ଲୋକ ସଭାରେ ‘ଫନୀ’ ଚର୍ଚ୍ଚା

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ସାମୁଦ୍ରିକ ଝଡ ‘ଫନୀ’ ଦ୍ୱାରା ଉପକୂଳ ଓଡ଼ିଶାର ବହୁତ କ୍ଷତି ହୋଇଛି। ଓଡ଼ିଶାର ଭୌଗୋଳିକ ଅବସ୍ଥିତି ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରୁଛି। ‘ଫନୀ’ ପୁନରୁଦ୍ଧାର ଏବଂ ଭିତ୍ତିଭୂମି ସଜଡା କାର୍ଯ୍ୟ ଜାରି ରହିଥିବାବେଳେ ନିକଟରେ ‘ବୁଲ୍‌ବୁଲ’ ମଧ୍ୟ ଉପକୂଳ ଓଡ଼ିଶାକୁ ପ୍ରଭାବିତ କରିଥିଲା। ତେଣୁ ରାଜ୍ୟ କେନ୍ଦ୍ରୀୟ ସହାୟତା ଏବଂ ଅନୁକମ୍ପାର ହକ୍‌ଦାର ବୋଲି ମଙ୍ଗଳବାର ବିଜେଡି ସଂସଦୀୟ ଦଳ ନେତା(ଲୋକ ସଭା) ପିନାକୀ ମିଶ୍ର ପାର୍ଲାମେଣ୍ଟରେ କହିଛନ୍ତି।
ଲୋକ ସଭାର ପ୍ରଶ୍ନକାଳ ଚାଲିଥିବା ସମୟରେ ଅଂଶଗ୍ରହଣ କରି ପିନାକୀ କହିଥିଲେ ଯେ ଫନୀ ଦ୍ୱାରା ପୁରୀ ଜିଲା ବହୁତ କ୍ଷତିଗ୍ରସ୍ତ ହୋଇଛି। ଏମ୍‌ପି ଜୁଏଲ ଓରାମ ପ୍ରଶ୍ନ କରିଥିବାରୁ ଧନ୍ୟବାଦ, ହେଲେ ସେ ଏଥିରେ ରାଜନୀତି ଭର୍ତ୍ତି କରିଦେଇଛନ୍ତି। ବିଶ୍ୱବ୍ୟାଙ୍କ୍‌, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପୁନରୁଦ୍ଧାର କାର୍ଯ୍ୟ ନେଇ ସମସ୍ତେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା କାରଣରୁ ଏହି ବିପତ୍ତି ସମୟରେ ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ୭ରୁ ୮ ଲୋକଙ୍କ ମୃତ୍ୟୁ ହୋଇଛି। ୨୫ରୁ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏଠାରେ ବସିଛନ୍ତି। ସେ ନିଶ୍ଚିତ ଭାବେ ବୁଝି ପାରିଥିବେ, ଫନୀ କେତେ ଭୟାନକ ଥିଲା । ଝଡ଼ ଯେଉଁ ସ୍ଥାନ ଦେଇ ଅତିକ୍ରମ କରିଥିଲା, ସେହି ସମସ୍ତ ସ୍ଥାନରେ ଗଛ, ବିଦ୍ୟୁତ୍‌ ଖଣ୍ଟ ଏବଂ କଚ୍ଚାଘର ଛିଡା ହୋଇ ପାରି ନ ଥିଲା। ପ୍ରତିବର୍ଷ ଓଡ଼ିଶାକୁ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି, ଅନ୍ୟ କୌଣସି ରାଜ୍ୟକୁ ଏପରି ଦୁର୍ଦ୍ଦଶାର ସାମ୍‌ନା କରିବାକୁ ପଡୁନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବ ସ୍ବତନ୍ତ୍ର ଅନୁଦାନ ଏବଂ ସ୍ବତନ୍ତ୍ର ଧ୍ୟାନକୈନ୍ଦ୍ରିକ ସହାୟତା ପ୍ରଦାନ କରାଯାଉ ବୋଲି ପିନାକୀ କହିଥିଲେ। ଓଡ଼ିଶା ଯେପରି ନିଜସ୍ବ ସମ୍ବଳ ବୃଦ୍ଧି କରିପାରିବ, ସେ ଦିଗରେ କେନ୍ଦ୍ର ପଦକ୍ଷେପ ନେଉ। କୋଇଲା, ଲୁହାପଥର ଏବଂ ମାଙ୍ଗାନିଜ ଆଦିର ରୟାଲ୍‌ଟି ସଂଶୋଧନ କରାଯାଉ। ଏହା ଦ୍ୱାରା ଓଡ଼ିଶାକୁ ଆଉ ଭିକ ମାଗିବାକୁ ବାରମ୍ବାର ଦିଲ୍ଲୀ ଆସିବାକୁ ପଡିବ ନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ପିନାକୀ ଅନୁରୋଧ କରିଥିଲେ। ପିନାକୀଙ୍କ ଉପସ୍ଥାପନା ପରେ କେନ୍ଦ୍ର ପକ୍ଷରୁ ଉତ୍ତର ରଖି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ, କେନ୍ଦ୍ର ଦେଇଥିବା ସହାୟତା ଏବଂ ରାଜ୍ୟ ପକ୍ଷରୁ ମଗାଯାଇଥିବା ଅନୁଦାନ ମଧ୍ୟରେ ପ୍ରଭେଦ ରହିଛି। ହେଲେ ଅନୁଦାନ ଦେବା ଏକ ପ୍ରକିୟା, ଓଡ଼ିଶାର ସ୍ଥିତି ନେଇ କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସଙ୍କଟ ପ୍ରବର୍ତ୍ତନ ସମିତି ପକ୍ଷରୁ ଫନୀ ପାଇଁ ୧୯ ଏପ୍ରିଲରୁ ୧୦ ମେ ମଧ୍ୟରେ ୧୧ ଥର ବୈଠକ କରିଛି। ଏହାର ରିପୋର୍ଟ ଆଧାରରେ ସହାୟତା ପ୍ରଦାନ କରାଯାଉଥିବା ଉଲ୍ଲେଖ କରିଥିଲେ। ସୁନ୍ଦରଗଡ ଏମ୍‌ପି ଜୁଏଲ୍‌ ଓରାମ ଫନୀ ସହାୟତା ନେଇ କେନ୍ଦ୍ର କେତେ ଅର୍ଥ ଦେଇଛି, ସେ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ନିତ୍ୟାନନ୍ଦ ରାଏ କହିଥିଲେ ଯେ, ଏନ୍‌ଡିଆରଏଫ୍‌ ଗାଇଡ୍‌ଲାଇନ ଅନୁଯାୟୀ ଓଡ଼ିଶାକୁ ୩୩୩୮ କୋଟି ଟଙ୍କାର ସହାୟତା ଦିଆଯାଇଥିଲା। ଏହା ବ୍ୟତୀତ ଫନୀ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରି ୧୦୦୦ କୋଟି ଏବଂ ପୂର୍ବରୁ ୩୪୦.୮୭୫ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ନିତ୍ୟାନନ୍ଦ ଉଲ୍ଲେଖ କରିଥିଲେ। ଏହିପରି ଭାବେ କେନ୍ଦ୍ର ୪୬୭୯.୦୯ କୋଟି ଟଙ୍କା କେବଳ ଫନୀ ବାବଦକୁ ପ୍ରଦାନ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri