ପହଣ୍ଡି ବେଳେ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ

ପୁରୀ ଅଫିସ, ୧୬।୭: ସିଂହଦ୍ୱାର ସମ୍ମୁଖରେ ସୋମବାର ନୀଳାଦ୍ରିବିଜେ ପହଣ୍ଡି ଚାଲିଥିଲା। ଠାକୁରମାନେ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ରତ୍ନସିଂହାସନକୁ ବିଜେ କରୁଥିଲେ। ହଜାର ହଜାର ଭକ୍ତ ଏହାକୁ ଦେଖୁଥିଲେ। ଏହି ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେବକଙ୍କ ମଧ୍ୟରେ ହଠାତ୍‌ ଗଣ୍ଡଗୋଳ ହୋଇଥିଲା। ଏହାର କାରଣ ଜଣାପଡି ନ ଥିବାବେଳେ ସେବାୟତଙ୍କ ଏଭଳି ଆଚରଣକୁ ଭକ୍ତମାନେ ନାପସନ୍ଦ କରିଥିଲେ।
ଶ୍ରୀସୁଦର୍ଶନ, ବଡଠାକୁର ବଳଭଦ୍ର
ଏବଂ ଦେବୀ ସୁଭଦାଙ୍କ ପହଣ୍ଡି ସରିଥିଲା। ସମସ୍ତେ ମହାପ୍ରଭୁଙ୍କ ପହଣ୍ଡି ଏବଂ ଲକ୍ଷ୍ମୀନାରାୟଣ ଭେଟ ଦେଖିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ।
ସନ୍ଧ୍ୟା ପ୍ରାୟ ସାଢେ ୭ଟା ସୁଦ୍ଧା ଲକ୍ଷ୍ମୀନାରାୟଣ ଭେଟ ସରିଥିଲା। ସେବକମାନେ ମହାପ୍ରଭୁଙ୍କୁ ପହଣ୍ଡିରେ ଶ୍ରୀମନ୍ଦିର ଅଭିମୁଖେ ନେଇ ଯାଉଥିଲେ। ଠାକୁର ଅରୁଣ ସ୍ତମ୍ଭ ନିକଟରେ ହୋଇଥିବାବେଳେ ହଠାତ୍‌ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।
କିଛି ସମୟ ପରସ୍ପର ମଧ୍ୟରେ କଥା କଟାକଟି ହୋଇଥିଲେ। ପୋଲିସ
ଅଧିକାରୀ ଉମାଶଙ୍କର ସିଂହଙ୍କ ସମେତ କେତେଜଣ ଜେଟିପି ଏବଂ ବରିଷ୍ଠ ସେବକମାନେ ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆଗକୁ ବଢିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା…

CJP ହିଂସା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ! ବାତିଲ ହେବ….

ନୂଆଦିଲ୍ଲୀ,୨୩।୭: ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ପ୍ରତିବାଦ ସମୟରେ ଘଟିଥିବା ହିଂସାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ…

CJP ଆନ୍ଦୋଳନ, ଏଣ୍ଟ୍ରି ମାରିଲାଣି ପାକିସ୍ତାନ! ଲାଠିଚାର୍ଜକୁ ନେଇ କହିଲା ଏମିତି ହେଉଛି ଖୁବ ଆଲୋଚନା

ନୂଆଦିଲ୍ଲୀ/ଇସଲାମାବାଦ,୨୩।୭: NEET-UG ପେପର୍‌ ଲିକ ବିବାଦ ଏବଂ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କରାଯାଇଥିବା ପ୍ରତିବାଦ ଉପରେ ପାକିସ୍ତାନ ପ୍ରତିକ୍ରିୟା…

ଖୁବଶୀଘ୍ର ଇସ୍ତଫା ଦେବେ ବାଂଲାଦେଶ ରାଷ୍ଟ୍ରପତି; କିଏ ନେବେ ନେତୃତ୍ୱ? ରାଜନୈତିକ ମହଲରେ ହେଲାଣି ତୀବ୍ର ଆଲୋଚନା

ଢାକା,୨୩।୭: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଖୁବ ଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି;…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ପୋଷ୍ଟ ଭାଇରାଲ, ସୋନମ ଓ୍ବାଙ୍ଗଚୁକ ଏବଂ ତାଙ୍କ ପତ୍ନୀଙ୍କୁ କରିଥିଲେ ଏଭଳି ପ୍ରଶଂସା

ନୂଆଦିଲ୍ଲୀ,୨୩।୯: ଜଳବାୟୁ କର୍ମୀ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଅନଶନ ଜାରି ଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ବର୍ଷ ପୁରୁଣା ଏକ…

NEET UG ପେପର ଲିକ: ପରୀକ୍ଷାର ୧୦ ଦିନ ପୂର୍ବରୁ ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଆସିଯାଇଥିଲା ପ୍ରଶ୍ନ, କୋର୍ଟରେ CBI ଖୋଲିଲା…

ନୂଆଦିଲ୍ଲୀ,୨୩।୭: NEET-UG 2026 ପେପର୍‌ ଲିକ ମାମଲାରେ ଅଭିଯୁକ୍ତ ଡକ୍ଟର ମନୋଜ ଭଗବାନରାଓ ଶିରୁରେ ଏବଂ ଶିବରାଜ ମୋଟେଗାଓଁକରଙ୍କ ଜାମିନ ଆବେଦନ ଉପରେ କୋର୍ଟ ଜୁଲାଇ ୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri