ସରକାରଙ୍କୁ ଘେରିବା ପରିବର୍ତ୍ତେ ପରସ୍ପରକୁ ବିରୋଧ କରୁଛନ୍ତି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ଭାଜପା ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ଏହାକୁ ନେଇ ମଙ୍ଗଳବାର ବିଧାନସଭାରେ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି...
ଅନୁଭବଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ମହିଳାଙ୍କ ବୟାନ ରେକର୍ଡ
କଟକ ଅଫିସ,୧୬।୭: କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ମହିଳାଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି। ୧୬୪ ଧାରାରେ କଟକ ଜେଏମ୍ଏଫ୍ସି କୋର୍ଟରେ ବୟାନ ରଖିଛନ୍ତି ମହିଳା। ଏହି...
ପଟ୍ଟନାୟିକିଆ ଛକରେ ୩ ଭାଇଙ୍କୁ ହତ୍ୟା ଘଟଣା: ୬ଜଣଙ୍କୁ ଗିରଫ କଲା ସତ୍ୟବାଦୀ ପୋଲିସ
ସାକ୍ଷୀଗୋପାଳ,୧୬।୭(ଡି.ଏନ୍.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଥିବା ଟ୍ରିପଲ୍ ମର୍ଡର ଘଟଣାରେ ମଙ୍ଗଳବାର ପୋଲିସ ୬ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୁବଳ ବେହେରା, ଶଙ୍କର ବେହେରା, ଭିକାରୀ ବେହେରା, ହରିହର ବେହେରା, ସଦାଶିବ...
ପଟ୍ଟନାୟିକିଆ ଛକରେ ତିନିଭାଇଙ୍କ ହତ୍ୟା ଘଟଣା:ଅଭିଯୁକ୍ତଙ୍କୁ ଧରିବାକୁ ୩ ସ୍ବତନ୍ତ୍ର ଟିମ୍ର ଚଢ଼ାଉ
ସାକ୍ଷୀଗୋପାଳ,୧୬।୭(ଡି.ଏନ୍.ଏ.):ପୁରୀ ଜିଲା ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ସତ୍ୟବାଦୀ ଥାନା ପୋଲିସ ସୋମବାର ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଉଦ୍ୟମ...
ଆଜି ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ
ପୁରୀ ଅଫିସ୍, ୧୬।୭: ଶ୍ରୀମନ୍ଦିରରେ ମଙ୍ଗଳବାର ଚନ୍ଦ୍ରଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ସକାଳ ୬ଟାରେ ଦ୍ୱାରଫିଟା ପରେ ନିର୍ଦ୍ଦିିଷ୍ଟ ନୀତି ସବୁ ସମ୍ପନ୍ନ ହୋଇଛି। ୧୦ଟା ସୁଦ୍ଧା ଗୋପାଳ ବଲ୍ଲଭ ଶେଷ ହେବ ପରେ...
ଛୋଟାଙ୍କ କୋଟିଏ ଟଙ୍କାର ଘର ଉଚ୍ଛେଦ କଲା ପ୍ରଶାସନ: ମାଟିରେ ମିଶିଲା ଦ୍ୱାରିକାନଗର ଆଡ୍ଡାସ୍ଥଳ
ଖୋର୍ଦ୍ଧା ଅଫିସ,୧୬।୭: ବ୍ରାଉନ୍ସୁଗାର କାରବାରରୁ ପଥର ଚୋରା ଚାଲାଣ। ବନ୍ଧୁକ କାରବାରଠାରୁ ଆରମ୍ଭ କରି ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ସୁଧାଂଶୁ ପରିଡ଼ା ଓରଫ୍ ଛୋଟା ଓରଫ ଶୁଭ୍ରାଂଶୁ ଜେଲ୍ ଯିବା ପରେ କଳାସାମ୍ରାଜ୍ୟର ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ...
ଅବ୍ୟବସ୍ଥା ଭିତରେ ଚୌଦ୍ୱାର ଜେଲ:ସୁରକ୍ଷା ଢିଲା, ସିସିଟିଭି ଅଚଳ
କଟକ ଅଫିସ,୧୬।୭: ଓଡ଼ିଶାର ସବୁଠୁ ବଡ ଜେଲ ହେଉଛି ଚୌଦ୍ୱାର ସର୍କଲ ଜେଲ। ଏଠାରେ ସବୁଠୁ ଅଧିକ କଏଦୀ ମଧ୍ୟ ରହୁଛନ୍ତି। ହେଲେ ଏହି ଜେଲରେ ଏବେ ଅନେକ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ୭୨୮ ଜଣ କଏଦୀଙ୍କ ରହିବା ପାଇଁ...
ପହଣ୍ଡି ବେଳେ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ
ପୁରୀ ଅଫିସ, ୧୬।୭: ସିଂହଦ୍ୱାର ସମ୍ମୁଖରେ ସୋମବାର ନୀଳାଦ୍ରିବିଜେ ପହଣ୍ଡି ଚାଲିଥିଲା। ଠାକୁରମାନେ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ରତ୍ନସିଂହାସନକୁ ବିଜେ କରୁଥିଲେ। ହଜାର ହଜାର ଭକ୍ତ ଏହାକୁ ଦେଖୁଥିଲେ। ଏହି ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।...
Archives


