ପୋଷ୍ଟମ୍ୟାନ୍‌ ନିଯୁକ୍ତି ପରୀକ୍ଷା ବାତିଲ: ସ୍ଥାନୀୟ ଭାଷାରେ ପୁଣି ହେବ

ନୂଆଦିଲ୍ଲୀ,୧୭ା୭(ପି.ଟି.) : ଗ୍ରାମାଞ୍ଚଳରେ ପୋଷ୍ଟମ୍ୟାନ୍‌ ଓ ଆସିଷ୍ଟାଣ୍ଟ ପଦବୀ ପାଇଁ ରବିବାର ଅନୁଷ୍ଠିତ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି। ତାମିଲ ପରିବର୍ତ୍ତେ କେବଳ ହିନ୍ଦୀ ଓ ଇଂଲିଶ୍‌ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିବାରୁ ତାହାକୁ ତାମିଲନାଡ଼ୁର ଏଆଇଏଡିଏମ୍‌କେ ବିରୋଧ କରିଥିଲା। ଶେଷରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ଏଥିସହିତ ସ୍ଥାନୀୟ ଭାଷାରେ ପୁନଃ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି।
ଜୁଲାଇ ୧୪ରେ ପୋଷ୍ଟମ୍ୟାନ୍‌ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ କେବଳ ହିନ୍ଦୀ ଓ ଇଂଲିଶ୍‌ ଭାଷାରେ ପ୍ରଶ୍ନପତ୍ର ପଡ଼ିଥିଲା। ଏହାକୁ ଏନ୍‌ଡିଏର ସହଯୋଗୀ ତଥା ତାମିଲନାଡୁର ଶାସକ ଏଆଇଏଡିଏମ୍‌କେ ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭାରେ ବିରୋଧ କରାଯାଇଥିଲା। ଏହାସହ ଡିଏମ୍‌କେ, ସିପିଆଇ ଏବଂ ସିପିଏମ୍‌ ସଦସ୍ୟମାନେ ବିକ୍ଷୋଭରେ ସାମିଲ ହେବା ପରେ ଉଚ୍ଚ ସଦନର ଗୃହକାର୍ଯ୍ୟକୁ ୩ ଥର ସ୍ଥଗିତ ରଖିବାକୁ ପଡ଼ିଥିଲା। ଅପରାହ୍ନ ୨ଟାରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ଏହି ମର୍ମରେ ଆଇନ ଓ ନ୍ୟାୟ ଏବଂ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟ ସଭାରେ କହିଛନ୍ତି, ପୋଷ୍ଟମ୍ୟାନ୍‌ ନିଯୁକ୍ତି ପାଇଁ ଜୁଲାଇ ୧୪ରେ ହୋଇଥିବା ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିବାକୁ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ୨୦୧୯ ମେ ୧୦ରେ ପ୍ରକାଶିତ ବିଭାଗୀୟ ବିଜ୍ଞପ୍ତି ଅନୁସାରେ ପୋଷ୍ଟମ୍ୟାନ୍‌ ନିଯୁକ୍ତି ପରୀକ୍ଷା ଏବେ ତାମିଲ ସମେତ ସମସ୍ତ ଆଞ୍ଚଳିକ ଭାଷାରେ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ସମ୍ମାନ ସବୁ ଭାଷା ଉପରେ ରହିଛି। ପ୍ରତ୍ୟେକ ଭାଷାକୁ ପୂର୍ଣ୍ଣପ୍ରାଣରେ ସମ୍ମାନ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ରବିଶଙ୍କର କହିଥିଲେ। ତାଙ୍କ ପ୍ରତିଶ୍ରୁତି ପରେ ବିକ୍ଷୋଭରତ ସଦସ୍ୟମାନେ ଶାନ୍ତ ପଡ଼ିଥିଲେ। ଏଆଇଏଡିଏମ୍‌କେର ଭି. ମୈତ୍ରେୟନ୍‌ ମନ୍ତ୍ରୀ ରବିଶଙ୍କରଙ୍କୁ ଦଳ ପକ୍ଷରୁ କୃତଜ୍ଞତା ଜଣାଇଥିଲେ। ଦଳର ଏ. ନବନୀତକ୍ରିଷ୍ଣନ୍‌ ମଧ୍ୟ ରବିଶଙ୍କର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ। ପୋଷ୍ଟମ୍ୟାନ୍‌ ପରୀକ୍ଷା ଭଳି ସମସ୍ତ ବିଭାଗର ପରୀକ୍ଷା ଆଞ୍ଚଳିକ ଭାଷାରେ କରାଇବା ପାଇଁ ସିପିଆଇ-ଏମ୍‌ର ଟି.କେ. ରଙ୍ଗରାଜନ୍‌ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସଭାରେ ବିରୋଧୀ ଦଳ ଉପନେତା ଆନନ୍ଦ ଶର୍ମା କହିଥିଲେ, ଏହି ବୃହତ୍‌ ପ୍ରସଙ୍ଗକୁ ନେଇ ଗମ୍ଭୀରତା ସହ ବିଚାର କରାଯାଇ ଆଗକୁ ଯେପରି ଏହାର ପୁନରାବୃତ୍ତି ନ ହେବ ତାହା ନିଶ୍ଚିତ କରାଯିବା ଉଚିତ। ସେଥିପାଇଁ ସରକାର ନିର୍ଦ୍ଦିଷ୍ଟ ଭାବେ ଗୃହକୁ ପ୍ରତିଶ୍ରୁତି ଦେଇପାରିବେ କି । କେନ୍ଦ୍ର ସରକାର, ସରକାରୀ ଉଦ୍ୟୋଗ ଓ ଅର୍ଦ୍ଧସାମରିକ ବାହିନୀ ପାଇଁ କରାଯାଉଥିବା ସମସ୍ତ ପରୀକ୍ଷା ଏବଂ ସାକ୍ଷାତ୍‌କାର ଭବିଷ୍ୟତରେ ତିନି ଭାଷା ସୂତ୍ରରେ କରାଯିବ ବୋଲି ଗୃହ ଜରିଆରେ ସରକାର ନିଶ୍ଚିତ କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତ୍ରିଭାଷା ସୂତ୍ର ଆରମ୍ଭ କରିଥିବା ଆନନ୍ଦ ଶର୍ମା ଗୃହରେ କହିଥିଲେ।
ଏଭଳି ଗମ୍ଭୀର ବିଷୟ ଉପରେ ରାଜ୍ୟ ସଭାରେ ଆଲୋଚନା ଚାଲିଥିବାବେଳେ ଓଡ଼ିଶାରୁ କୌଣସି ବିଜେଡି ସଦସ୍ୟ, ଏପରି କି ଭାଜପାର ଏକମାତ୍ର ସଦସ୍ୟ ଅଶ୍ୱିନୀ ବୈଷ୍ଣବ ପ୍ରତିବାଦର ସ୍ବର ଉଠାଇ ନ ଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?