ଭାଜପା ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ ଉଦ୍ୟମ: ହଡ଼ବଡେଇଲା ପୋଲିସ, ଅଟକାଇବାବେଳେ ରାସ୍ତାରେ ଶୋଇଲେ ମହିଳା କର୍ମୀ
ଭୁବନେଶ୍ୱର,୪।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛି ଭାଜପା ମହିଳା ମୋର୍ଚ୍ଚା। ମଙ୍ଗଳବାର ଉଭୟ କଂଗ୍ରେସ ଓ ଭାଜପା ପକ୍ଷରୁ ପୁରୀ ପୀଡ଼ିତାଙ୍କୁ ନ୍ୟାୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଏବଂ ନବୀନ ନିବାସ ଘେରାଉ…
ବରୁଣେଇ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ଟଙ୍କା, ସୁନାଗହଣା ନେଇଗଲେ ଦୁର୍ବୃତ୍ତ
ଖୋର୍ଦ୍ଧା ଅଫିସ,୪।୧୨: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ପର୍ଯ୍ୟଟନ କ୍ଷେତ୍ର ବରୁଣେଇ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଏହା ସହ ମନ୍ଦିର ତାଲା ଭାଙ୍ଗି ଟଙ୍କା, ସୁନାଗହଣା…
ରାଜ୍ୟରେ ୬ ବୃହତ୍, ୨୦ ମଧ୍ୟମ ଜଳଭଣ୍ଡାର ନିର୍ମାଣ ହେବ
ଭୁବନେଶ୍ୱର,୪ା୧୨ (ବ୍ୟୁରୋ):ରାଜ୍ୟରେ ଜଳସେଚନ ପାଇଁ ଆଉ ୬ଟି ବୃହତ୍ ଜଳଭଣ୍ଡାର ଓ ୨୦ଟି ମଧ୍ୟମ ଜଳଭଣ୍ଡାର ନିର୍ମାଣ ହେବ। ଏ ନେଇ ସର୍ବେକ୍ଷଣ ଓ ଅନୁସନ୍ଧାନ ଚାଲିଛି। ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ। ମନ୍ତ୍ରୀ କହିଛନ୍ତି ଯେ…
ଲୋକ ସଭାରେ ଉଠିଲା ଓଡ଼ିଶା ପିଏମ୍ଏଓ୍ବାଇ ଦୁର୍ନୀତି ପ୍ରସଙ୍ଗ
ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ)ରେ ଦୁର୍ନୀତି ହୋଇଥିବା ନେଇ ଲୋକ ସଭାରେ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ଅପରାଜିତା ନିଜ ନିର୍ବାଚନମଣ୍ଡଳୀ ମଧ୍ୟରେ ହୋଇଥିବା ଦୁର୍ନୀତିକୁ ନେଇ ଦାୟିତ୍ୱରେ ଥିବା ଅଫିସରଙ୍କ ବିରୋଧରେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ…
ଆୟୁଷ୍ମାନ ଭାରତ: ଓଡ଼ିଶା ପାଇଛି ୧୧୩କୋଟି
ଭୁବନେଶ୍ୱର,୪ା୧୨(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁ ନ ଥିବାରୁ ଭାଜପା ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି। ଏହି ଯୋଜନା ଓଡ଼ିଶାରେ ଲାଗୁ ହେଲେ ପ୍ରଧାନମନ୍ତ୍ରୀ କାଳେ ନାଁ ନେଇଯିବେ ସେଥିଲାଗି ରାଜ୍ୟ…
ଓଡ଼ିଶୀ, ବାଲିନିଜ୍ ନୃତ୍ୟର ସମ୍ମେଳନ
ଭୁବନେଶ୍ୱର, ୪ା୧୨ (ବ୍ୟୁରୋ):ଓଡ଼ିଶା ସହ ଇଣ୍ଡୋନେସିଆର ସମ୍ପର୍କ କାହିଁ କେଉଁକାଳରୁ ରହିଆସିଛି। ଇଣ୍ଡୋନେସିଆ ବାଲିର କଳାକାରମାନେ ସାଂସ୍କୃତିକ ସମ୍ପର୍କର ଭିନ୍ନ ଝଲକ ଆଣିଦେଇଛନ୍ତି। ସୋମବାର କୋଣାର୍କ ନୃତ୍ୟୋତ୍ସବରେ ସୀତାହରଣ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିବା ଏହି କଳାକାରମାନେ ମଙ୍ଗଳବାର ସନ୍ଧ୍ୟାରେ…
