ମେଟ୍ରୋ

ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ଼ ଘଟଣା

ପୁରୁଣା ଭୁବନେଶ୍ୱର,୫ା୧୧(ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ତାଲା ପକାଇ ଆକ୍ରମଣ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଅପରପକ୍ଷେ ଅଭିଯୋଗପତ୍ରରେ ଅଭିଯୁକ୍ତ ୨ ସେବାୟତଙ୍କ ନାମରେ ହୋଇଥିବା ଅଭିଯୋଗକୁ ଅନୁଧ୍ୟାନ କରାଯାଇ କିଛି…

ଧରିତ୍ରୀ ଆଳାପ: ସ୍ବାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବି

ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦେବି। ସେହିପରି ଡାକ୍ତରୀପିଲାଙ୍କ ପାଠପଢା କ୍ଷେତ୍ରକୁ ମଧ୍ୟ ଅଗ୍ରାଧିକାର ଦିଆଯିବ। ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଯୋଜନା ଲାଗୁ କରାଯାଇଛି। ଏହି ଯୋଜନାଗୁଡିକୁ ଅଧିକ…

ଓଡ଼ିଶାରେ ଉତ୍କଟ ହେବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ୨୦୧୦ରେ ଓଡ଼ିଶାରେ ହାରାହାରି ଗ୍ରୀଷ୍ମ ତାପମାତ୍ରା ୨୮.୮୭ ଡିଗ୍ରି ସେଲସିଅସ୍‌ ଥିବାବେଳେ ୨୧୦୦ ସୁଦ୍ଧା ଏହା ୩୨.୧୯ ଡିଗ୍ରି ସେଲସିଅସକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଚଳିତ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଯଦି ବର୍ତ୍ତମାନ ହାରରେ ଗ୍ରିନ୍‌ହାଉସ…

ଇଣ୍ଡିଗୋ ନେଟ୍‌ଓ୍ବର୍କ ସମସ୍ୟା, ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ନେଟ୍‌ଓ୍ବର୍କରେ ସମସ୍ୟା ଲାଗି ରହିବାରୁ ସୋମବାର ସାରା ଦେଶରେ ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କେତେକ ବିମାନ ୨ରୁ ୩ ଘଣ୍ଟା ବିଳମ୍ବରେ ଚଳାଚଳ କରିଥିବାବେଳେ ଆଉ କେତେକ ସେବାକୁ ବାତିଲ କରିଦିଆଯାଇଥିଲା। ଏଭଳି ସମସ୍ୟା ଯୋଗୁ ହଜାର…

ମହଙ୍ଗା ପଡ଼ିଲା ଜାଲ୍‌ ଆଧାର କାର୍ଡରେ ମାଗଣା ଯାତ୍ରା: ବାନ୍ଧବୀଙ୍କ ସହ ବନ୍ଧାହେଲେ ବିମାନ କର୍ମଚାରୀ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ବାନ୍ଧବୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ପ୍ରମାଣ ଦେବାକୁ ପ୍ରସ୍ତୁତ କରିଥିଲେ ଜାଲ୍‌ ଆଧାରକାର୍ଡ। ଉକ୍ତ କାର୍ଡ ମାଧ୍ୟମରେ ଟିକେଟ କରି କମ୍ପାନୀର ମାଗଣା ସେବା ପାଇବା ଜଣେ ବିମାନ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଶେଷରେ ବାନ୍ଧବୀଙ୍କ…

ବିଶ୍ୱସ୍ତରୀୟ ମାନବ ସମ୍ବଳ ସୃଷ୍ଟି ଲକ୍ଷ୍ୟ’

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ରାଜ୍ୟର ଯୁବତୀଯୁବକଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ପ୍ରଶସ୍ତ କରିବାକୁ ରାଜ୍ୟ ସରକାର ୩ଟି ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ସୋମବାର ଖାରବେଳ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଟାଟା ଷ୍ଟ୍ରାଇଭ ଏବଂ ଟେକ୍‌ ମହିନ୍ଦ୍ରା…

ବସନ୍ତମଞ୍ଜରୀ ହସ୍ପିିଟାଲର ଉନ୍ନତୀକରଣ ପାଇଁ ବୈଠକ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଚାନ୍ଦିପୁରସ୍ଥିତ ବସନ୍ତ ମଞ୍ଜରୀ ହସ୍ପିଟାଲର ଉନ୍ନତୀକରଣ ଦିଗରେ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲକୁ କିଭଳି କ୍ରିୟାଶୀଳ କରାଯାଇପାରିବ ଓ ଏହାଦ୍ୱାରା…

୬୨୮୪ ସରକାରୀ ବିଦ୍ୟାଳୟକୁ ‘ଗରିମା’ ତାମ୍ର ପୁରସ୍କାର

ଭୁବନେଶ୍ୱର, ,୫ା୧୧(ବ୍ୟୁରୋ): ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟର ୬୨୮୪ ସରକାରୀ ବିଦ୍ୟାଳୟ ‘ଗରିମା’ ତାମ୍ର ପୁରସ୍କାର ପାଇବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯିବ। ବିଭାଗ ପକ୍ଷରୁ…

ବିଧାନସଭା ସଦାଚାର କମିଟି ବୈଠକ: ନିର୍ବାଚନମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି କାର୍ଯ୍ୟାବଳୀ ଉପରେ ହେଲା ଆଲୋଚନା

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଓଡ଼ିଶା ସଦାଚାର ଗୃହ କମିଟିର ଚତୁର୍ଥ ବୈଠକ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ.୫୪ରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନମଣ୍ଡଳୀ ଓ୍ବାରି ଉନ୍ନୟନ କମିଟିର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା ହୋଇଛି…

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ମାମଲା:୨୯ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୫ା୧୧: ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ତଥା ରାଜ୍ୟର ଅନ୍ୟ ବାର୍‌ ଆସୋସିଏଶନର କୋର୍ଟ ବର୍ଜନ ଆନ୍ଦୋଳନକୁ ନେଇ ହୋଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟଙ୍କ ଫୁଲ୍‌ ବେଞ୍ଚ ବସି ଏହି ମାମଲାର ଶୁଣାଣି…

ଡାକ୍ତର ସି.ବି.କେ. ମହାନ୍ତି ହେଲେ ଡିଏମ୍‌ଇଟି ନିର୍ଦ୍ଦେଶକ

ଭୁବନେଶ୍ୱର, (ବ୍ୟୁରୋ)/ କଟକ ଅଫିସ, ୫ା୧୧: ରାଜ୍ୟ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଏମ୍‌ଇଟି) ନିର୍ଦ୍ଦେଶକ ଭାବେ ଡା ସି.ବି.କେ. ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଏନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ପ୍ରକାଶ…

ଫନୀରେ ବିଦ୍ୟୁତ୍‌ ବିଭାଗ କ୍ଷତିର ସମୀକ୍ଷା କଲେ ମନ୍ତ୍ରୀ: ହାଇଡ୍ରୋ ପ୍ରୋଜେକ୍ଟର କ୍ଷମତା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଲେ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଶକ୍ତି ବିଭାଗ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ସମୀକ୍ଷା ବୈଠକରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପରିବେଶ ବାତାନୁକୂଳ ମାଧ୍ୟମରେ ହାଇଡ୍ରୋ ପ୍ରୋଜେକ୍ଟଗୁଡ଼ିକୁ ତ୍ବରାନ୍ବିତ କରାଯାଇ ଏହାର କ୍ଷମତା ବୃଦ୍ଧି କରାଗଲେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଉନ୍ନତି ହୋଇପାରିବ ବୋଲି କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?