୯ ଏସିପିଙ୍କ ବଦଳି
ଭୁବନେଶ୍ୱର, ୪ା୧୨(ବ୍ୟୁରୋ):କମିଶନରେଟ୍ ପୋଲିସ ପକ୍ଷରୁ ୯ଜଣ ଏସିପିଙ୍କ ଅଦଳବଦଳ କରାଯାଇଛି। କଟକ ଜୋନ୍-୧ ଏସିପି ଥିବା ମାନସ ରଞ୍ଜନ ଗଡ଼ନାୟକଙ୍କୁ ଭୁବନେଶ୍ୱର ଜୋନ୍-୧କୁ ବଦଳି କରାଯାଇଛି। ଭୁବନେଶ୍ୱର ଜୋନ୍-୧ ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କୁ ଭୁବନେଶ୍ୱର ଜୋନ୍-୨କୁ ବଦଳି କରାଯାଇଛି। ସେହିଭଳି…
ଓଡ଼ିଶୀରେ ତ୍ରିବେଣୀ ସଙ୍ଗମ:କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା
କୋଣାର୍କ,୪ା୧୨(ଡି.ଏନ.ଏ.):କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ମଙ୍ଗଳବାର ଥିଲା ତୃତୀୟ ସନ୍ଧ୍ୟା। ଏଥିରେ ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ…
କୃଷି ପରିବେଶକୁ ଧ୍ୱଂସ କରୁଛି କର୍ପୋରେଟ୍ ଶୈଳ୍ପିକ କୃଷି
ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ଗ୍ରୀନ୍ପିସ୍ ଇଣ୍ଡିଆ ଦ୍ୱାରା ମହିଳା ଶ୍ରମଜୀବୀ ମଞ୍ଚ, ଓଡ଼ିଶା ଏବଂ ଓଡ଼ିଶା ଶ୍ରମଜୀବୀ ମଞ୍ଚ ସହଯୋଗରେ ମାଟି ସ୍ବାସ୍ଥ୍ୟର ସ୍ଥିତି ଏବଂ ଓଡ଼ିଶାରେ କୃଷିର ନିରନ୍ତରତା ଉପରେ ଏକ ପରାମର୍ଶ ସଭା ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି।…
୫ରୁ ମିଶନ ଶକ୍ତି ମେଳା
ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ଆସନ୍ତା ୫ତାରିଖରୁ ‘ମିଶନ ଶକ୍ତି ମେଳା’ ଆୟୋଜିତ ହେବ। ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର…
ଲୋକ ସଭାରେ ‘ଫନୀ’ ଚର୍ଚ୍ଚା
ଭୁବନେଶ୍ୱର,୪ା୧୨(ବ୍ୟୁରୋ):ସାମୁଦ୍ରିକ ଝଡ ‘ଫନୀ’ ଦ୍ୱାରା ଉପକୂଳ ଓଡ଼ିଶାର ବହୁତ କ୍ଷତି ହୋଇଛି। ଓଡ଼ିଶାର ଭୌଗୋଳିକ ଅବସ୍ଥିତି ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ‘ଫନୀ’ ପୁନରୁଦ୍ଧାର ଏବଂ ଭିତ୍ତିଭୂମି ସଜଡା କାର୍ଯ୍ୟ ଜାରି ରହିଥିବାବେଳେ ନିକଟରେ ‘ବୁଲ୍ବୁଲ’ ମଧ୍ୟ ଉପକୂଳ ଓଡ଼ିଶାକୁ…
ଭିନ୍ନକ୍ଷମମାନେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ଭିନ୍ନକ୍ଷମମାନେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ। ସମାଜର ବିକାଶରେ ସେମାନଙ୍କର ମଧ୍ୟ ଅବଦାନ ରହିଛି। ଉପଯୁକ୍ତ ତାଲିମ ଓ ପ୍ରୋତ୍ସାହନ ଦ୍ୱାରା ସେମାନେ ମଧ୍ୟ ଦକ୍ଷତା ଓ ପ୍ରତିଭା ଦେଖାଇ ପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଶ୍ୱ ଭିନ୍ନକ୍ଷମ…

